ହାଇପରସୋନିକ୍‌ କ୍ଷେପଣାସ୍ତ୍ର ପରୀକ୍ଷା କଲା ରୁଷିଆ…

ମସ୍କୋ,୧୯।୨ : ୟୁକ୍ରେନ୍‌ ସହିତ ବିବାଦ ଲାଗି ରହିଥିବାବେଳେ ଏହାକୁ ଅଧିକ ବୃଦ୍ଧି କରିଛି ରୁଷିଆ। ରୁଷିଆ ହାଇପରସୋନିକ୍‌ କ୍ଷେପଣାସ୍ତ୍ର ପରୀକ୍ଷା କରି ସମ୍ଭାବ୍ୟ ଯୁଦ୍ଧ ସଙ୍କଟକୁ ପୁଣି ବଢ଼ାଇଛି। ଏହି କ୍ଷେପଣାସ୍ତ୍ର ଦେଶର ଆଣବିକ ପରୀକ୍ଷାକୁ ପ୍ରୋତ୍ସାହିତ କରିବା ଲାଗି ପରୀକ୍ଷଣ ହୋଇଥିବା ମସ୍କୋ ପକ୍ଷରୁ କୁହାଯାଇଛି। କ୍ଷେପଣାସ୍ତ୍ର ପରୀକ୍ଷାର ୟୁକ୍ରେନ୍‌ ସହିତ ଯୁଦ୍ଧ କରିବାକୁ ନେଇ କୌଣସି ସମ୍ପର୍କ ନଥିବା ରୁଷିଆ କହିଛି।

ତେବେ ରୁଷିଆ ଦ୍ୱାରା ଗ୍ରହଣ କରାଯାଉଥିବା ପଦକ୍ଷେପ ସାମ୍ପ୍ରତିକ ସ୍ଥିତିର ବିପରୀତ ବୋଲି ଆମେରିକା କହିଛି। ଏହା ରୁଷିଆର ଯୁଦ୍ଧଖୋର ମନୋଭାବକୁ ସୂଚିତ କରୁଛି ବୋଲି ଆମେରିକା କହିଛି। ମାତ୍ର ଏହାକୁ ରୁଷିଆ ପକ୍ଷରୁ ଖଣ୍ଡନ କରାଯାଇଛି।

ରୁଷିଆ ଏବଂ ଆମେରିକା ମଧ୍ୟରେ ଜାରି ରହିଥିବା ଅକ୍ଷେପମୂଳକ କଥାବାର୍ତ୍ତା ପୃଥିବୀରେ ଶକ୍ତି ଧ୍ରୁବିକରଣ ସ୍ଥିତି ସୃଷ୍ଟି ହୋଇଛି।
ରୁଷିଆ ନାଟୋ ଶକ୍ତି ଯେପରି ୟୁକ୍ରେନ୍‌କୁ ସହାୟତା ନ କରେ ତାହା ଉପରେ ଗୁରୁତ୍ୱାରୋପ କରୁଛି। ଆମେରିକା ଏକ୍ଷେତ୍ରରେ ପ୍ରତିଶ୍ରୁତି ପ୍ରଦାନ କଲେ ଶାନ୍ତି ଫେରିଆସିବ ବୋଲି ରୁଷିଆ କହିଛି।

Share