ରୁଷିଆ ମୁତୟନ କଲା ବିପଜ୍ଜନକ କ୍ଷେପଣାସ୍ତ୍ର ଏଭନଗାର୍ଡ…

ମସ୍କୋ,୧୯।୧୨ : ରୁଷିଆ ଏକ କ୍ଷେପଣାସ୍ତ୍ର ଦ୍ୱାରା ୟୁକ୍ରେନ ଉପରେ ଆକ୍ରମଣ କରି ଏହାକୁ ସମ୍ପୂର୍ଣ୍ଣ ରୂପେ ନଷ୍ଟ କରିବାରେ ଲାଗିଛି। ରୁଷିଆର ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି ଯେ ଓରେନବର୍ଗ ଅଞ୍ଚଳରେ ଆନ୍ତଃମହାଦେଶୀୟ ହାଇପରସୋନିକ ଏଭନଗାର୍ଡ କ୍ଷେପଣାସ୍ତ୍ର ପ୍ରଣାଳୀ ନିୟୋଜିତ କରିଛି। ଏହା ପୃଥିବୀର ଯେକୌଣସି କୋଣରେ ମାତ୍ର ୩୦ ମିନିଟରେ ଲକ୍ଷ୍ୟ ଭେଦ କରିବାକୁ ସକ୍ଷମ ହେବ।

ରୁଷିଆର ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି ଯେ ହାଇପରସୋନିକ ଗ୍ଲାଇଡ ଯାନ ସହିତ ମିସାଇଲ ସିଷ୍ଟମ ଷ୍ଟ୍ରାଟେଜିକ ମିସାଇଲ ଫୋର୍ସର ଯୁଦ୍ଧ କ୍ଷମତାକୁ ବୃଦ୍ଧି କରିବ। ରୁଷିଆ ଦାବି କରିଛି ଯେ ଏଭନଗାର୍ଡ ହାଇପରସୋନିକ କ୍ଷେପଣାସ୍ତ୍ର ଶବ୍ଦର ବେଗରୁ ୨୭ ଗୁଣ ଅଧିକ ହାଇପରସୋନିକ ବେଗରେ ଉଡ଼ିବାରେ ସକ୍ଷମ। ଏହା ଯେକୌଣସି ଦିଗ ଏବଂ ଉଚ୍ଚତାକୁ ଯାଇପାରେ । ଯେକୌଣସି କ୍ଷେପଣାସ୍ତ୍ର ପ୍ରତିରକ୍ଷା ପ୍ରଣାଳୀ ତୁଳନାରେ ଏହା ଅଧିକ ବିକଶିତ।

ଏହି ହାଇପରସୋନିକ କ୍ଷେପଣାସ୍ତ୍ରର ଘଣ୍ଟା ପ୍ରତି ବେଗ ୩୩,୦୭୬ କିଲୋମିଟର ରହିଛି। ଏଭନଗାର୍ଡ କ୍ଷେପଣାସ୍ତ୍ରର ଓଜନ ପ୍ରାୟ ୨୦୦୦କିଲୋଗ୍ରାମ। ଏକ ସେକେଣ୍ଡରେ ଏହା ପ୍ରାୟ ୧୦ କିଲୋମିଟର ଦୂରତା ଅତିକ୍ରମ କରିବାକୁ ସକ୍ଷମ।

 

Share