୨ଲକ୍ଷ ସୈନ୍ୟଙ୍କୁ ନେଇ କ୍ୱିଭ୍‌ ଆକ୍ରମଣ ପାଇଁ ପ୍ରସ୍ତୁତ ପୁଟିନ୍‌: ନୂଆ କଟକଣା ଲଗାଇଲା ଇୟୁ

କ୍ୱିଭ୍‌,୧୬।୧୨: ଗତ ୧୦ମାସରୁ ଊର୍ଦ୍ଧ୍ୱ ହେବ ରୁଷିଆ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଜାରି ରହିଛି। ବର୍ତ୍ତମାନ ଏହି ଯୁଦ୍ଧ ବନ୍ଦ ହେବା ପରିବର୍ତ୍ତେ ଅଧିକ ଜୋରଦାର ହେବାର ଆଶଙ୍କା କରାଯାଉଛି। ଏପରିକି ୟୁକ୍ରେନର ସେନା ମୁଖ୍ୟ ଦାବି କରିଛନ୍ତି ଯେ, ରାଜଧାନୀ କ୍ୱିଭ୍‌ ଉପରେ ଆକ୍ରମଣ କରିବାକୁ ରୁଷିଆ ୨ଲକ୍ଷ ନୂତନ ସୈନ୍ୟଙ୍କୁ ପ୍ରସ୍ତୁତ କରୁଛି। ସୂଚନା ମୁତାବକ, ନୂତନ ବର୍ଷରେ ଅର୍ଥାତ୍‌ ୨୦୨୩ ଆରମ୍ଭରେ ରୁଷିଆ କ୍ୱିଭ୍‌ ଉପରେ ଆକ୍ରମଣ କରିପାରେ ବୋଲି ୟୁକ୍ରେନ ସେନାର କମାଣ୍ଡର ଇନ୍‌ ଚିଫ୍‌ ଜାଲୁଜନୀ କହିଛନ୍ତି। ଅନ୍ୟପଟେ ୟୁରୋପୀୟ ୟୁନିଅନ(ଇୟୁ) ଗୁରୁବାର ରୁଷିଆ ଉପରେ ନୂଆ ପ୍ରତିବନ୍ଧକ ଲଗାଇଥିବା ଜଣାପଡ଼ିଛି। ଏଥିସହ ଇୟୁ ୟୁକ୍ରେନ ସହାୟତା ରାଶି ଯୋଗାଇଦେବା ପାଇଁ ଘୋଷଣା କରିଛି। ୨୭ ଟି ଦେଶର ରାଷ୍ଟ୍ରଦୂତମାନଙ୍କ ସହ ଅନେକ ଦିନର ପରାମର୍ଶ ପରେ ଇୟୁ ଏହି ନୂତନ ପ୍ରତିବନ୍ଧକକୁ ଅନୁମୋଦନ କରିଛି। ଏହି ନୂତନ ପ୍ରତିବନ୍ଧକରେ ପ୍ରାୟ ୨୦୦ ରୁଷୀୟଙ୍କୁ କଳା ତାଲିକାଭୁକ୍ତ କରାଯାଇଛି। କେବଳ ସେତିକି ନୁହେଁ ଖଣି ଉପରେ ପ୍ରତିବନ୍ଧକ ଲଗାଇବା ସହିତ ତୈଳ ରପ୍ତାନି ଉପରେ ମଧ୍ୟ ମୂଲ୍ୟ ଧାର୍ଯ୍ୟ କରାଯାଇଛି।

 

Share