ରୁଷିଆ ଉପରେ ବିମାନ ଆକ୍ରମଣ କଲା ୟୁକ୍ରେନ୍‌, ବିସ୍ଫୋରଣରେ ଦ୍ୱିତୀୟ ଦିନରେ ପୁଣିଥରେ ଓଲଟିଲା ଟ୍ରେନ

ମସ୍କୋ,୩।୫: ୟୁକ୍ରେନର ବାଖମୁତରେ ଲାଗି ରହିଥିବା ଲଢେଇ ମଧ୍ୟରେ, ୟୁକ୍ରେନ୍‌ ରୁଷିଆ ଉପରେ କଡା ଜବାବ ଦେଇଛି। ୟୁକ୍ରେନର ଆକ୍ରମଣ ଫଳରେ ରୁଷିଆର ସୀମାବର୍ତ୍ତି ଅଞ୍ଚଳରେ ଏକ ମାଲଗାଡି ଟ୍ରାକରୁ ଖସି ଓଲଟି ଯାଇଛି। ଏହି ଘଟଣା ରୁଷିଆର ପଶ୍ଚିମ ବ୍ରିସ୍କ ଅଞ୍ଚଳରେ ହୋଇଛି। ଏହି ଅଞ୍ଚଳ ରୁଷିଆ, ବେଲାରୁଷ ଓ ୟୁକ୍ରେନର ସୀମାରେ ଅବସ୍ଥିତ। ରୁଷିଆ ଅଧିକାରୀମାନେ କହିଛନ୍ତି, ରୁଷିଆ ୟୁକ୍ରେନ୍‌ ଉପରେ ଆକ୍ରମଣ କରିବା ପରେ ୟୁକ୍ରେନ୍‌ ସେନା ବ୍ରିସ୍କ ଅଞ୍ଚଳରେ ଆକ୍ରମଣ କରିଛନ୍ତି।

ସୂଚନାଯୋଗ୍ୟ, ଦ୍ୱିତୀୟ ଥର ଲାଗି ୟୁକ୍ରେନର ଆକ୍ରମଣରେ ରୁଷିଆର ଟ୍ରେନ୍‌ ଟ୍ରାକରୁ ଖସି ଯାଇ ଓଲଟି ଯାଇଛି। ତେବେ ଏହା ଏକ ମାଲଗାଡି ହୋଇଥିବାରୁ ଏଥିରେ କେହି ହତାହତ ହୋଇ ନ ଥିବା ଜଣାପଡିଛି। ଏହି ଘଟଣା ମଙ୍ଗଳବାର ସନ୍ଧ୍ୟା ସାଢେ ୭ଟାର ବୋଲି କୁହାଯାଉଛି। ୟୁକ୍ରେନ ପକ୍ଷରୁ ରୁଷିଆ ଉପରେ ଆକ୍ରମଣ ଜୋରଦାର ହେବା ସମୟରେ ଏଭଳି ଘଟଣା ଘଟିଛି। ୟୁକ୍ରେନ୍‌ ସେନାରେ କମାଣ୍ଡର ଜନରାଲ ଆଲେକଜାଣ୍ଡ ସିରିସ୍କି କହିଛନ୍ତି ଯେ ପର୍ଯ୍ୟନ୍ତ ଆମେ ବାଖମୁତ ଉପରେ କବଜା କରି ନ ନେଇଛୁ, ସେବେ ପର୍ଯ୍ୟନ୍ତ ଏହି ଲଢେଇ ଜାରି ରହିବ।

Share