ଋଷିଆ ଖୋଲିବ ଯୌନ ମନ୍ତ୍ରଣାନଳୟ, ସ୍ବାମୀ-ସ୍ତ୍ରୀଙ୍କ ଘରେ ରାତିରେ ଜଳିବନି ଲାଇଟ୍‌, ଅଫିସ୍‌ ବ୍ରେକ୍‌ରେ ରଖିପାରିବେ ଶାରୀରିକ ସମ୍ପର୍କ

ମସ୍କୋ,୧୨।୧୧: ଟେନସନରେ ଋଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ । ୟୁକ୍ରେନ ବିରୋଧରେ ଯୁଦ୍ଧ ଆରମ୍ଭ ହେଲା ଦିନରୁ ଦ୍ରୁତ ଗତିରେ କମିବାରେ ଲାଗିଛି ଦେଶର ଜନସଂଖ୍ୟା । ଯାହା ପୁଟିନ୍‌ଙ୍କ ମୁଣ୍ଡବିନ୍ଧାର କାରଣ ସାଜିଛି। କାମ କରିବାକୁ ଲୋକେ ନାହାନ୍ତି ଏପଟେ ସେନା କଥା କିଏ ପଚାରେ ! ଏଭଳି ସ୍ଥିତିରେ କିଭଳି ଦେଶର ଲୋକସଂଖ୍ୟା ବଢ଼ିବ, ସେନେଇ ପୁଟିନ ପ୍ରଶାସନ ଭଲ ବୁଦ୍ଧି ପାଞ୍ଚିଛନ୍ତି । ଏହାପୂର୍ବରୁ ସରକାର ଲୋକଙ୍କୁ ବହୁ ଲୋଭନୀୟ ଅଫର୍‌ ମଧ୍ୟ ଦେଇସାରିଛନ୍ତି ହେଲେ ସବୁ ଉଦ୍ୟମ ଫେଲ୍‌ ମାରିଛି। ବର୍ତ୍ତମାନ ସରକାର ନୂଆ ମାଷ୍ଟରପ୍ଲାନ କରିଛନ୍ତି। ଖୁବ ଶୀଘ୍ର ରୁଷିଆ ସରକାର ଖୋଲିପାରନ୍ତି Ministry of Sex ବା ଯୌନ ମନ୍ତ୍ରାଳୟ।

୨୦୨୨ ଫେବ୍ରୁଆରୀରୁ ରୁଷିଆ-ୟୁକ୍ରେନ ଯୁଦ୍ଧ ଜାରି ରହିଥିବା ବେଳେ ଦେଶର ଲୋକସଂଖ୍ୟା ଅତିମାତ୍ରାରେ କମିଗଲାଣି । ଏଭଳି ସ୍ଥିତିରେ ଦ୍ରୁତ ଗତିରେ ଜନସଂଖ୍ୟା ବଢ଼ାଇବାକୁ ଚିନ୍ତା କରୁଛନ୍ତି ଭ୍ଲାଦିମିର ପୁଟିନ ସରକାର । ପୁଟିନଙ୍କ ଘନିଷ୍ଠ ନୀନା ଓଷ୍ଟାନିନା ଏବେ ରୁଷିଆରେ ମିନିଷ୍ଟ୍ରି ଅଫ ସେକ୍ସ ବା ଯୌନ ମନ୍ତ୍ରାଳୟ ଖୋଲିବାକୁ ଯୋଜନା କରୁଛନ୍ତି । ନୀନା ଓଷ୍ଟାନିନା ଏବେ ପରିବାର ସୁରକ୍ଷା, ପିତୃତ୍ୱ, ମାତୃତ୍ୱ ଏବଂ ଶୈଶବ ସଂକ୍ରାନ୍ତ ସଂସଦୀୟ କମିଟର ଅଧ୍ୟକ୍ଷ ଅଛନ୍ତି ।

କେମିତି ଦେଶରେ ଜନ୍ମହାର ଦ୍ରୁତ ଗତିରେ ବୃଦ୍ଧି ହେବ, ସେନେଇ ଅନେକ କିଛି ପ୍ରସ୍ତାବ ରହିଛି । ପ୍ରଥମ ପଏଣ୍ଟ ହେଉଛି ଇଣ୍ଟରନେଟ କିମ୍ବା ଲାଇଟ ରହିବ ନାହିଁ । ସ୍ବାମୀ-ସ୍ତ୍ରୀଙ୍କ ପାଇଁ ରାତି ୧୦ଟାରୁ ୨ଟା ଯାଏଁ ଇଣ୍ଟରନେଟ କିମ୍ବା ଲାଇଟ ଉପଲବ୍ଧ ହେବ ନାହିଁ । Intimate activitiesକୁ ପ୍ରୋତ୍ସାହନ ଦେବା ପାଇଁ ଏଭଳି ପ୍ରସ୍ତାବ ରଖାଯାଇଛି ।

