ଆଣବିକ ଶକ୍ତି ଦେଖାଇବ ରୁଷିଆ

ମସ୍କୋ/ଓ୍ବାଶିଂଟନ୍‌,୧୯ା୨: ୟୁକ୍ରେନ୍‌ ସହ ରୁଷିଆ ମୁହାଁମୁହିଁ ସ୍ଥିତିରେ ଥିବାବେଳେ ଶନିବାର ନ୍ୟୁକ୍ଲିୟର ଡ୍ରିଲ୍‌ କରିବାକୁ ଶୁକ୍ରବାର ଏହାର ସେନା ପକ୍ଷରୁ ଘୋଷଣା କରାଯାଇଛି। ଏହାକୁ ୟୁକ୍ରେନ୍‌ ଆକ୍ରମଣର ପ୍ରାକ୍‌ ପ୍ରସ୍ତୁତି ବୋଲି ବିଶେଷଜ୍ଞମାନେ କହୁଛନ୍ତି। ଅନ୍ୟପକ୍ଷେ ରୁଷିଆ ବିରୋଧରେ ଆମେରିକା କଂଗ୍ରେସରେ ଏକ ସଂକଳ୍ପନାମା ସର୍ବସମ୍ମତି କ୍ରମେ ଗୃହୀତ ହୋଇଛି। ୟୁକ୍ରେନ୍‌ର ସ୍ବାଧୀନତା, ଅଖଣ୍ଡତା ଓ ସାର୍ବଭୌମତ୍ୱ ପ୍ରତି ସୀମାରେ ରୁଷିଆର ସାମରିକ ଉପସ୍ଥିତି ବିପଦ ସୃଷ୍ଟି କରିଥିବା ଏହି ରିଜୋଲ୍ୟୁଶନ୍‌ରେ ନିନ୍ଦା କରାଯାଇଛି।
ରୁଷିଆ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ, ରାଷ୍ଟ୍ରପତି ଭ୍ଳାଡିମିର ପୁଟିନ୍‌ଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ କ୍ରିମିଆ ଉପଦ୍ୱୀପର କୃଷ୍ଣସାଗରରେ ଶନିବାର ଆଣବିକ ସମରାଭ୍ୟାସ କରାଯିବ। ଏଥିରେ ଅନେକ ଆନ୍ତଃ ମହାଦେଶୀୟ ଦୂରଗାମୀ କ୍ଷେପଣାସ୍ତ୍ର ଓ କ୍ରୁଜ୍‌ ମିଶାଇଲ୍‌ର ପୁନଃ ପରୀକ୍ଷଣ କରାଯିବ। ପଡ଼ୋଶୀ ୟୁକ୍ରେନ୍‌ ଉପରେ ରୁଷିଆ କିଛିଦିନ ଭିତରେ ଆକ୍ରମଣ କରିପାରେ ବୋଲି ଗୁରୁବାର ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ସତର୍କ କରାଇଥିବାବେଳେ ପୁଟିନ୍‌ଙ୍କ ସେନା ଉପରୋକ୍ତ ବିବୃତି ଦେଇଛି। ୟୁକ୍ରେନ୍‌କୁ ତିନିପଟୁ ପ୍ରାୟ ୧୫୦,୦୦୦ ରୁଷିଆ ସୈନ୍ୟ ଘେରିରହିଛନ୍ତି। ରୁଷିଆ ନିଜର ପ୍ରାୟ ୬୦% ସାମରିକ ବଳ ୟୁକ୍ରେନ୍‌ ବିରୋଧରେ ନିୟୋଜିତ କରିଥିବା ପାଶ୍ଚାତ୍ୟ ଦେଶଗୁଡ଼ିକ ଆଶଙ୍କା କରିଛନ୍ତି। ଯୁଦ୍ଧ ଯୋଜନା ନାହିଁ ବୋଲି କ୍ରେମ୍‌ଲିନ ସଫେଇ ଦେଉଥିବାବେଳେ ୟୁକ୍ରେନ୍‌ ତଥା ଅନ୍ୟ ପୂର୍ବ ସୋଭିଏଟ୍‌ ରାଷ୍ଟ୍ରଗୁଡ଼ିକୁ ଆମେରିକା ଓ ଏହାର ସହଯୋଗୀ ନାଟୋରୁ ବାହାର କରନ୍ତୁ ବୋଲି ମସ୍କୋ ଦାବି କରିଛି। ସେହିପରି ପୂର୍ବ ୟୁରୋପରୁ ନାଟୋ ସୈନ୍ୟଙ୍କୁ ମଧ୍ୟ ହଟାଇବାକୁ ରୁଷିଆ ନିଜ ଦାବି ଦୋହରାଇଛି। ତେବେ ଏହି ଦାବିଗୁଡ଼ିକୁ ଓ୍ବାଶିଂଟନ ପ୍ରତ୍ୟାଖ୍ୟାନ କରିଛି। ୟୁକ୍ରେନ୍‌ ସମର୍ଥନରେ ଆମେରିକା କଂଗ୍ରେସର ସିନେଟରମାନେ ଏକାଠି ହୋଇ ସଂକଳ୍ପନାମା ପାରିତ କରିଛନ୍ତି। ସୀମାରେ ରୁଷିଆର ସୈନ୍ୟ ଠୁଳକୁ ଏଥିରେ କଡ଼ା ନିନ୍ଦା କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପାଣିପାଗ ବିଭାଗର ସତର୍କ ସୂଚନା, ଏପ୍ରିଲ ୧୦ ପର୍ଯ୍ୟନ୍ତ କାଳବୈଶାଖୀ…

