୧,୫୦୦ ଅଫିସରଙ୍କୁ ହରେଇଲାଣି ରୁଷିଆ

ମସ୍କୋ,୩୦।୧୧: ରୁଷିଆ-ୟୁକ୍ରେନ୍‌ ଯୁଦ୍ଧ ୯ ମାସରୁ ଊର୍ଦ୍ଧ୍ୱ ଦିନ ଧରି ଚାଲିଛି। ଉଭୟ ଦେଶ ଏହାଦ୍ୱାରା ପ୍ରଭାବିତ ହୋଇଥିବାବେଳେ ଏହାର ନକାରାତ୍ମକ ପ୍ରଭାବ ସମଗ୍ର ବିଶ୍ୱରେ ପଡ଼ିଛି। ତେବେ ସୋସିଆଲ ମିଡିଆ ଜାଏଣ୍ଟ ଟୁଇଟର ଏବଂ ଅନ୍ୟ ସାମାଜିକ ଗଣମାଧ୍ୟମରୁ ସଂଗୃହୀତ ତଥ୍ୟ ଅନୁସାରେ ଫେବୃୟାରୀ ୨୪ରୁ ଆରମ୍ଭ ହୋଇଥିବା ଏହି ଅବିରତ ଯୁଦ୍ଧରେ ରୁଷିଆ ନିଜର ୧,୫୦୦ରୁ ଅଧିକ ସେନା ଅଫିସରଙ୍କୁ ହରାଇଛି। ଏଥିସହ ପାଖାପାଖି ୧୬୦ ସେନା ଜେନେରାଲ ପ୍ରାଣ ହରାଇଥିବାବେଳେ ବହୁ ସୈନିକ କ୍ଷତାକ୍ତ ମଧ୍ୟ ହୋଇଛନ୍ତି। ବିଭିନ୍ନ ଅଞ୍ଚଳକୁ ନିଜ ଅକ୍ତିଆର କରିବା ପାଇଁ ରୁଷୀୟ ସେନା ୟୁକ୍ରେନ୍‌ ମାଟିରେ ଲଢ଼େଇ ଜାରି ରଖିଛି। ଯୁଦ୍ଧରେ ପାଖାପାଖି ୧,୦୦,୦୦୦ ରୁଷୀୟ ଯବାନ ପ୍ରାଣ ହରାଇଥିବା ଆମେରିକୀୟ ମିଲିଟାରି ଜେନେରାଲ ମାର୍କ ମିଲି କହିଛନ୍ତି। ୟୁକ୍ରେନ୍‌ର ସମାନ ସଂଖ୍ୟକ ସୈନିକ ପ୍ରାଣ ହରାଇବା ସହ ଆହତ ହୋଇଥିବା ଖବର ପ୍ରକାଶ ପାଇଛି।

Share