ଯଦି କୌଣସି ପୁଅ ବା ଝିଅ ପ୍ରଥମ ଥର ପାଇଁ ଡେଟିଂ କରିବାକୁ ଚାହୁଁଛନ୍ତି, ତେବେ ସେମାନଙ୍କୁ ଆର୍ଥିକ ସହାୟତା ଦେବେ ସରକାର । ପ୍ରଥମ ଡେଟିଂରେ ସେମାନଙ୍କୁ ୫ ହଜା ରବଲ ବା ଭାରତୀୟ ମୁଦ୍ରାରେ ପାଖାପାଖି ୪ ହଜାର ୩୯୫ ଟଙ୍କା ମିଳିବ । ବିବାହ ପାଇଁ ସରକାର ୨୬ ହଜାର ୩ ଶହ ରବଲ ବା ପାଖାପାଖି ୨୩ ହଜାର ୧୨୨ ଟଙ୍କା ଦେବେ । ବାକି ଖର୍ଚ୍ଚ ପବ୍ଲିକ ଫଣ୍ଡିଂ କରାଯିବ । ୧୮ରୁ ୨୩ ବର୍ଷର ମହିଳାମାନେ ପ୍ରଥମ ସନ୍ତାନ ଜନ୍ମ କରିବା ପରେ ଅତିକମରେ ୯୭ ହଜାର ୩୧୧ ଟଙ୍କା ପାଇବେ । ତେବେ ଚେଲିବିନ୍ସ ଅଞ୍ଚଳ ପାଇଁ ଏହି ପରିମାଣ ୯ ଲକ୍ଷ ୧୯ ହଜାର ୫୨ ଟଙ୍କା ରହିଛି । ବିଭିନ୍ନ ଅଞ୍ଚଳ ପାଇଁ ଫାର୍ଷ୍ଟ ଚାଇଲ୍ଡ ଇନସେନଟିଭର ପରିମାଣ ଭିନ୍ନ ଭିନ୍ନ ରହିଛି । ଅଫିସ ଏବଂ ଫ୍ୟାକ୍ଟ୍ରିରେ କଫି ଓ ଲଞ୍ଚ ବ୍ରେକ ବେଳେ ଶାରିରୀକ ସମ୍ପର୍କ ରଖିବାକୁ ପ୍ରୋତ୍ସାହନ ମିଳିବ ।


Enter your email to get our daily news in your inbox.

All Right Reserved By Dharitri.Com

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ଟ୍ରମ୍ପଙ୍କ ଚେତାବନୀ…’ତେଲ ଦରକାର ତ ଆମଠୁ କିଣ, ନଚେତ୍ ହର୍ମୁଜ୍‌କୁ ନିଜେ ଦଖଲ କର’

ୱାଶିଂଟନ,୩୧।୩: ଇରାନ ଯୁଦ୍ଧ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ସହଯୋଗୀ ଦେଶମାନଙ୍କ ଉପରେ ବର୍ଷିଛନ୍ତି। ଯୁଦ୍ଧରେ ବ୍ୟାକଫୁଟକୁ ଯିବା ପରେ ରାଗିଯାଇ ଟ୍ରମ୍ପ ନିଜର…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

ଶିବମ୍‌ ଦୁବେଙ୍କୁ ଆଉଟ କରିବା ପରେ କାହିଁକି ‘ଗନ୍‌-ସଟ୍‌’ ସେଲିବ୍ରେଶନ କରିଥିଲେ ଜାଡେଜା? ନିଜେ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୩୧।୩: ସୋମବାର ଖେଳାଯାଇଥିବା ହାଇଭୋଲଟେଜ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ (RR)ର ଷ୍ଟାର୍‌ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ନିଜର ପୁରୁଣା ଟିମ ଚେନ୍ନାଇ ସୁପର କିଙ୍ଗସ (CSK) ବିପକ୍ଷରେ…

ଅବସରକୁ ନେଇ ମୁହଁ ଖୋଲିଲେ ଶାମି

ନୂଆଦିଲ୍ଲୀ,୩୧ା୩: ଭେଟେରାନ ଭାରତୀୟ ପେସର ମହମ୍ମଦ ଶାମି ଏବେ ଅବସର ସମ୍ପର୍କରେ ଚିନ୍ତା କରୁ ନ ଥିବା କହିଛନ୍ତି। ସେ ତାଙ୍କର ବୟସ, ଆହତ ସମସ୍ୟା କିମ୍ବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri