ୟୁକ୍ରେନ୍‌ ଉପରେ ଏବେ ନାଗରିକତା ବୋମା ପକାଇଲା ରୁଷିଆ…

ମସ୍କୋ/କ୍ୱିଭ, ୧୨।୭ : ରୁଷିଆ ରାଷ୍ଟ୍ରପତି ଭ୍ଲାଡ଼ିମିର ପୁଟିନ୍‌ ଏବେ ୟୁକ୍ରେନ୍‌ ଉପରେ ନାଗରିକତା ବୋମା ପକାଇଛନ୍ତି। ୟୁକ୍ରେନ୍‌ର ସମସ୍ତ ଲୋକଙ୍କୁ ରୁଷିଆ ନାଗରିକତା ପ୍ରଦାନ ଲାଗି ପୁଟିନ୍‌ ନିର୍ଦ୍ଦେଶ ଜାରି କରିଛନ୍ତି। ଏନେଇ ଶୀଘ୍ର କାର୍ଯ୍ୟ ଆରମ୍ଭ କରିବା ଲାଗି ସେ ଏକ ନିର୍ଦ୍ଦେଶରେ ହସ୍ତାକ୍ଷର କରିଛନ୍ତି।

ଏହା ଦ୍ୱାରା ୟୁକ୍ରେନ୍‌ରେ ରୁଷିଆର ପ୍ରଭାବ ବୃଦ୍ଧି ପାଇବ ବୋଲି ଅନ୍ତର୍ଜାତୀୟସ୍ତରରେ ଚର୍ଚ୍ଚା ହେଉଛି। ତେବେ ଏନେଇ ୟୁକ୍ରେନ୍‌ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି। କେତେକ ନିଜର ଜାତୀୟତା ହରାଇବାକୁ ମଧ୍ୟ ଅନିଛୁକ ହେଉଛନ୍ତି।

Share