କ୍ୱିଭ୍ ଉପରେ ଆକ୍ରମଣ ସମୟରେ ରୁଷିଆ ଖବରଦାତାଙ୍କ ମୃତ୍ୟୁ

କ୍ୱିଭ,୨୪ ।୩: ରୁଷିଆ-ୟୁକ୍ରେନ୍ ଯୁଦ୍ଧକୁ ଏକ ମାସ ପୂରଣ ହେବାକୁ ଯାଉଛି । ହେଲେ ଗୋଟିଏ ପଟେ ରୁଷିଆ ତା’ର ଜିଦରେ ଅଟଳ ରହିଥିବା ବେଳେ ୟୁକ୍ରେନ୍ ବି ମୁଣ୍ଡ ନୁଆଁଇବାକୁ ପ୍ରସ୍ତୁତ ନୁହେଁ । ଏଥିରେ ଉଭୟ ଦେଶର ବହୁ ଧନଜୀବନ ନଷ୍ଟ ହୋଇଥିବା ବେଳେ ଏହା ସାରା ବିଶ୍ୱରେ ପ୍ରଭାବ ପକାଇବା ଆରମ୍ଭ କଲାଣି ।
ଏଏଫପି ସମାଚାର ଏଜେନ୍ସିର ସୂଚନା ଅନୁଯାୟୀ, ରୁଷିଆ ଖବରଦାତା ଓକ୍ସାନା ବୌଲିନାଙ୍କର ରୁଷିଆ ସେନାଙ୍କ ଦ୍ୱାରା ୟୁକ୍ରେନ୍ ରାଜଧାନୀ କ୍ୱିଭ୍‌ର ଏକ ଆବାସିକ ଅଞ୍ଚଳରେ ଗୁଳିଗୋଳା ବର୍ଷଣ ସମୟରେ ମୃତ୍ୟୁ ହୋଇଛି । ବୌଲିନା ଖୋଜି ସମାଚାର ଆଉଟଲେଟ ଦ ଇନସାଇଡର ପାଇଁ କାମ କରୁଥିଲେ । ଆଉଟଲେଟ ବୁଧବାର ବୌଲାନାଙ୍କର ୟୁକ୍ରେନ୍‌-ରୁଷିଆ ଯୁଦ୍ଧରେ ମୃତ୍ୟୁ ହୋଇଥିବା ସୂଚନା ଦେଇଥିଲା ।

Share