୨୪ ଫେବୃୟାରୀ ସୁଦ୍ଧା ରୁଷିଆ ବଡ଼ ଧରଣର ଆକ୍ରମଣ ପାଇଁ ପ୍ରସ୍ତୁତି କରୁଛି: ୟୁକ୍ରେନ୍‌…

କିଭ୍‌/ମସ୍କୋ,୨।୨ : ୟୁକ୍ରେନର ପ୍ରତିରକ୍ଷା ମନ୍ତ୍ରୀ ଓଲକେସି ରେଜନିକୋଭ ଦାବି କରିଛନ୍ତି ଯେ ରୁଷିଆ ୟୁକ୍ରେନ ଉପରେ ଏକ ବଡ଼ ଧରଣର ଆକ୍ରମଣ ପାଇଁ ଯୋଜନା କରୁଛି। ରେଜନିକୋଭ କହିଛନ୍ତି ଯେ ଏହି ଆକ୍ରମଣ ଫେବୃଆରୀ ୨୪ କିମ୍ବା ଏହାର ପାଖାପାଖି କୌଣସି ତାରିଖରେ ହୋଇପାରେ। ୟୁକ୍ରେନ ଉପରେ ରୁଷିଆର ଆକ୍ରମଣ ଫେବୃଆରୀ୨୪ରେ ଗୋଟିଏ ବର୍ଷ ପୂରଣ ହେବ। ଏଭଳି ପରିସ୍ଥିତିରେ ଯୁଦ୍ଧର ପ୍ରଥମ ବାର୍ଷିକୀରେ ରୁଷିଆ ୟୁକ୍ରେନ ଉପରେ ଏକ ବଡ଼ ଆକ୍ରମଣ କରିବାକୂ ପ୍ରସ୍ତୁତ ହେଉଥିବା କୁହାଯାଉଛି। ଏହା ବ୍ୟତୀତ ୨୩ ଫେବୃଆରୀରେ ରୁଷିଆ ନିଜର ସାମରିକ ଦିବସ ପାଳନ କରିଥାଏ। ଏହି ଦିନ ମଧ୍ୟ ୟୁକ୍ରେନ ଉପରେ ଏକ ଶକ୍ତିଶାଳୀ ଆକ୍ରମଣ ହେବାର ଆଶଙ୍କା ରହିଛି।

ୟୁକ୍ରେନର ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି ଯେ ରୁଷିଆ ପ୍ରାୟ ୫ ଲକ୍ଷ ସୈନିକ ସଂଗ୍ରହ କରୁଛି। ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଗତ ବର୍ଷ ସେପ୍ଟେମ୍ବରରେ ସୀମାରେ ତିନି ଲକ୍ଷ ସୈନିକ ମୁତୟନ କରିବାକୁ ଘୋଷଣା କରିଥିଲେ। ବର୍ତ୍ତମାନ ୟୁକ୍ରେନ ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି ଯେ ଏହି ସଂଖ୍ୟା ତିନି ଲକ୍ଷରୁ ଅଧିକ ଅଟେ। ଏଥି ସହିତ ୟୁକ୍ରେନର ଇନଷ୍ଟିଚ୍ୟୁଟ ଷ୍ଟଡି ଅଫ ୱାର୍‌ ଦାବି କରିଛି ଯେ ରୁଷିଆ ୟୁକ୍ରେନର ପୂର୍ବ ଭାଗରେ ଏକ ବଡ଼ ଧରଣର ଆକ୍ରମଣ କରିପାରେ। ତେବେ ୟୁକ୍ରେନ ରୁଷିଆ ଆକ୍ରମଣର କଡ଼ା ମୁକାବିଲା କରିବାକୁ ମଧ୍ୟ କହିଛି।

ୟୁକ୍ରେନ ପ୍ରତିରକ୍ଷା ମନ୍ତ୍ରୀ ଏମଜି-୨୦୦ ବାୟୁ ପ୍ରତିରକ୍ଷା ରାଡାର କ୍ରୟ ପାଇଁ ଫ୍ରାନ୍ସ ଗସ୍ତରେ ଅଛନ୍ତି। ନିକଟରେ ୟୁକ୍ରେନ ୟୁରୋପୀୟ ଦେଶରୁ ଯୁଦ୍ଧ ବିମାନ ଦେବାକୁ ଦାବି କରିଛି। ନିକଟରେ ଜର୍ମାନୀ, ଆମେରିକା ଏବଂ ବ୍ରିଟେନ ୟୁକ୍ରେନକୁ ଟ୍ୟାଙ୍କ ପଠାଇବାକୁ ନିଷ୍ପତ୍ତି ନେଇଥିଲେ। ୟୁକ୍ରେନର ଗୁପ୍ତଚର ବିଭାଗର ରିପୋର୍ଟ ଅନୁଯାୟୀ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ତାଙ୍କ ସୈନ୍ୟମାନଙ୍କୁ ବସନ୍ତ ପୂର୍ବରୁ ଡୋନବାସ ଅଞ୍ଚଳକୁ ଫେରାଇ ଆଣିବାକୁ ନିର୍ଦ୍ଦେଶ ଦେଇଛନ୍ତି। ବର୍ତ୍ତମାନ ରୁଷିଆର ସୈନ୍ୟ ଏବଂ ୟୁକ୍ରେନ ସେନା ମଧ୍ୟରେ ଡୋନବାସରେ ଭୟଙ୍କର ଯୁଦ୍ଧ ଚାଲିଛି। ୟୁକ୍ରେନର ରାଷ୍ଟ୍ରପତି ଭୋଲଡିମେୟର ଜେଲେନସ୍କି କହିଛନ୍ତି ଯେ ଆଗାମୀ ଦିନରେ ଏହି ଯୁଦ୍ଧ ଅଧିକ ଗମ୍ଭୀର ହୋଇପାରେ।


Enter your email to get our daily news in your inbox.

All Right Reserved By Dharitri.Com

ବେପରୁଆ ଗାଡ଼ି ଚାଳନା, ଢାବା ଉପରକୁ କାର୍ ମାଡ଼ିଯିବାରୁ ୨ମୃତ

କୁଆଁରମୁଣ୍ଡା,୬ା୪(ମହେନ୍ଦ୍ର କୁମାର ସାହୁ): ରବିବାର ବିଳମ୍ବିତ ରାତିରେ ୧୪୩ ନମ୍ବର ଜାତୀୟ ରାଜପଥର କୁଆଁରମୁଣ୍ଡା ଫାଣ୍ଡି ଅନ୍ତର୍ଗତ ଯମୁନାନାକି ନିକଟରେ ମର୍ମନ୍ତୁଦ ଦୁର୍ଘଟଣା । ଢାବା ଭିତରକୁ…

ସକାଳର ପ୍ରଥମ କିରଣ ଛୁଇଁଥିଲା ଶ୍ରୀସୂର୍ଯ୍ୟଙ୍କ ବିଗ୍ରହଙ୍କୁ…

କୋଶୋଦାସର ଶ୍ରୀପଦ୍ମକେଶର ମନ୍ଦିର ଆକ୍ରମଣର ସବିଶେଷ ଇତିହାସ ଆଲୋଚନା ଆଢ଼ୁଆଳରେ ଅଛି। ଆମେ କେବଳ ଗତ ସଂଖ୍ୟାରେ ସୂଚନା ଦେଇଥିଲୁ। ଅନୁସନ୍ଧାନ ଆମର ନୀରବ ହୋଇନାହିଁ। ଶ୍ରୀପଦ୍ମକେଶର…

ମହେନ୍ଦ୍ରଗିରିରେ ନିଖୋଜ ପର୍ଯ୍ୟଟକଙ୍କ ମୃତଦେହ ମିଳିଲା, ୩ ସାଙ୍ଗଙ୍କ ସହ ବୁଲିବାକୁ ଯାଇ…

ପାରଳାଖେମୁଣ୍ଡି,୬ା୪(ଗିରିଧାରୀ ପରିଚ୍ଛା): ମହେନ୍ଦ୍ରଗିରିରେ ନିଖୋଜ ଥିବା ପର୍ଯ୍ୟଟକଙ୍କ ମୃତଦେହ ସୋମବାର ସକାଳେ ଉଦ୍ଧାର ହୋଇଛି। ଗତକାଲି କାଳବୈଶାଖୀ ପ୍ରଭାବରେ ବିନୋଦ ଚନ୍ଦ୍ର ଜେନା ନାମକ ଜଣେ ବ୍ୟକ୍ତି…

ଗୋଠଛଡ଼ା ଦନ୍ତାର ଉପଦ୍ରବ, ଦୁଇ ଘର ଭାଙ୍ଗି…..

