ଆଜି ରୁଷିଆ-ୟୁକ୍ରେନ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା

କ୍ୱିଭ୍‌,୧ା୪: ରୁଷିଆ-ୟୁକ୍ରେନ ମଧ୍ୟରେ ଯୁଦ୍ଧ ୧ ମାସରୁ ଊର୍ଦ୍ଧ୍ୱ ହେବ ଚାଲିଛି। ଏହାକୁ ବନ୍ଦ କରିବା ଏବଂ ସମାଧାନ ପାଇଁ ଏପର୍ଯ୍ୟନ୍ତ ଅନେକଥର ଆଲୋଚନା ହୋଇସାରିଲାଣି। ମାତ୍ର ସମାଧାନର କୌଣସି ରାସ୍ତା ମିଳୁନି।

ଉଭୟ ଦେଶର ପ୍ରତିନିଧି ଦଳ ଶୁକ୍ରବାର ଆଉ ଥରେ ଆଲୋଚନା କରିବେ। ଏହି ଆଲୋଚନାରେ ତୁର୍କୀ ମଧ୍ୟସ୍ଥି ଭୂମିକା ଗ୍ରହଣ କରୁଛି। ତୁର୍କୀର ବୈଦେଶିକ ମନ୍ତ୍ରୀ ମେଭଲଟ କାଭୁସୋଗ୍ଲୋ କହିଛନ୍ତି, ଆଗାମୀ ଦିନରେ ଦୁଇ ଦେଶର ବୈଦେଶିକ ମନ୍ତ୍ରୀଙ୍କ ଆଲୋଚନା ଇସ୍ତାନବୁଲରେ ଅନୁଷ୍ଠିତ ହେବ। ତେବେ ଆଜି ହେବାକୁ ଥିବା ଏହି ଆଲୋଚନା ଭର୍ଚୁଆଲ ହେବ।

Share