୨୦୦୦ ଶିଶୁଙ୍କୁ ଅପହରଣ କରିଛି ରୁଷିଆ…

କ୍ୱିଭ୍‌, ୨୮।୩ : ରୁଷିଆ ୟୁକ୍ରେନ୍‌ ମଧ୍ୟରେ ଯୁଦ୍ଧ ଜାରି ରହିଛି। ଏପରିସ୍ଥଳେ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ଅଭିଯୋଗ କରିଛନ୍ତି ଯେ, ରୁଷିଆ ୨୦୦୦ ଶିଶୁଙ୍କୁ ଅପହରଣ କରିଛି। ମାରିୟାପୋଲରୁ ଏହି ଶିଶୁମାନଙ୍କୁ ଅପରହରଣ କରାଯାଇଥିବା ଜେଲେନସ୍କି ରୁଷୀୟ ଗଣମାଧ୍ୟମ ପ୍ରତିନିଧିଙ୍କୁ ସୂଚନା ଦେଇଛନ୍ତି। ରୁଷିଆର ୫ ଜଣ ସ୍ବତନ୍ତ୍ର ଗଣମାଧ୍ୟମ ପ୍ରତିନିଧିଙ୍କୁ ଏକ ଅନ୍‌ଲାଇନ୍‌ ସାକ୍ଷାତ୍‌କାରରେ ଜେଲେନସ୍କି ଏଭଳି କହିଛନ୍ତି।

ଏହା ସହିତ ଜେଲେନସ୍କି ଏକ ନୂତନ ଆଇନ ସ୍ବାକ୍ଷରିତ କରିଛନ୍ତି। ଏହା ଅନୁସାରେ ସୈନ୍ୟବାହିନୀର ଜେନେରାଲ ଷ୍ଟାଫ ସୂଚନା ଘୋଷଣା ନକରିବା ପର୍ଯ୍ୟନ୍ତ କିମ୍ବା ଏହାକୁ ପ୍ରସାରଣ କରିବାକୁ ଅନୁମତି ନଦେବା ପର୍ଯ୍ୟନ୍ତ ସେନା ଏବଂ ସାମରିକ ଉପକରଣର ଗତିବିଧି ଉପରେ ରିପୋର୍ଟ କରିବାକୁ ବାରଣ କରାଯାଇଛି।

ଇତିମଧ୍ୟରେ ଯୁଦ୍ଧ ବନ୍ଦ କରିବାକୁ ପୋପ ଫ୍ରାନ୍ସିସ ପୁଣି ଥରେ ନିବେଦନ କରିଛନ୍ତି। ଏଥିସହ ତୁର୍କୀ ରାଷ୍ଟ୍ରପତି ରିସେପ୍‌ ତାୟାପି ଏରଡୋନ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ ଟେଲିଫୋନରେ କଥା ହୋଇ ୟୁକ୍ରେନରେ ଅସ୍ତ୍ରବିରତି ଉଲ୍ଲଂଘନ ଉପରେ ଗୁରୁତ୍ୱାରୋପ କରିଛନ୍ତି।

Share