କେନ୍ଦୁଝର,୫।୪(ନରେଶ ଚନ୍ଦ୍ର ପଟ୍ଟନାୟକ): ଚମ୍ପୁଆ ରେଞ୍ଜ ଅନ୍ତର୍ଗତ କଟୁପଶି ଗ୍ରାମରେ ଗୋଠଛଡା ଦନ୍ତାର ଉପଦ୍ରବ । ଗୋଠଛଡା ଦନ୍ତା ଆକ୍ରମଣରେ ଦୁଇ ଜଣଙ୍କ ଘର ଭାଙ୍ଗିଛି ।…

ଭାରତକୁ ସାହାଯ୍ୟ ମାଗିଲା ଇରାନ, ଏହି ବ୍ୟକ୍ତି ବଢାଇଲେ ଏମିତି ସହଯୋଗର ହାତ ସବୁଠି ହେଉଛି ଚର୍ଚ୍ଚା

ନୂଆଦିଲ୍ଲୀ,୬।୪: ଆମେରିକା, ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଭାରତ ସାରା ବିଭିନ୍ନ ରାଜ୍ୟର ଲୋକମାନେ ଯୁଦ୍ଧ ଦ୍ୱାରା ପ୍ରଭାବିତ ଇରାନୀ ନାଗରିକମାନଙ୍କୁ ସହାୟତା…

ପରିବେଶ ନିୟମ ଉଲ୍ଲଂଘନ, ସିପିସିବି ନିର୍ଦ୍ଦେଶରେ ରେଙ୍ଗାଲି ଶ୍ୟାମ ମେଟାଲିକ୍ସ ସିଲ୍

ସମ୍ବଲପୁର/ରେଙ୍ଗାଲି,୬୲୪(ପ୍ରମୋଦ ବହିଦାର/ଦେବବ୍ରତ ପଣ୍ଡା): ସମ୍ବଲପୁର ଜିଲା ରେଙ୍ଗାଲି ବ୍ଲକ ପାଣ୍ଡଲୋଇ ସ୍ଥିତ ଶ୍ୟାମ ମେଟାଲିକ୍ସ ଏଣ୍ଡ ଏନର୍ଜି ଲିମିଟେଡ ବିରୋଧରେ କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ସିପିସିବି)…

ଧମାକାଦାର ଇନିଂସ ସହିତ ରେକର୍ଡ କଲେ ସରଫରାଜ

ନୂଆଦିଲ୍ଲୀ,୬।୪: ଇଣ୍ଡିଆନ ପ୍ରିମିୟର ଲିଗ ର 2026 ସଂସ୍କରଣରେ, ଚେନ୍ନାଇ ସୁପର କିଙ୍ଗସ ଲଗାତାର ତିନୋଟି ପରାଜୟ ବରଣ କରିଛି। ଏମ. ଚିନ୍ନାସ୍ବାମୀ ଷ୍ଟାଡିୟମରେ ଖେଳାଯାଇଥିବା ଏକ…

ଖାଦ୍ୟ ଯୋଗାଣ ବିଭାଗର ବଡ଼ ଘୋଷଣା, ୫ କେଜି ଗ୍ୟାସ୍ କିଣିବାକୁ ହେଲେ…

ଭୁବନେଶ୍ବର,୬।୪: ରାଜ୍ୟରେ ଗ୍ୟାସ୍ ସଙ୍କଟକୁ ନେଇ ଚିନ୍ତାରେ ରହିଛନ୍ତି ଖାଉଟି । ଏହାରି ଭିତରେ  ୫ କେଜି ଗ୍ୟାସ୍ ବିକ୍ରିକୁ ନେଇ ସ୍ପଷ୍ଟୀକରଣ ଦେଇଛନ୍ତି ଖାଦ୍ୟ ଯୋଗାଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri