ରୁଷିଆ ଆକ୍ରମଣରେ ୧୪ ଶିଶୁଙ୍କ ସମେତ ୩୫୨ ୟୁକ୍ରେନ୍ ନାଗରିକ ମୃତ, ୧୦୦୦ରୁ ଅଧିକ ଆହତ

କ୍ୱିଭ,୨୮ ।୨: ରୁଷିଆ-ୟୁକ୍ରେନ ମଧ୍ୟରେ ଯୁଦ୍ଧ ପଞ୍ଚମ ଦିନରେ ପହଞ୍ଚିଛି । ରୁଷିଆର ମିଶାଇଲ ଆକ୍ରମଣରେ ଥରହର ହୋଇ ଉଠିଛି ୟୁକ୍ରେନ୍ ଭୂମୀ । ଏଥିରେ ଉଭୟ ଧନଜୀବନ କ୍ଷୟକ୍ଷତି ହୋଇ ଚାଲିଛି । ଏଭଳି ପରିସ୍ଥିତିରେ ୟୁକ୍ରେନ ଗୃହ ମନ୍ତ୍ରଣାଳୟ ପକ୍ଷରୁ ଜାରି କରାଯାଇଥିବା ବୟାନ ଅନୁଯାୟୀ, ରୁଷିଆ ଆକ୍ରମଣରେ ଏବେ ପର୍ଯ୍ୟନ୍ତ ୩୫୨ ୟୁକ୍ରେନ୍ ନାଗରିକଙ୍କର ମୃତ୍ୟୁ ହେଲାଣି । ଏଥିରେ ୧୪ ଶିଶୁ ସାମିଲ ଅଛନ୍ତି ।

ବୟାନରେ ଆହୁରି ମଧ୍ୟ କୁହାଯାଇଛି କି ରୁଷିଆ ଆକ୍ରମଣରେ ୧୬୮୪ ଲୋକ ଆହତ ହୋଇଛନ୍ତି । ଏମାନଙ୍କ ମଧ୍ୟରେ ୧୧୬ ଶିଶୁ ରହିଛନ୍ତି । ତେବେ ଆଶଙ୍କା କରାଯାଉଛି କି ଆଗକୁ ମୃତାହତଙ୍କ ସଂଖ୍ୟା ଆହୁରି ବଢିପାରେ । ହେଲେ ରୁଷିଆ ଆକ୍ରମଣରେ ୟୁକ୍ରେନର କେତେ ସେନା ନିହତ ହୋଇଛନ୍ତି ତା’ର କୌଣସି ସୂଚନା ଦିଆଯାଇ ନାହିଁ ।
ଅନ୍ୟପଟେ ରୁଷିଆ ଦାବି କରିଛି କି ସେ କେବଳ ସେନା ଶିବିର ଉପରେ ସେ ମିଶାଇଲ ଆକ୍ରମଣ କରିଛି । ଏଥିରେ ସାଧାରଣ ନାଗରିକଙ୍କର ଆଦୌ କୌଣସି କ୍ଷୟକ୍ଷତି ହୋଇ ନାହିଁ । ଏପଟେ ରୁଷିଆ ସ୍ୱୀକାର କରିଛି କି ୟୁକ୍ରେନ ସହ ହୋଇଥିବା ଯୁଦ୍ଧରେ କେତେଜଣ ରୁଷିଆ ସେନା ପ୍ରାଣ ହରାଇଛନ୍ତି । ହେଲେ ଏହା କେତେ ତାହା ସ୍ପଷ୍ଟ କରାଯାଇ ନାହିଁ ।

Share