କ୍ୱିଭ୍‌ ଦଖଲ ଯୋଜନା କରୁଛି ରୁଷିଆ, ଚେଚେନ୍ୟା ରିପୋର୍ଟ…

ଗ୍ରୋଜନୀ, ୧୧।୪ : ରୁଷିଆ ୟୁକ୍ରେନ ମଧ୍ୟରେ ଯୁଦ୍ଧକୁ ୪୬ ଦିନ ବିତିଛି। ରୁଷୀୟ ସେନା ଦିନକୁ ଦିନ ଅଧିକ ଆକ୍ରମଣାତ୍ମକ ହୋଇପଡୁଥିବାବେଳେ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ମଧ୍ୟ ପଛକୁ ହଟିବାକୁ ପ୍ରସ୍ତୁତ ନୁହଁନ୍ତି। ଏଥି ସହିତ, ରୁଷିଆର ଆକ୍ରମଣ ଯୋଗୁ ଏପର୍ଯ୍ୟନ୍ତ ଲକ୍ଷ ଲକ୍ଷ ଲୋକ ୟୁକ୍ରେନ ଛାଡିଛନ୍ତି। ଦେଶର ଅର୍ଥନୀତିରେ ମଧ୍ୟ ୪୫ ପ୍ରତିଶତରୁ ଅଧିକ କ୍ଷତି ହୋଇଛି।

ଏପରିସ୍ଥଳେ ସୋମବାର ଚେଚେନ୍ୟା ଗଣରାଜ୍ୟର ଏକ ରିପୋର୍ଟ ପ୍ରକାଶ ପାଇଛି। ରିପୋର୍ଟରେ ଉଲ୍ଲେଖ କରାଯାଇଛି ଯେ, ରୁଷିଆ ୟୁକ୍ରେନ୍‌ ରାଜଧାନୀ କ୍ୱିଭ୍‌ ଦଖଲ କରିବାର ଯୋଜନା ପ୍ରସ୍ତୁତ କରିଛି। ଚେଚେନ୍ୟାର ରାମଜାନ କାଦିରୋଓ୍ବ ସୋମବାର ସକାଳେ ଏଭଳି ଦାବି କରିଛନ୍ତି ।

କେବଳ ମାରିଅପୋଲ ବନ୍ଦର ଉପରେ ନୁହେଁ, କ୍ୱିଭ୍‌ ଏବଂ ଅନ୍ୟ ୟୁକ୍ରେନ ସହର ଉପରେ ମଧ୍ୟ ଆକ୍ରମଣ ଲାଗି ରୁଷୀୟ ସୈନ୍ୟ ଯୋଜନା କରୁଛନ୍ତି। ଏନେଇ ସେମାନଙ୍କୁ ନିର୍ଦ୍ଦେଶ ମିଳିଥିବା ସେ କହିଛନ୍ତି। ଏହି ଆକ୍ରମଣ ପୂର୍ବ ଅପେକ୍ଷା ଅନେକ ଭୟଙ୍କର ହେବାର ଆଶଙ୍କା ରହିଛି। ରୁଷୀୟ ସୈନ୍ୟ ଅଧିକ ଆକ୍ରମଣାତ୍ମକ ହେବା ସହିତ କ୍ୱିଭ୍‌ ସହରକୁ ସମ୍ପୂର୍ଣ୍ଣ ନିଜ ନିୟନ୍ତ୍ରଣକୁ ନେବାକୁ ଚେଷ୍ଟା କରିବେ ବୋଲି ସେ କହିଛନ୍ତି।

 

Share