Categories: ଜାତୀୟ

ବାହାରିବ କି ସମାଧାନର ବାଟ: ପୁଟିନ୍‌ ସହ କଥା ହେବେ ମୋଦି

ନୂଆଦିଲ୍ଲୀ,୨୪।୨: ୟୁକ୍ରେନ ଓ ରୁଷିଆ ମଧ୍ୟରେ ଭୟାବହ ଯୁଦ୍ଧ ଜାରି ରହିଛି। ୟୁକ୍ରେନ୍‌ର ଅନେକ ଅଞ୍ଚଳରେ ବ୍ୟାପକ କ୍ଷତି ହୋଇଥିବା ବେଳେ ଅନେକ ଯବାନ ଓ ନାଗରିକଙ୍କ ମୃତ୍ୟୁ ହୋଇଛି ବୋଲି ଦାବି କରାଯାଉଛି। ଇତିମଧ୍ୟରେ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ବିଭିନ୍ନ ଦେଶରୁ ସହଯୋଗ ଲୋଡିଛନ୍ତି। ଅନ୍ୟପଟେ ଏପ୍ରସଙ୍ଗରେ ଗୁରୁବାର ରାତିରେ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିରି ପୁଟିନ୍‌ଙ୍କ ସହ ଆଲୋଚନା କରିପାରନ୍ତି ଭାରତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସୂଚନାଯୋଗ୍ୟ, ୟୁକ୍ରେନ ସଙ୍କଟକୁ ନେଇ ଗୁରୁବାର ପ୍ରଧାନମନ୍ତ୍ରୀ ମୋଦି ଏକ ଉଚ୍ଚସ୍ତରୀୟ ବୈଠକ ଡକାଇଛନ୍ତି। ମୋଦୀଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ବର୍ହିବ୍ୟାପାର ମନ୍ତ୍ରୀ ଏସ୍‌ ଜୟଶଙ୍କର, ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୁଷ ଗୋଏଲ, ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ, ହାର୍ଦ୍ଦିକ ପୁରୀ ଏବଂ ଏନ୍‌ଏସ୍‌ଏ ଅଜିତ ଡୋଭାଲ ସମେତ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ ସାମିଲ ହୋଇଥିଲେ। ଏଥିରେ ରୁଷିଆ ଓ ୟୁକ୍ରେନ ମଧ୍ୟରେ ଚାଲିଥିବା ଲଢ଼େଇରେ ଭାରତ ଉପରେ କି ପ୍ରକାର ପ୍ରଭାବ ପକାଇ ସେନେଇ ଆଲୋଚନା ହୋଇଥିଲା। ତେବେ ୟୁକ୍ରେନ ସଙ୍କଟ ପ୍ରସଙ୍ଗରେ ପୁଟିନଙ୍କ ସହ ପ୍ରଧାନମନ୍ତ୍ରୀ ମୋଦି ଓ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ରାତିରେ କଥା ହେବେ ବୋଲି ସୂଚନା ରହିଛି।

Share