ରୁଷିଆ ଏବେ ସେହି ମିଶାଇଲରେ ୟୁକ୍ରେନ୍ ଉପରେ କରୁଛି ଆକ୍ରମଣ ଯାହାକୁ ୧୯୯୦ରେ ସୋଭିଏତ ସଂଘରୁ ଅଲଗା ହେବା ପରେ ଦେଇଥିଲା ୟୁକ୍ରେନ୍‌

କ୍ୱିଭ,୧୩ ।୧୨: ରୁଷିଆ-ୟୁକ୍ରେନ୍ ଯୁଦ୍ଧ ଏବେ ଏକ ଅଜବ ସ୍ଥିତିରେ ପହଞ୍ଚିଛି । ୟୁକ୍ରେନର ଡେପୁଟି ଇଣ୍ଟଲିଜେନ୍ସ ମୁଖ୍ୟ ଜେନରାଲ ୱାଦିମ ସ୍କିବିତ୍ସକି କହିଛନ୍ତି ଅକ୍ଟୋବର ପରେ ରୁଷିଆ ୟୁକ୍ରେନ୍ ଉପରେ ସେହି ମିଶାଇଲରେ ଆକ୍ରମଣ କରୁଛି, ଯାହାକୁ ୧୯୯୦ରେ ସୋଭିଏତ ସଂଘରୁ ଅଲଗା ହେବା ପରେ ୟୁକ୍ରେନ୍ ରୁଷିଆକୁ ଦେଇଥିଲା । ଅସଲ କଥା ହେଲା ୧୯୯୦ରେ ସୋଭିଏତ ସଂଘରୁ ଅଲଗା ହେବା ପରେ ୟୁକ୍ରେନ୍ ନିକଟରେ ବିଶ୍ୱର ସବୁଠାରୁ ତୃତୀୟ ବଡ ପରମାଣୁ ଅସ୍ତ୍ରଶସ୍ତ୍ରର ଗଚ୍ଛିତ ଭଣ୍ଡାର ରହିଥିଲା ।
ଆର୍ଥିକ ସଙ୍କଟର ସାମ୍ନା କରୁଥିବା ୟୁକ୍ରେନ୍ ଆମେରିକା ଓ ୟୁରୋପର ଚାପରେ ନିଜ ପରମାଣୁ ଅସ୍ତ୍ର ତ୍ୟାଗ କରିବାକୁ ସ୍ଥିର କରିଥିଲା । ଜେନରାଲ ୱାଦିମ ସ୍କିବିତ୍ସକି କହିଛନ୍ତି, ୧୯୭୦ ଦଶକରେ ୟୁକ୍ରେନରେ ନିର୍ମାଣ କରାଯାଇଥିବା କେଏଚ-୫୫ ସବସୋନିକ କ୍ରୁଜ କ୍ଷେପଣାସ୍ତ୍ରର ଧ୍ୱଂସାବଶେଷ ରୁଷିଆର ଆକ୍ରମଣ ପରେ ୟୁକ୍ରେନର ଖ୍ମେଲନିତ୍ସକି ଅଞ୍ଚଳରେ ମିଳିଥିଲା । ସେ ଆହୁରି ମଧ୍ୟ କହିଛନ୍ତି କେବଳ ଏହି କ୍ଷେପଣାସ୍ତ୍ର ୟୁକ୍ରେନରେ ନୁହେଁ, ବରଂ ଏହାକୁ ଚଳାଇଥିବା ଟିୟୁ-୧୬୦ ବିସ୍ଫୋରଣକାରୀ ମଧ୍ୟ ୟୁକ୍ରେନରେ ନିର୍ମାଣ କରାଯାଇଥିଲା ।

Share