ୟୁକ୍ରେନ ଉପରେ ଆଣବିକ ଆକ୍ରମଣ କରୁ ରୁଷିଆ, ପୁଟିନଙ୍କ ବନ୍ଧୁଙ୍କ ଦାବି …

ମସ୍କୋ,୨।୧୦ : ୟୁକ୍ରେନ ଉପରେ ରୁଷିଆର ଦଖଲ ଦୁର୍ବଳ ହେବାରେ ଲାଗିଛି। ଏଭଳି ପରିସ୍ଥିତିରେ ରୁଷୀୟ ସୈନ୍ୟ ୟୁକ୍ରେନ ଉପରେ ଆଣବିକ ଆକ୍ରମଣର ଆଶଙ୍କା ରହିଛି। ଏହି ସମୟରେ, ଚେଚନ ରିପବ୍ଲିକର ନେତା ରମଜାନ କାଦିରୋଭ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ୟୁକ୍ରେନ ଉପରେ ସ୍ବଳ୍ପ କ୍ଷମତା ବିଶିଷ୍ଟ ଆଣବିକ ଅସ୍ତ୍ର ବ୍ୟବହାର କରିବାକୁ ଦାବି କରିଛନ୍ତି। କାଦିରୋଭ ପୁଟିନଙ୍କର ଜଣେ ଭଲ ବନ୍ଧୁ ଭାବେ ବେଶ୍‌ ଜଣାଶୁଣା।

କାଦିରୋଭ କହିଛନ୍ତି, ପ୍ରତିରକ୍ଷା ମନ୍ତ୍ରଣାଳୟ ସର୍ବୋଚ୍ଚ ସେନାଧ୍ୟକ୍ଷଙ୍କୁ କ’ଣ ରିପୋର୍ଟ କରେ ମୁଁ ଜାଣେ ନାହିଁ, କିନ୍ତୁ ମୋର ବ୍ୟକ୍ତିଗତ ମତ ହେଉଛି କଠୋର ନିଷ୍ପତ୍ତି ନେବାର ସମୟ ଆସିଛି। ସୀମାନ୍ତ ଅଞ୍ଚଳରେ ସାମରିକ ଆଇନ ଘୋଷଣା କରାଯିବା ଉଚିତ ଏବଂ ସ୍ବଳ୍ପ କ୍ଷମତା ବିଶିଷ୍ଟ ଆଣବିକ ଅସ୍ତ୍ର ବ୍ୟବହାର କରାଯିବା ଜରୁରୀ। ପାଶ୍ଚାତ୍ୟ ଆମେରିକୀୟ ସମ୍ପ୍ରଦାୟକୁ ଧ୍ୟାନରେ ରଖି ପ୍ରତ୍ୟେକ ନିଷ୍ପତ୍ତି ନିଆଯିବା ଆବଶ୍ୟକ ନୁହେଁ ।

Share