ଅଣୁଅସ୍ତ୍ର ବ୍ୟବହାର କରିବନି ରୁଷିଆ

ମସ୍କୋ,୬।୫: ୟୁକ୍ରେନ୍‌ ବିରୋଧରେ ରୁଷିଆ ଅଣୁଅସ୍ତ୍ର ବ୍ୟବହାର କରିବ ନାହିଁ ବୋଲି ଏହାର ବହିର୍ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଶୁକ୍ରବାର କୁହାଯାଇଛି। ରୁଷିଆର ଆଣବିକ ଅସ୍ତ୍ର ବ୍ୟବହାର ପାଶ୍ଚାତ୍ୟ ଦେଶଗୁଡ଼ିକ ପାଇଁ ବିପଦ ସୃଷ୍ଟି କରିବ ବୋଲି ଆଲୋଚନା ହୋଇଆସୁଛି। ମସ୍କୋ ୟୁକ୍ରେନ୍‌ ବିରେଧରେ ସ୍ବତନ୍ତ୍ର ସାମରିକ ଅଭିଯାନ ଚଳାଇଥିବାରୁ ଆଣବିକ ଅସ୍ତ୍ର ବ୍ୟବହାର ହେବ ନାହିଁ ବୋଲି ରୁଷିଆ ବହିର୍ବ୍ୟାପାର ମନ୍ତ୍ରଣାଳୟ ମୁଖପାତ୍ର ଆଲେକ୍ସି ଜାଇଟ୍‌ସେଭ୍‌ କହିଛନ୍ତି।

Share