ଅଜେୟ ୟୁକ୍ରେନ୍‌

କିଭ୍‌,୨୫ା୨: ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ୟୁକ୍ରେନ୍‌ରେ ଲଢ଼ାଯାଉଛି ୟୁରୋପର ସବୁଠୁ ଲମ୍ବା ଲଢ଼େଇ। ରୁଷିଆର ଏହି ଆକ୍ରମଣକୁ ଶୁକ୍ରବାର ବର୍ଷେ ପୂରଣ ହୋଇଛି। ସଂଘର୍ଷର ବର୍ଷପୂର୍ତ୍ତି ଅବସରରେ ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କି କହିଛନ୍ତି, ଆମ ଦେଶ ସାରା ବିଶ୍ୱକୁ ପ୍ରେରଣା ଦେଇଛି। ୟୁକ୍ରେନ୍‌ ପୃଥିବୀକୁ ଏକାଠି କରିଛି। ବୁଚା, ଇରପିନ୍‌ ଓ ମାରିଉପୋଲ୍‌ ଭଳି ସହର ଆଜି ‘ଦୁର୍ଜୟ ରାଜଧାନୀ’ ସାଜି ରୁଷିଆର ଯୁଦ୍ଧ ଅପରାଧ ବିରୋଧରେ ପ୍ରତିରୋଧର ପ୍ରତୀକ। ରୁଷୀୟ ହତ୍ୟାକାରୀଙ୍କୁ ଦଣ୍ଡିତ ନ କରିବା ଯାଏ ଆମେ ବିଶ୍ରାମ ନେବୁ ନାହିଁ ବୋଲି ଜେଲେନ୍‌ସ୍କି ସୋସିଆଲ ମିଡିଆରେ ଏକ ଭିଡିଓ ମେସେଜ୍‌ ଦେଇଛନ୍ତି।
ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ ୟୁକ୍ରେନ୍‌ ଆକ୍ରମଣ ପାଇଁ ନିଜ ସେନାକୁ ନିର୍ଦ୍ଦେଶ ଦେବା ପରଠାରୁ ଉଭୟ ପକ୍ଷର ୧,୫୦,୦୦୦ ଜଣ ନିହତ ହେଲେଣି। ଅନେକ ଲକ୍ଷ ୟୁକ୍ରେନୀୟ ବିସ୍ଥାପିତ ହେଲେଣି। ଏଥିରେ କ୍ଷୁବ୍ଧ ପାଶ୍ଚାତ୍ୟ ରୁଷିଆ ଉପରେ କଠୋର କଟକଣା ଜାରି କରିଛି। ୟୁକ୍ରେନ୍‌କୁ ମାନବୀୟ ସହାୟତା ପଠାଇବା ସହ ମସ୍କୋକୁ କଡ଼ା ଚେତାବନୀ ମଧ୍ୟ ଦେଇଛି। ଆମେରିକା ଏବଂ ଏହାର ଜି୭ ସହଯୋଗୀ ରାଷ୍ଟ୍ର ସମୂହ ଶୁକ୍ରବାର ଆହୁରି ଅନେକ କଟକଣା ଲଗାଇବାକୁ ନିଷ୍ପତ୍ତି ନେଇଛନ୍ତି। ଆମେରିକାର ଜାତୀୟ ସୁରକ୍ଷା ପରାମର୍ଶଦାତା (ଏନ୍‌ଏସ୍‌ଏ) ଜେକ୍‌ ସୁଲିଭାନ୍‌ କହିଛନ୍ତି, ଓ୍ବାଶିଂଟନ ୟୁକ୍ରେନ୍‌କୁ ଆହୁରି ୨ ବିଲିୟନ ଡଲାର ମୂଲ୍ୟର ସାମରିକ ସହାୟତା ପ୍ୟାକେଜ ପଠାଇବ। ଗତ ୨୦ ତାରିଖରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ଅଚାନକ କିଭ୍‌ ଗସ୍ତ କରି ବିଶ୍ୱକୁ ଚକିତ କରିଦେଇଥିଲେ। ଯୁଦ୍ଧ ପ୍ରଭାବିତ ୟୁକ୍ରେନ୍‌ ସହ ଆମେରିକା ସର୍ବଦା ଛିଡ଼ାହୋଇ ରହିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ବର୍ଷକ ପରେ ବି କିଭ୍‌ ତିଷ୍ଠିରହିଛି। ଗଣତନ୍ତ୍ର ତିଷ୍ଠିଛି। ଆମେରିକା ଓ ବିଶ୍ୱ ୟୁକ୍ରେନ୍‌ ସହ ରହିଥିବା ବାଇଡେନ୍‌ ଟୁଇଟ୍‌ କରିଥିଲେ। ଯୁଦ୍ଧର ବର୍ଷପୂର୍ତ୍ତି ଅବସରରେ ୟୁକ୍ରେନ୍‌ ଉପରେ ବିଶ୍ୱବାସୀ ସହଯୋଗ, ସହାନୁଭୂତି ଓ ସମର୍ଥନ ଅଜାଡ଼ି ଦେଇଛନ୍ତି। ପ୍ୟାରିସ୍‌ର ଇଫେଲ୍‌ ଟାଓ୍ବାରକୁ ୟୁକ୍ରେନୀୟ ପତାକା ରଙ୍ଗ(ହଳଦିଆ ଓ ନୀଳ)ର ଆଲୋକମାଳାରେ ସଜ୍ଜିତ କରାଯାଇଛି। ଲଣ୍ଡନସ୍ଥିତ ଏକ ୟୁକ୍ରେନୀୟ ଚର୍ଚ୍ଚରେ ବ୍ରିଟିଶ୍‌ ଏମ୍‌ପି ଏବଂ କୂଟନୀତିଜ୍ଞମାନେ ପ୍ରାର୍ଥନା କରିଛନ୍ତି। ପୁଟିନ୍‌ ନିଜ ବିସ୍ତାରବାଦୀ ଲକ୍ଷ୍ୟ ହାସଲ କରିପାରିବେ ନାହିଁ ବୋଲି ଜର୍ମାନୀ ଚାନ୍ସଲର ଓଲାଫ୍‌ ସ୍କୋଲ୍‌ଜ କହିଥିବାବେଳେ ଆକ୍ଟିଭିଷ୍ଟମାନେ ବର୍ଲିନ୍‌ସ୍ଥିତ ମସ୍କୋର ଦୂତାବାସ ସମ୍ମୁଖରେ ୟୁକ୍ରେନ୍‌ରୁ ଅଣାଯାଇଥିବା ଏକ ଧ୍ୱସ୍ତ ରୁଷୀୟ ଟ୍ୟାଙ୍କ ରଖି ପ୍ରତିବାଦ ଜଣାଇଛନ୍ତି। ୟୁକ୍ରେନ୍‌ ପ୍ରତି ଜର୍ମାନୀର ସମର୍ଥନକୁ ସାରା ବିଶ୍ୱ ସ୍ବୀକୃତି ପ୍ରଦାନ କରିଥିବା ଜଣେ ଆୟୋଜକ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚପଲ ପିନ୍ଧି ମହାପ୍ରସାଦ ବାଣ୍ଟିଲେ, ଠିଆହୋଇ ଖାଇଲେ

