ମେ’ ୯ରେ ଶେଷ ହୋଇପାରେ ରୁଷିଆ-ୟୁକ୍ରେନ୍ ଯୁଦ୍ଧ, ଭିକ୍ଟ୍ରି ଡେ’ରେ ପୁଟିନ କରିପାରନ୍ତି ଘୋଷଣା

ମସ୍କୋ,୨୨ ।୪: ରୁଷିଆ-ୟୁକ୍ରେନ୍ ଯୁଦ୍ଧକୁ ୫୮ ଦିନ ହେଲାଣି । ହେଲେ ଉଭୟ ପଟରୁ ଆକ୍ରମଣ ଏବେବି ଜାରି ରହିଛି । ତେବେ ରୁଷିଆ ମେ’ ୯ରେ ଯୁଦ୍ଧ ଶେଷ କରି ନିର୍ଣ୍ଣାୟକ ବିଜୟ ଘୋଷଣା କରିପାରେ ବୋଲି କୁହାଯାଉଛି । ସୂଚନାଯୋଗ୍ୟ, ପ୍ରତିବର୍ଷ ମେ’୯କୁ ରୁଷିଆ ଭିକ୍ଟ୍ରି ଡେ’ ଭାବେ ପାଳନ କରିଥାଏ । ଏହିଦିନ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦେଶବାସୀଙ୍କୁ ସମ୍ବୋଧନ କରିଥାଆନ୍ତି । ଅନୁମାନ କରାଯାଉଛି କି ଚଳିତ ବର୍ଷ ପୁଟିନ ତାଙ୍କ ସମ୍ବୋଧନରେ ଡୋନବାସରେ ମିଳିଥିବା ସଫଳତାକୁ ୟୁକ୍ରେନ୍ ଉପରେ ନିର୍ଣ୍ଣାୟକ ବିଜୟ ଭାବେ ଘୋଷଣା କରିପାରନ୍ତି ।
ସୂଚନାଯୋଗ୍ୟ, ୟୁକ୍ରେନ୍ ଉପରେ ପ୍ରଥମେ ରୁଷିଆ ଆକ୍ରମଣ କରିଥିବା ବେଳେ ଏବେ କିନ୍ତୁ ରୁଷିଆ ସେନାଙ୍କୁ କଡା ଟକ୍କର ଦେଉଛନ୍ତି ୟୁକ୍ରେନ୍ ସେନା । କିଛିଦିନ ତଳେ ୟୁକ୍ରେନ୍ ସେନା ଦାବି କରିଥିଲା କି ଖାର୍କିବରେ ରୁଷିଆ ବିମାନକୁ ନଷ୍ଟ କରି ଦିଆଯାଇଛି । ଏପଟେ ରୁଷିଆ ସେନା ମାରିଉପୋଲ କବଜା କରିଥିବା ଘୋଷଣା କରିଛନ୍ତି । ରୁଷିଆ ପ୍ରତିରକ୍ଷା ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ରାଷ୍ଟ୍ରପତି ପୁଟିନ ନିଜେ ମାରିଉପୋଲ ଉପରେ ବିଜୟ ଘୋଷଣା କରିଛନ୍ତି ।

Share