ରୁଷିଆ ଜାରିକଲା ବିଶ୍ୱର ସବୁଠାରୁ ବଡ ପରମାଣୁ ବୋମା ପରୀକ୍ଷଣର ଭିଡିଓ!

ମସ୍କୋ,୨୭।୮: ଆମେରିକା ସହ ତୁତୁ ମେମେ ଭିତରେ ରୁଷିଆ ବିଶ୍ୱର ସବୁଠାରୁ ବଡ ପରମାଣୁ ବୋମା ପରୀକ୍ଷଣର ଭିଡିଓ ଜାରି କରିଛି। ଏହି ପରମାଣୁ ବୋମା ବିସ୍ଫୋରଣକୁ ସବୁଠାରୁ ଶକ୍ତିଶାଳୀ ବୋଲି କୁହାଯାଉଛି। ଏମିତିକି ଆମେରିକା ମଧ୍ୟ କେବେ ଏତେବଡ ପରମାଣୁ ବୋମା ପ୍ରସ୍ତୁତ କରି ନ ଥିବା କୁହାଯାଏ। ‘ଇଓ୍ବାନ’ ନାମକ ଏହି ପରମାଣୁ ବୋମାର ଶକ୍ତି ଜାପାନର ହିରୋସୀମା ସହର ଉପରେ ପଡିଥିବା ପରମାଣୁ ବୋମାଠାରୁ ୩୩୩୩ ଗୁଣା ଅଧିକ ବୋଲି କୁହାଯାଉଛି। ଭିଡିଓରେ ଦିଆଯାଇଥିବା ସୂଚନାରୁ ଜଣାପଡିଛି ରୁଷିଆ ଶୀତଳ ଯୁଦ୍ଧ ସମୟରେ ନିଜର Tsar Bomba ଡିଭାଇସକୁ ୩୦ ଅକ୍ଟୋବର ୧୯୬୧ରେ ବେରଣ୍ଟ ସାଗରରେ ପରୀକ୍ଷଣ କରିଥିଲା। ଏହା ପାଖାପାଖି ୫୦ ମେଗାଟନ ଥିଲା ଓ ୫ କୋଟି ଟନ ପରମ୍ପରାଗତ ବିସ୍ଫୋରଣ ଭାବେ ଫାଟିଥିଲା ବା ବିସ୍ଫୋରଣ ହୋଇଥିଲା। ଏହି ଶକ୍ତିଶାଳୀ ପରମାଣୁ ବୋମାକୁ ରୁଷିଆ ବିମାନ ଆର୍କଟିକ ସମୁଦ୍ରରେ ନୋବାୟା ଜେମଲ୍ୟାରେ ଥିବା ବରଫ ଉପରେ ବିସ୍ଫୋରଣ କରାଯାଇଥିଲା। ଏହି ପରମାଣୁ ବୋମା ସମ୍ପର୍କରେ ପଶ୍ଚିମ ବିଶ୍ୱକୁ ଜଣାପଡିବା ପରେ ଏହାର ନାମ Tsar Bomba ରଖାଯାଇଥିଲା। ଅଗଷ୍ଟ ୨୦ରେ ରୁଷିଆର ରେସ୍ତମ ଷ୍ଟେଟ ଆଟମିକ ଏନର୍ଜି କର୍ପୋରେଶନ ନିଜର ୟୁଟ୍ୟୁବ ଚ୍ୟାନେଲରେ ୩୦ ମିନିଟର ଏକ ଡକ୍ୟୁମେଣ୍ଟାରୀ ଜାରି କରିଛି। ବିଶେଷଜ୍ଞଙ୍କ କହିବା କଥା ହେଲା ରୁଷିଆ ଏହି ପରୀକ୍ଷଣ ମାଧ୍ୟମରେ ଏକ ରୋଚକ ଟେକନିକ୍‌ ସମ୍ପର୍କରେ ଅବଗତ ହେଲା। ଏହି ପରୀକ୍ଷଣରେ ଯେପରି ଲୋକମାନଙ୍କ ସ୍ବାସ୍ଥ୍ୟ ଉପରେ କୌଣସି ପ୍ରଭାବ ନ ପଡେ ତାହାକୁ ଗୁରୁତ୍ୱ ଦିଆଯାଇଥିବା କୁହାଯାଏ। ଏହାସହ ଆମେରିକାକୁ ଚେତାବନୀ ଦେବାକୁ ଏପରି ପରୀକ୍ଷଣ କରାଯାଇଥିବା କୁହାଯାଉଛି।

Share