ପୁରୀ,୩୧ା୧୨(ଅଜିତ୍‌ କୁମାର ମହାନ୍ତି): ମହାପ୍ରସାଦ ଓ ମହାପ୍ରଭୁଙ୍କୁ ଅପମାନ କଲାଭଳି ଦୃଶ୍ୟ ପୁଣି ଦେଖିବାକୁ ମିଳିଛି। ଏନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। କେତେଜଣ...

ପୁଟିନଙ୍କ ଘର ଉପରେ ଏମିତି ‘ଡ୍ରୋନ୍ ଆକ୍ରମଣ’ର କରିଥିଲା ୟୁକ୍ରେନ, ଭୟଙ୍କର ଭିଡିଓ ଜାରି କଲା ରୁଷ

ନୂଆଦିଲ୍ଲୀ,୩୧।୧୨: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ବାସଭବନକୁ ଲକ୍ଷ୍ୟ କରି ଡ୍ରୋନ୍ ମାଡ଼ କରିଛି ୟୁକ୍ରେନ। ଏହି ଖବର ପରେ ଦୁଇ ଦେଶ ମଧ୍ୟରେ ଯୁଦ୍ଧ...

ନୂଆବର୍ଷ ପୂର୍ବରୁ ବଡ଼ ଧରଣର ଭୂକମ୍ପ ଝଟକା, ଭୟରେ…

ନୂଆଦିଲ୍ଲୀ,୩୧।୧୨: ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଜାପାନରେ ବଡ଼ ଧରଣର ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ତୀବ୍ରତା ୬ ରେକର୍ଡ କରାଯାଇଛି ।...

ଘରକୁ ଫେରିବା ବାଟରେ ଭୟଙ୍କର ଦୁର୍ଘଟଣା: ବାଇକ୍‌କୁ ଧକ୍କା ଦେଇ ଟ୍ରକ୍‌କୁ ପିଟିଲା ବୋଲେରୋ; ଯୁବକ ଗୁରୁତର; ଡ୍ରାଇଭର…

କେସିଙ୍ଗା,୩୧।୧୨( ତୁମେଶ୍ୱର ସାହୁ): ରାତି ପାହିଲେ ନୂଆବର୍ଷ। ଗାଁଠୁ ନେଇ ସହର ଯାଏ ନୂଆବର୍ଷ ପାଳନ ପାଇଁ ଚାଲିଛି ସଜ ବାଜ। ଏଭଳି ସମୟରେ କେସିଙ୍ଗା...

ବିଗିଡିଲା ଭୁବନେଶ୍ୱର ବାୟୁ ଗୁଣବତ୍ତା, ଓଡ଼ିଶାର ୪ ସହରର ସ୍ଥିତି ସଙ୍ଗିନ

ଭୁବନେଶ୍ବର,୩୧ା୧୨: ଓଡ଼ିଶାର ବାୟୁ ପ୍ରଦୂଷଣ ସ୍ତର ଏବେ ଚିନ୍ତାଜନକ ସ୍ଥିତିରେ ପହଞ୍ଚିଛି। କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (CPCB) ପକ୍ଷରୁ ଜାରି ସଦ୍ୟତମ ତଥ୍ୟ ଅନୁଯାୟୀ,...

ରୁଷକୁ ବିଶ୍ବାସ ଯେ… ୨୦୨୫ ବର୍ଷର ଶେଷ ଭାଷଣରେ ଜେଲେନ୍ସକିଙ୍କ ବିଷୟରେ କଣ କହିଲେ ପୁଟିନ୍

ନୂଆଦିଲ୍ଲୀ,୩୧।୧୨: ରୁଷ ରାଷ୍ଟ୍ରପତି ପୁଟିନ ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଦେଶକୁ ସମ୍ବୋଧିତ କରିଛନ୍ତି । ୟୁକ୍ରେନରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ସେ କହିଥିଲେ ଯେ...

ଭୂତକୋଠା ପାଲଟିଛି ଶିକ୍ଷକ ଭବନ, ରାତି-ଦିନରେ ଜମୁଛି ମଦର ଆସର

ମୋହନା,୩୧/୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ । ଏହା ୩୯ଟି ପଞ୍ଚାୟତକୁ ନେଇ ଗଠିତ । ଏହି ବ୍ଲକର...

ପ୍ରଭାକର ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ, ଡେଙ୍ଗାପଦର ଭଲିବଲ ଟିମ୍ ବିଜୟୀ

ଦିଗପହଣ୍ଡି, ୩୧|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ୪ର୍ଥ ଦିବସ ଆଜି ଆୟୋଜିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri