ଭାରତର କିଛି ବି ବିଗାଡ଼ି ପାରିବେନି ଶତ୍ରୁ; ରୁଷିଆ ଦେଲା ଏଭଳି ଅଫର, ଚାଇନା-ପାକିସ୍ତାନ ଶିବିରରେ କମ୍ପନ

ମସ୍କୋ ,୧୩।୭: ଭାରତର ଏୟାର ଡିଫେନ୍ସ ବ୍ୟବସ୍ଥାକୁ ଅଧିକ ଶକ୍ତିଶାଳୀ କରିବା ପାଇଁ ରୁଷିଆ ଏକ ବଡ଼ ପ୍ରସ୍ତାବ ଦେଇଛି। ନିଜର ସବୁଠାରୁ ଆଡଭାନ୍ସ ଏୟାର ଡିଫେନ୍ସ ସିଷ୍ଟମ S-500ର ଟେକ୍ନୋଲୋଜି ଉପରେ ଆଧାର କରି ଭାରତର ‘ପ୍ରୋଜେକ୍ଟ ସୁଦର୍ଶନ ଚକ୍ର’ ପାଇଁ ମିଳିତ ଭାବେ କାମ କରିବାକୁ ମସ୍କୋ ନୂଆଦିଲ୍ଲୀକୁ ପ୍ରସ୍ତାବ ଦେଇଛି। ରିପୋର୍ଟ ଅନୁସାରେ, ରୁଷିଆର ସୂତ୍ରରୁ ଏହି ସୂଚନା ମିଳିଛି। ୟୁକ୍ରେନ ଯୁଦ୍ଧ ଚାଲିଥିବାରୁ ଏବଂ ନିଜର ସାମରିକ ଆବଶ୍ୟକତା ଦୃଷ୍ଟିରୁ ରୁଷିଆ ପ୍ରଥମେ ଭାରତକୁ ସିଧାସଳଖ S-500 ବିକ୍ରି କରିବାକୁ ମଞ୍ଜୁରୀ ଦେଇନଥିଲା। ଏଭଳି ପରିସ୍ଥିତିରେ ରୁଷିଆ ଏବେ ସିଧାସଳଖ ଏହି ସିଷ୍ଟମ ବିକ୍ରି କରିବା ବଦଳରେ, S-500ର ଆଡଭାନ୍ସ କ୍ଷମତାକୁ ବ୍ୟବହାର କରି ଭାରତ ସହିତ ମିଳିତ ଭାବେ ପ୍ରୋଜେକ୍ଟ ସୁଦର୍ଶନ ଚକ୍ରର ବିକାଶ କରିବାକୁ ଆଗ୍ରହ ପ୍ରକାଶ କରିଛି।

ଭାରତ ନିଜର ସୁରକ୍ଷା ପାଇଁ ଏକ ସ୍ବଦେଶୀ ଏୟାର ଡିଫେନ୍ସ ସିଷ୍ଟମ ତିଆରି କରୁଛି, ଯାହାର ନାମ ‘ପ୍ରୋଜେକ୍ଟ ସୁଦର୍ଶନ ଚକ୍ର’। ରୁଷିଆର ଏହି ନୂଆ ପ୍ରସ୍ତାବ ଦ୍ୱାରା S-500ର ଅତ୍ୟାଧୁନିକ ଟେକ୍ନୋଲୋଜିକୁ ଭାରତର ବର୍ତ୍ତମାନ ଏବଂ ଭବିଷ୍ୟତର ମଲ୍ଟି-ଲେୟାର୍ଡ ଏୟାର ଡିଫେନ୍ସ ନେଟୱର୍କରେ ସାମିଲ କରାଯାଇପାରିବ। ଏହି ସୁଦର୍ଶନ ଚକ୍ର ସିଷ୍ଟମଟି ପୂର୍ବରୁ ଥିବା ରୁଷିଆର S-400 ଏୟାର ଡିଫେନ୍ସ ସିଷ୍ଟମ ଏବଂ ଭାରତର ସ୍ବଦେଶୀ ‘ପ୍ରୋଜେକ୍ଟ କୁଶା’ (ଲଙ୍ଗ-ରେଞ୍ଜ ଏୟାର ଡିଫେନ୍ସ ସିଷ୍ଟମ) ସହିତ ମିଶି କାମ କରିବ। ଏହା ଏକ ଏଭଳି ଏକୀକୃତ (Integrated) ନେଟୱର୍କ ହେବ, ଯେଉଁଥିରେ ଦୂରଗାମୀ ମିସାଇଲ, ବାଲିଷ୍ଟିକ ମିସାଇଲ ଡିଫେନ୍ସ, ଆଡଭାନ୍ସ ସେନ୍ସର, ଶକ୍ତିଶାଳୀ ରଡାର ଏବଂ କମାଣ୍ଡ-ଆଣ୍ଡ-କଣ୍ଟ୍ରୋଲ ସିଷ୍ଟମକୁ ଏକାଠି ଯୋଡ଼ାଯିବ।

S-500ର ସୁପର-ଆଡଭାନ୍ସ ଟେକ୍ନୋଲୋଜି ଭାରତକୁ ମିଳିବା ଦ୍ୱାରା ଦେଶର ଆକାଶମାର୍ଗ ସୁରକ୍ଷା ଅଭେଦ୍ୟ ହୋଇଯିବ। ଏହା ଦ୍ୱାରା ଭାରତ ନିମ୍ନଲିଖିତ ଶତ୍ରୁ ପକ୍ଷର ଆକ୍ରମଣକୁ ସହଜରେ ରୋକିପାରିବ:

-ହାଇପରସୋନିକ ଅସ୍ତ୍ରଶସ୍ତ୍ର: ଅତି ତୀବ୍ର ଗତିରେ ଆସୁଥିବା ଆଧୁନିକ ମିସାଇଲକୁ ମଧ୍ୟ ଏହା ଧ୍ୱଂସ କରିପାରିବ।
-ଶତ୍ରୁପକ୍ଷର ରାଡାରକୁ ଚକମା ଦେଇ ପାରୁଥିବା ଷ୍ଟିଲ୍ଥ ଯୁଦ୍ଧବିମାନକୁ ଆକାଶରେ ଶହ ଶହ କିଲୋମିଟର ଦୂରରୁ ହିଁ ଚିହ୍ନଟ କରି ଗୁଳି କରି ଖସାଇ ଦେଇପାରିବ।
-ବାଲିଷ୍ଟିକ ମିସାଇଲ: ଏହା ଇଣ୍ଟରମିଡିଏଟ-ରେଞ୍ଜ ବାଲିଷ୍ଟିକ ମିସାଇଲକୁ ଅଧା ବାଟରେ ଅଟକାଇ ନଷ୍ଟ କରିବାର କ୍ଷମତା ରଖିଛି।

 

 

Odisha’s No.1 Odia Daily

Share