ଭୁବନେଶ୍ୱର,୭।୪(ବନ୍ଦନା ସେଠୀ): ସମୁଦ୍ର ପତ୍ତନଠାରୁ ୦.୯ କି.ମି. ଉଚ୍ଚରେ ଓଡ଼ିଶା ଏବଂ ପଡ଼ୋଶୀ ରାଜ୍ୟ ଉପରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି । ଏଥିସହ ଦକ୍ଷିଣ ଉପକୂଳ…

ମଧ୍ୟାହ୍ନଭୋଜନରେ ବ୍ୟାପକ ଅନିୟମିତତା:ହରିଲୁଟ୍‌ କରୁଥିଲେ ଶିକ୍ଷକ-ଶକ୍ଷୟିତ୍ରୀ, ଫିଟିଲା ଗୁମର

ଭୁବନେଶ୍ୱର, ୭।୪(ରବିନାରାୟଣ ଜେନା):ରାଜ୍ୟରେ ପୂର୍ବ ସରକାର ଅମଳରେ ଛାତ୍ରୀଛାତ୍ରଙ୍କ ଯୋଜନା କିଭଳି ହରିଲୁଟ୍‌ ହେଉଥିଲା ତା’ର ଗୁମର ପଦାକୁ ଆସିଛି। ଶିକ୍ଷୟିତ୍ରୀ/ଶିକ୍ଷକମାନେ ଛାତ୍ରୀଛାତ୍ରଙ୍କ ନାଁରେ ସରକାରଙ୍କ ମଧ୍ୟାହ୍ନଭୋଜନଠାରୁ…

ଭାରସାମ୍ୟ ହରାଇ ସାଲୁର୍ ଘାଟରେ ଓଲଟିଲା ଚାଉଳ ଟ୍ରକ୍, ୮ ଘଣ୍ଟା ଜାତୀୟ ରାଜପଥ ଜାମ୍

ପଟ୍ଟାଙ୍ଗି,୭।୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍ ସୀମାକୁ ଲାଗି ରହିଥିବା ପଡୋଶୀ ଆନ୍ଧ୍ର ସୀମା ଭିତରେ ସାଲୁର୍ ଘାଟିରେ ଦୁର୍ଘଟଣା । ଏକ ଟ୍ରକ୍…

ପୂର୍ବତନ ଟେନିସ ଖେଳାଳି, ଓକିଲ ,ମିଡିଆ ହାଉସ ମାଲିକାଣି …, କିଏ ଆସାମ ମୁଖ୍ୟମନ୍ତ୍ରୀଙ୍କ ପତ୍ନୀ ରିନିକି ଭୂୟାଁ ଶର୍ମା? ଜାଣନ୍ତୁ…

