ୟୁକ୍ରେନର ଦାବି ୨୪ ଘଣ୍ଟାରେ ନଷ୍ଟ କରିଛି ରୁଷିଆର ୧୪ ହେଲିକପ୍ଟର-ବିମାନ

କ୍ୱିଭ୍‌,୧୯ ।୩: ରୁଷିଆ-ୟୁକ୍ରେନ୍ ଯୁଦ୍ଧ ଥମିବାର ନାଁନେଉନି । ଏହାରି ଭିତରେ ବହୁ ଧନଜୀବନ ନଷ୍ଟ ହୋଇଥିବା ବେଳେ ଶାନ୍ତି କଥାବାର୍ତ୍ତା ମାଧ୍ୟମରେ ଏହାର ସମାଧାନ ହୋଇପାରିବ ବୋଲି ଅନେକ ଦେଶ କହୁଛନ୍ତି । ତେବେ ପ୍ରଥମେ ରୁଷିଆ ୟୁକ୍ରେନ୍ ଉପରେ ଆକ୍ରମଣ କରିଥିବା ବେଳେ ଏବେ ସୁଦ୍ଧା ୟୁକ୍ରେନରେ ୫ ଶହରୁ ଊର୍ଦ୍ଧ୍ୱ ସାଧାରଣ ନାଗରିକଙ୍କ ମୃତ୍ୟୁ ହେଲାଣି, ଯାହାକୁ ନେଇ ଅନେକ ଦେଶ କ୍ଷୋଭ ପ୍ରକାଶ କରିଛନ୍ତି । ତେବେ ୟୁକ୍ରେନ ସେନାବି ଏହାର ପାଲଯଟା ଜବାବ ଦେଇ ଚାଲିଛନ୍ତି । ୟକ୍ରେନ୍ ଦାବି କରିଛି ୨୪ ଘଣ୍ଟାରେ ୟୁକ୍ରେନ ରୁଷିଆର ୭ଟି ବିମାନକୁ ନଷ୍ଟ କରି ଦେଇଛି । ଏହାସହ ଗୋଟିଏ ହେଲିକପ୍ଟର, ୩ ଡ୍ରୋନ୍ ଓ ୩ଟି ମିଶାଇଲକୁ ବି ନଷ୍ଟ କରି ଦେଇଛି ୟୁକ୍ରେନ୍ । ଏହା ୟୁକ୍ରେନ୍ ପାଇଁ ଏକ ସଫଳତା ବୋଲି କୁହାଯାଉଛି ।

Share