ବୋମାମାଡରେ ଥରିଲା ଲଭିଭ

କ୍ୱିଭ,୧୭ ।୫: ଦୀର୍ଘ ୨ ମାସରୁ ଅଧିକ ସମୟ ହେଲା ରୁଷିଆ-ୟୁକ୍ରେନ୍ ଯୁଦ୍ଧ ଜାରି ରହିଛି । ଏଥିରେ କେହି ପଛଘୁଞ୍ଚା ଦେଉ ନ ଥିବା ବେଳେ ବିଜୟ ଲକ୍ଷ୍ୟ ରଖିଥିବା ରୁଷିଆ ବେଳକୁ ବେଳ ବିଜୟ ଲକ୍ଷ୍ୟ ହାସଲ କରିବା କଷ୍ଟକର ହୋଇ ଗଲାଣି । କାରଣ ଏବେ ଏବେ ୟୁକ୍ରେନ୍ ସେନା ବି ରୁଷିଆ ସେନା ଆକ୍ରମଣର ପ୍ରତି ଆକ୍ରମଣରେ ଏହାର କଡା ଜବାବ ଦେଉଛନ୍ତି । ନିକଟରେ ମିଳିଥିବା ରିପୋର୍ଟ ଅନୁଯାୟୀ, ରୁଷିଆର ବୋମାମାଡରେ ୟୁକ୍ରେନର ପଶ୍ଚିମ ସହର ଲଭିଭ ଥରି ଉଠିଛି । ପ୍ରତ୍ୟେକ୍ଷଦର୍ଶୀଙ୍କ କହିବା କଥା ହେଲା ସହରରେ ଅତିକମରେ ଆଠ ବଡହ ଧରଣର ବିସ୍ଫୋରଣ ହୋଇଛି । ଏଥିରେ ଉଠିଥିବା ନିଆଁ ଓ ଧୂଆଁରେ କିଛି ଦେଖାଯାଉ ନ ଥିଲା । ସହରରେ ସକାଳ ୬ଟାରୁ ରାତି ୧୧ଟା ପର୍ଯ୍ୟନ୍ତ କର୍ଫ୍ୟୁ ଜାରି କରାଯାଇଥିଲା ।

Share