ଗୁଆହାଟି,୭।୪: ଆସାମରେ ବିଧାନସଭା ନିର୍ବାଚନ ପାଇଁ ମତଦାନ ଆରମ୍ଭ ହେବାକୁ ଆଉ କିଛି ଘଣ୍ଟା ବାକି ଥିବାବେଳେ, ରାଜ୍ୟରେ ରାଜନୈତିକ ତାପମାତ୍ରା କ୍ରମାଗତ ଭାବରେ ବୃଦ୍ଧି ପାଇବାରେ…

ରାତିଅଧରେ ବଡ ବ୍ଲାଷ୍ଟ, ହୁତୁ ହୁତୁ ଜଳିଲା ରେଲୱେ ଗ୍ରୀଡ୍

ବଣାଇଁ,୭।୪(ପ୍ରଦୀପ ତ୍ରିପାଠୀ): ସୁନ୍ଦରଗଡ ଜିଲା ଚାନ୍ଦିପୋଷ ଥାନା ପଛ ପଟେ ଥିବା ରେଲୱେ ଷ୍ଟେସନ ଗ୍ରୀଡ଼ରେ ଅଗ୍ନିକାଣ୍ଡ ହୋଇଛି । ସୋମବାର ରାତି ପ୍ରାୟ ୧୧ଟାରେ ହଠାତ…

ଧୁରନ୍ଧର ୨ ଦେଖିବା ପରେ କୋହଲି ଦେଲେ ଏମିତି ପ୍ରତିକ୍ରିୟା: ଚାରିଆଡ଼େ ଚର୍ଚ୍ଚା

ମୁମ୍ବାଇ,୭।୪: ରଣବୀର ସିଂହଙ୍କ ଅଭିନୀତ ଧୁରନ୍ଧର ୨ ଇତିହାସ ରଚିଛି। ଏହି ଫିଲ୍ମଟି ବକ୍ସ ଅଫିସ୍‌ରେ ଏପର୍ଯ୍ୟନ୍ତ ୧୬୦୦ କୋଟିରୁ ଅଧିକ ଟଙ୍କା ରୋଜଗାର କରିଛି। ଏହି…

ଏଇ ଭାରତରେ

ଗାର୍ବେଜ କ୍ଲିନିକ୍‌ ବା ବର୍ଜ୍ୟ କ୍ଲିନିକ୍‌ କଥା ଶୁଣିଛନ୍ତି କି। ହଁ, ଏମିତିକା କ୍ଲିନିକ୍‌ ଚାଲିଛି ଦିଲ୍ଲୀରେ। ପ୍ରବୀଣ ନାୟକ ଇଞ୍ଜିନିୟରିଂ କ୍ୟାରିୟର ଛାଡ଼ି ଦିଲ୍ଲୀକୁ ସବୁଜ…

ଗ୍ରାହକକୈନ୍ଦ୍ରିକ ଆଭିମୁଖ୍ୟ ଆମକୁ ସ୍ବତନ୍ତ୍ର କରିଛି: ଜୀବନ କୁମାର ବଡୁ

ଓଡ଼ିଶାର ବିଦ୍ୟୁତ୍‌ ଭିତ୍ତିଭୂମି କ୍ଷେତ୍ରର ଅନ୍ୟତମ ପ୍ରତିଷ୍ଠିତ ସଂସ୍ଥା ଭୁବନେଶ୍ୱରର ମଞ୍ଚେଶ୍ୱର ଶିଳ୍ପାଞ୍ଚଳସ୍ଥିତ ‘ଓଡ଼ିଶା ଟ୍ରାନ୍ସଫର୍ମର୍ସ ପ୍ରାଇଭେଟ ଲିମିଟେଡ’ (ଓଟିପିଏଲ୍‌) ର ପରିଚାଳନା ନିର୍ଦ୍ଦେଶକ ହେଉଛନ୍ତି ଜୀବନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri