ପଶ୍ଚିମ ଏସିଆରେ ଅସ୍ଥିରତା ସୃଷ୍ଟି କରିବ ରୁଷିଆ-ୟୁକ୍ରେନ୍‌ ଯୁଦ୍ଧ…

ଓ୍ବାଶିଂଟନ, ୧୦।୨ : ୟୁକ୍ରେନ ଉପରେ ରୁଷିଆର ଆକ୍ରମଣ ଦ୍ୱାରା ପଶ୍ଚିମ ଏସିଆରେ ଅସ୍ଥିରତା ସୃଷ୍ଟି ହେବାର ଆଶଙ୍କା ରହିଛି ବୋଲି ଆମେରିକାର ଜେନେରାଲ କହିଛନ୍ତି। ଆମେରିକାର ଲେଫ୍ଟନାଣ୍ଟ ଜେନେରାଲ ଏରିକ କୁରିଲା ଚେତାବନୀ ଦେଇଛନ୍ତି ଯେ ଯଦି ରୁଷିଆ ୟୁକ୍ରେନ ଉପରେ ଆକ୍ରମଣ କରେ ତେବେ ଏହା ସିରିଆ ସମେତ ପଶ୍ଚିମ ଏସିଆରେ ବ୍ୟାପକ ଅସ୍ଥିରତା ସୃଷ୍ଟି କରିବାର ଆଶଙ୍କା ରହିଛି।

ସେ ସ୍ପଷ୍ଟ କରିଛନ୍ତି ଯେ ଇରାନ ଏହି କ୍ଷେତ୍ରରେ ଆମେରିକା ଏବଂ ଅନ୍ୟ ସହଯୋଗୀ ଦେଶଙ୍କ ପାଇଁ ଏକ ବଡ଼ ବିପଦ ସୃଷ୍ଟି କରିଥିବା ଏହି ସଙ୍କଟ ପୁଣି ଘନେଇବ। କୁରିଲା ହାଉସ ଆର୍ମଡ ସର୍ଭିସ କମିଟିକୁ କହିଛନ୍ତି ସେଣ୍ଟ୍ରାଲ କମାଣ୍ଡ ଅଞ୍ଚଳରେ ଚାଇନା ନିଜର ଶକ୍ତି ବୃଦ୍ଧି କରୁଛି ଏବଂ ସେଠାରେ ପ୍ରତିରକ୍ଷା ପାଇଁ ଖର୍ଚ୍ଚ ବୃଦ୍ଧି କରୁଛି।

ଅପରପକ୍ଷରେ ଆଫଗାନିସ୍ତାନରେ ଉଗ୍ରବାଦୀ କାର୍ଯ୍ୟକଳାପ ଉପରେ ଆମେରିକା ଗୁପ୍ତଚରୀ ସଂସ୍ଥା ପକ୍ଷରୁ ଅଧିକ ତଥ୍ୟ ସଂଗ୍ରହ କରିବାର ଆବଶ୍ୟକତା ରହିଛି। କୁରିଲା କହିଛନ୍ତି ଯେ ଆମେରିକା ଚାଇନା ଏବଂ ରୁଷିଆ ସହିତ ରଣନୀତିକ ପ୍ରତିଯୋଗିତାର ସମ୍ମୁଖୀନ ହୋଇଛି।

ଯାହା କେବଳ ଗୋଟିଏ ଭୌଗୋଳିକ ଅଞ୍ଚଳରେ ସୀମିତ ନୁହେଁ ଏବଂ ସେଣ୍ଟ୍ରାଲ କମାଣ୍ଡ ଅଞ୍ଚଳରେ ମଧ୍ୟ ବ୍ୟାପିଛି। ଆମେରିକା ଚାଇନା ସହିତ ପ୍ରତିଯୋଗିତାକୁ ପ୍ରାଥମିକତା ଦେଇଥାଏ। ଏହା ଆମେରିକା ଲାଗି ସଠିକ ନିଷ୍ପତ୍ତି। କିନ୍ତୁ ମଧ୍ୟ ପୂର୍ବ ଏବଂ ମଧ୍ୟ ଓ ଦକ୍ଷିଣ ଏସିଆରେ ବି ଆମେରିକାକୁ ସକ୍ରିୟ ରହିବା ଆବଶ୍ୟକ ବୋଲି ସେ କହିଛନ୍ତି।

 

Share