Categories: ଜାତୀୟ

‘ଏସ୍‌-୪୦୦ ଚୁକ୍ତିକୁ ନେଇ ରୁଷିଆ, ଭାରତ ପ୍ରତିବଦ୍ଧ’

ନୂଆଦିଲ୍ଲୀ, ୧୫ା୪: ଏସ୍‌-୪୦୦ ମିସାଇଲ ଚୁକ୍ତି ଅନୁସାରେ ଧାର୍ଯ୍ୟ ସମୟ ସୀମା ଏବଂ ଅନ୍ୟାନ୍ୟ ଦାୟିତ୍ୱ ନିର୍ବାହ ନିମନ୍ତେ ଉଭୟ ଭାରତ ଓ ରୁଷିଆ ପ୍ରତିବଦ୍ଧ ବୋଲି ରୁଷ୍‌ ରାଷ୍ଟ୍ରଦୂତ ନିକୋଲେ କୁଦାଶେଭ ବୁଧବାର କହିଛନ୍ତି। ରୁଷିଆଠାରୁ ଏହି ଯୁଦ୍ଧାସ୍ତ୍ର କ୍ରୟ ଉପରେ ଆମେରିକା ଭାରତ ଉପରେ କଟକଣା ଲଗାଇପାରେ ବୋଲି କୁହାଯାଉଥିବାବେଳେ ରୁଷିଆ ରାଷ୍ଟ୍ରଦୂତ ଏହି ମନ୍ତବ୍ୟ ଦେଇଛନ୍ତି। ଦ୍ୱିପାକ୍ଷିକ କଟକଣା ଅନୁଚିତ ଏବଂ ବେଆଇନ ହୋଇଥିବାରୁ ଭାରତ ଏବଂ ରୁଷିଆ ଏହାକୁ ମାନ୍ୟତା ଦେବେନାହିଁ। ଆମେରିକା ପ୍ରତିରକ୍ଷା ମନ୍ତ୍ରୀ ଲଏଡ୍‌ ଅଷ୍ଟିନ୍‌ ଭାରତ ଆସିଥିବାବେଳେ ଏସ୍‌-୪୦୦ କ୍ରୟ ଉପରେ କଟକଣା ନେଇ ରାଜନାଥ ସିଂଙ୍କ ସହ କୌଣସି ଚର୍ଚ୍ଚା ହୋଇ ନ ଥିବା କହିଥିଲେ।

Share