ଡ୍ରୋନ୍ ଆକ୍ରମଣର ଅଭିଯୋଗ ଆଣିଲା ରୁଷିଆ, ୟୁକ୍ରେନ ଦେଲା ଚେତବାନୀ

ମସ୍କୋ/କ୍ୱିଭ,୩୦ ।୧୦: ରୁଷିଆ ପ୍ରତିରକ୍ଷା ମନ୍ତ୍ରଣାଳୟ ଶନିବାର ୟୁକ୍ରେନ୍ ଉପରେ ବଡ ଅଭିଯୋଗ ଆଣିଛି । ରୁଷିଆ କହିଛି ୟୁକ୍ରେନ କ୍ରିମିୟାର ସବୁଠାରୁ ବଡ ସହର ଓ ବନ୍ଦର, ଜାହାଜ ଉପରେ ଡ୍ରୋନ୍ ଆକ୍ରମଣ କରିଛି ଯାହା ଏକ ଆତଙ୍କବାଦୀ କାର୍ଯ୍ୟ । ରୁଷିଆ ୟୁଏନଏସସି ସହିତ ଅନ୍ତରାଷ୍ଟ୍ରୀୟ ସମୁଦାୟକୁ ଏହି ଆକ୍ରମଣକୁ ନିନ୍ଦା କରିବା ସହ ଏହା ଏକ ଆତଙ୍କବାଦୀ କାର୍ଯ୍ୟ ବୋଲି କହିଛି । ରୁଷିଆ କହିଛି ୟୁରୋପୀୟ ଦେଶ ବ୍ରିଟେନ ସହାୟତାରେ ୟୁକ୍ରେନ ଏହି ଘଟଣା ଘଟାଇଛି, ଯେଉଁଥିପାଇଁ ଆମେ ଖାଦ୍ୟଶସ୍ୟ କରିଡରକୁ ବନ୍ଦ କରିବାକୁ ବାଧ୍ୟ ହେଉଛୁ ।
ରୁଷିଆ ଅଭିଯୋଗ କରିଛି ଯେ ୟୁକ୍ରେନ୍ ସେନା ରୁଷିଆ ଅଧିକୃତ କ୍ରିମିୟାର ସବୁଠାରୁ ବଡ ସହର ସେଭାଷ୍ଟୋପୋଲରେ ବ୍ଲାକ ସାଗରରେ ଥିବା ଜାହାଜରେ ଶନିବାର ୟୁକ୍ରେନ୍ ସେନା ଡ୍ରୋନ୍ ଷ୍ଟ୍ରାଇକ୍ କରିଛନ୍ତି । ୟୁକ୍ରେନ୍ ସେନା ସେଭାଷ୍ଟୋପୋଲ ବେସ୍‌ର ବାହାର ତଥା ଭିତର ରାସ୍ତାରେ ବ୍ଲାକ ସାଗର ଫ୍ଲାଇଟ ଜାହାଜ ଏବଂ ବେସାମରିକ ଜାହାଜ ଉପରେ ଆତଙ୍କବାଦୀ ଆକ୍ରମଣ କରିଥିଲେ । ଏହି ଆକ୍ରମଣରେ ୯ଟି ମାନବ ବିହୀନ ବିମାନ ଯାନ ଏବଂ ୭ଟି ସ୍ୱୟଂଶାସିତ ସାମୁଦ୍ରିକ ଡ୍ରୋନ୍ ସାମିଲ ହୋଇଛି ।

ଏହି ଅଭିଯୋଗ ଉପରେ ମଧ୍ୟ ବ୍ଲାକ ସାଗର ଶସ୍ୟ ଉଦ୍ୟମକୁ ଧ୍ୱଂସ କରିବାକୁ ରୁଷିଆର ଯୋଜନା ବିଷୟରେ ଆମେ ଚେତାବନୀ ଦେଇଛୁ ବୋଲି କହିଛି ୟୁକ୍ରେନ୍ । ବର୍ତ୍ତମାନ ମସ୍କୋ ଶସ୍ୟ କରିଡରକୁ ଅବରୋଧ କରିବା ପାଇଁ ମିଥ୍ୟା ବାହାନା କରୁଛି, ଯାହା ଲକ୍ଷ ଲକ୍ଷ ଲୋକଙ୍କ ଖାଦ୍ୟ ନିରାପତ୍ତାକୁ ସୁନିଶ୍ଚତ କରୁଛି । ମୁଁ ରୁଷିଆ ଦେଶକୁ ଅନୁରୋଧ କରୁଛି ଯେ କ୍ଷୁଧା ଖେଳ ବନ୍ଦ କରନ୍ତୁ ଏବଂ ଏହାର ଦାୟିତ୍ୱକୁ ନେଇ ପୁନଃ ପ୍ରତିଶ୍ରୁତିବଦ୍ଧ ହୁଅନ୍ତୁ ।


Enter your email to get our daily news in your inbox.

All Right Reserved By Dharitri.Com

ଗୋ-ହତ୍ୟା ଅଭିଯୋଗକୁ ନେଇ ବିଷମ କଟକ ଥାନାରେ ଉତ୍ତେଜନା, ମାଂସ ଧରି ଥାନା ସମ୍ମୁଖରେ ଧାରଣା…

ବିଷମକଟକ,୨୦।୨(ପ୍ରସନ୍ନ କୁମାର ପଣ୍ଡା):ରାୟଗଡ଼ା ଜିଲା ବିଷମ କଟକ ଥାନା ଅଞ୍ଚଳରେ ଗୋ-ହତ୍ୟା ଅଭିଯୋଗକୁ କେନ୍ଦ୍ର କରି ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି। ଦୁର୍ଗୀ ଅଞ୍ଚଳରେ ଗୋ-ମାଂସ ଚାଲାଣ…

ସାଇକେଲରେ ଭାରତ ଭ୍ରମଣ କରୁଛନ୍ତି ଅମିତ

ମୋରଡ଼ା,୨୦ା୨(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ଅଧୀନ ଚଢ଼େଇଗଁା ଗ୍ରାମର ଅମିତ କୁମାର ଦାସ(୧୭) ସମାଜ ପରିବର୍ତ୍ତନର ସଂକଳ୍ପ ନେଇ ସାଇକେଲରେ ଭାରତ ଭ୍ରମଣ କରୁଛନ୍ତି।…

ଡୋନାଲ୍ଡ ଟ୍ରମ୍ପଙ୍କୁ ଶକ୍ତ ଝଟ୍‌କା: ଟାରିଫ୍‌କୁ ବେଆଇନ୍‌ କହିଲେ ଆମେରିକା ସୁପ୍ରିମକୋର୍ଟ, ଏବେ…

ଓ୍ବାଶିଂଟନ,୨୦।୨: ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଆମେରିକା ସୁପ୍ରିମକୋର୍ଟରୁ ବଡ଼ ଝଟ୍‌କା ଲାଗିଛି। ଶୁକ୍ରବାର କୋର୍ଟ ଟ୍ରମ୍ପଙ୍କ ଦ୍ୱାରା ଲାଗୁ କରାଯାଇଥିବା ବ୍ୟାପକ ‘ଟାରିଫ’ (Tariff) ବା ଆମଦାନୀ…

ଘୋଡାହାଡ଼ ନଦୀ ଗଣ୍ଡରୁ ମିଳିଲା ନିଖୋଜ ବୃଦ୍ଧାଙ୍କ ମୃତଦେହ 

ଦିଗପହଣ୍ଡି,୨୦|୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କଇଠଖଣ୍ଡି ଗ୍ରାମ ଦେଇ ପ୍ରବାହିତ ଘୋଡ଼ାହାଡ଼ ନଦୀର ଗଣ୍ଡରେ ବୁଡ଼ିଯାଇ ଜଣେ ବୃଦ୍ଧା ମୃତ୍ୟୁବରଣ କରିଛନ୍ତି। ବୃଦ୍ଧା…

ତପ୍ତପାଣି ଘାଟିରେ ଓଲଟିଲା ମକା ବୋଝେଇ ଟ୍ରକ

ଦିଗପହଣ୍ଡି,୨୦|୨(ଅଶେଷ ନାଥ ମିଶ୍ର) ଗଞ୍ଜାମ – ଗଜପତି ସୀମାନ୍ତ ତପ୍ତପାଣି ଘାଟି ରାସ୍ତାର ପାଳୁଖଳା ଗ୍ରାମ ନିକଟ ଘାଟି ରାସ୍ତାରେ ଏକ ମକା ବୋଝେଇ ଟ୍ରକ୍ (ନଂ.…

ମୋହନାରେ ନୂତନ ଥାନା ଅଧିକାରୀ

ମୋହନା,୨୦ା୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ଥାନାରେ ନୂତନ ଥାନା ଅଧିକାରୀ ଭାବେ ଓମ ନାରାୟଣ ପାତ୍ର ଦାୟିତ୍ୱ ଗ୍ରହଣ କରିଛନ୍ତି। ପୂର୍ବରୁ ରହିଥିବା ଥାନା ଅଧିକାରୀ…

କିଡ୍‌ନୀ, ହାର୍ଟ ଦାନକରି ଅମର ହେଲେ ଶୁଭମ୍‌

ବଞ୍ଚୋ/ବଉଳା/ଛେନାପଦି,୨୦ା୨(ପ୍ରଦୋଷ କୁମାର ବିଶ୍ୱାଳ/ଦୁର୍ଗା ପ୍ରସାଦ ଆୟଚ/ ନିରାକାର ପରିଡା): କେନ୍ଦୁଝର ଜିଲା ହାଟଡ଼ିହୀ ବ୍ଲକ୍‌ ଜମ୍ଭିରା ଗ୍ରାମର ଉପେନ୍ଦ୍ର ଆୟଚଙ୍କ ପୁତ୍ର ଶୁଭମ୍‌ ଆୟଚ(୧୨) ଦୁର୍ଘଟଣାରେ ମୃତ୍ୟୁ…

୨୧୮ ଛାତ୍ରୀଛାତ୍ରଙ୍କ ଚକ୍ଷୁ ପରୀକ୍ଷା

ଦିଗପହଣ୍ଡି/ପାଟପୁର,୨୦ା୨(ଅଶେଷ ନାଥ ମିଶ୍ର/ସିମାଞ୍ଚଳ ସାହୁ): ଗଞ୍ଜାମ ଜିଲା ସମଗ୍ର ଶିକ୍ଷା ଅଭିଯାନ ଓ ଜିଲା ଦୃଷ୍ଟି ବାଧିତ ନିୟନ୍ତ୍ରଣ କାର୍ଯ୍ୟାଳୟ ଆନୁକୂଲ୍ୟରେ ରାଜ୍ୟ ସରକାରଙ୍କ ସୁରେନ୍ଦ୍ର ସାଏ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri