ରୁଷିଆକୁ ୟୁକ୍ରେନର କଡ଼ା ଚେତାବନୀ

କ୍ୱିଭ୍‌,୨ା୫: ଆଜିକୁ ୬୮ ଦିନରେ ପହଞ୍ଚିଛି ରୁଷିଆ-ୟୁକ୍ରେନ ଯୁଦ୍ଧ। ଏହାର ଶେଷ କେବେ ହେବ ତାହା କାହାକୁ ଜଣାନାହିଁ। ଏମିତି ସମୟରେ ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କିଙ୍କ ଧମକକୁ ନେଇ ସବୁଠି ଚର୍ଚ୍ଚା। ରୁଷିଆ ସେନାଙ୍କୁ କଡ଼ା ଚେତାବନୀ ଦେଇଛନ୍ତି ଜେଲେନସ୍କି । ସେ କହିଛନ୍ତି- ୟୁକ୍ରେନରେ ଲଢୁଥିବା ସବୁ ରୁଷିଆ ସୈନ୍ୟ ଜୀବନ ବଞ୍ଚାଇ ପାରିବେ। ୟୁକ୍ରେନରେ ମରିବା ଅପେକ୍ଷା ରୁଷିଆରେ ବଞ୍ଚିବାର ଅଧିକାର ସେମାନଙ୍କର ରହିଛି । ଗତ କିଛିଦିନ ମଧ୍ୟରେ ୟୁକ୍ରେନକୁ ବିଶ୍ବର ବରିଷ୍ଠ କୂଟନୀତିଜ୍ଞଙ୍କ ଗସ୍ତ ପରେ ରୁଷିଆ ସେନାଙ୍କୁ ଜେଲେନସ୍କି ଜୀବନ ଆଗ, ଯୁଦ୍ଧ ପଛ ବୋଲି କହିଛନ୍ତି। ଜୀବନ ବଞ୍ଚାଇ ନିଜ ଦେଶକୁ ଫେରିଯାଅ ବୋଲି ରୁଷିଆକୁ କହିଛନ୍ତି ଜେଲେନସ୍କି।

Share