ୟୁକ୍ରେନ୍‌ରେ ୪୫ ମାଇଲ ଖାଇ ଖୋଳିଛି ରୁଷିଆ

କିଭ୍‌, ୧୨ା୪ : ୟୁକ୍ରେନ୍‌ର ଜାପୋରିଝିଆ ଓବ୍ଲଷ୍ଟେରେ ରୁଷିଆ ୪୫ ମାଇଲ (ପ୍ରାୟ ୭୨ କି.ମି.) ପ୍ରତିରକ୍ଷା ଖାଇ ଖୋଳିଥିବା ସାଟେଲାଇଟ୍‌ ଚିତ୍ରରୁ ଜଣାପଡ଼ିଛି। ନିକଟରେ ସେଣ୍ଟିିନେଲ୍‌-୨ ସାଟେଲାଇଟ୍‌ ଛବିରୁ ଏହି ଟ୍ରେଞ୍ଚ୍‌ ଦେଖିବାକୁ ମିଳିଛି। ୟୁକ୍ରେନ୍‌ର ପାଲଟା ଆକ୍ରମଣରୁ ସୁରକ୍ଷା ଲାଗି ରୁଷିଆ ସୈନ୍ୟ ଏଭଳି ବିଶାଳ ସୁରକ୍ଷା ବ୍ୟବସ୍ଥା କରିଥିବା ୟୁକ୍ରେନିଆନ୍‌ ସେଣ୍ଟର ଫର୍‌ ଜର୍ନାଲିଷ୍ଟିକ୍‌ ଇନ୍‌ଭେଷ୍ଟିଗେଶନ୍ସ ପକ୍ଷରୁ ପ୍ରକାଶ ପାଇଛି। ଗତ ସେପ୍ଟେମ୍ବରରୁ ରୁଷିଆ ଏହି ଖାଇ ଖୋଳିବା ଆରମ୍ଭ କରିଥିଲା। ଗତବର୍ଷ ରୁଷିଆ ଦଖଲ କରିଥିବା ଜାପୋରଝିଆ ଓବ୍ଲଷ୍ଟର ଏକ-ତୃତୀୟାଂଶରେ ଏହି ପ୍ରତିରକ୍ଷା ଖାଇ ରହିଛି।

Share