ରୁଷିଆ-ୟୁକ୍ରେନ ଯୁଦ୍ଧ ପାଇଁ ଅର୍ଥନୈତିକ ମନ୍ଥରତା: ବିଶ୍ୱ ବ୍ୟାଙ୍କ ମୁଖ୍ୟ

ଲଣ୍ଡନ,୮ା୬: କରୋନା ମହାମାରୀ ପ୍ରଭାବରେ ବିଶ୍ୱ ଅର୍ଥ ବ୍ୟବସ୍ଥା ଯେତିକି ଖରାପ ହୋଇ ନ ଥିଲା ରୁଷିଆ-ୟୁକ୍ରେନ ଯୁଦ୍ଧରେ ଏହା ଦ୍ୱିଗୁଣିତ ହୋଇଛି। ଏହି କାରଣରୁ ଅନେକ ଦେଶରେ ଅର୍ଥନତିକ ଅବନତି ଭୟ ବଢ଼ି ଯାଇଛି। ଏକ ରିପୋର୍ଟରେ କୁହାଯାଇଛି, କେବଳ ୟୁରୋପ ନୁହେଁ, ପୂର୍ବ ଏସିଆ ମଧ୍ୟ ରୁଷିଆ-ୟୁକ୍ରେନ ଯୁଦ୍ଧର ପ୍ରଭାବ ଦ୍ୱାରା ପ୍ରଭାବିତ ହେବ। ୟୁରୋପ ଏବଂ ପୂର୍ବ ଏସିଆର ଅନେକ ଦେଶ ଆର୍ଥିକ ମନ୍ଥରତା ଦ୍ୱାରା ପ୍ରଭାବିତ ହୋଇପାରନ୍ତି ବୋଲି ବିଶ୍ୱ ବ୍ୟାଙ୍କ ଚେତାବନୀ ଦେଇଛି।

ବିଶ ବ୍ୟାଙ୍କ ସଭାପତି ଡେଭିଡ୍‌ ମାଲପାସ କହିଛନ୍ତି, ସମଗ୍ର ବିଶ୍ୱରେ ଇନ୍ଧନ ଏବଂ ଖାଦ୍ୟ ମୂଲ୍ୟ ବୃଦ୍ଧି ପାଉଛି। ଯେତେବେଳେ ଅର୍ଥନୈତିକ ଅଭିବୃଦ୍ଧି ହାର ସ୍ଥିର ରହିଥାଏ କିନ୍ତୁ ମୁଦ୍ରାସ୍ଫୀତି ଏବଂ ବେକାରୀ ହାର ଦ୍ରୁତ ଗତିରେ ବଢ଼ିଥାଏ। ଯେକୌଣସି ଦେଶ ପକ୍ଷେ ଏହାର ମୁକାବିଲା କରିବା ଅତ୍ୟନ୍ତ କଷ୍ଟକର।

ଡେଭିଡ୍‌ କହିଛନ୍ତି, ୟୁକ୍ରେନରେ ଯୁଦ୍ଧ, ଚାଇନାରେ ଲକ୍‌ଡାଉନ୍‌ ଏବଂ ଖାଦ୍ୟ ଯୋଗାଣ ଶୃଙ୍ଖଳାରେ ବାଧା ସୃଷ୍ଟି ହେବାର ଆଶଙ୍କା ବଢୁଛି। ଏଭଳି ପରିସ୍ଥିତିରେ ଅନେକ ଦେଶ ପାଇଁ ଅର୍ଥନୈତିକ ଅବନତିରୁ ରକ୍ଷା ପାଇବା କଷ୍ଟକର ହେବ। ବିଶ୍ୱ ବ୍ୟାଙ୍କର ମୁଖ୍ୟ କହିଛନ୍ତି, ବିଶ୍ୱର ଅନେକ ଦେଶରେ ବିନିଯୋଗର ଅଭାବ ମଧ୍ୟ ରହିଛି, ଯେଉଁ କାରଣରୁ ଅଭିବୃଦ୍ଧି ହାର ମଧ୍ୟ ପ୍ରଭାବିତ ହେବ। ବର୍ତ୍ତମାନ ଅନେକ ଦେଶରେ ମୁଦ୍ରାସ୍ଫୀତି ହାର ସର୍ବୋଚ୍ଚ ସ୍ତରରେ ରହିଛି।

Share