ୟୁକ୍ରେନ୍ ଯୁଦ୍ଧ ମଧ୍ୟରେ ରୁଷିଆ ବୈଦେଶିକ ମନ୍ତ୍ରୀଙ୍କ ଭାରତ ଗସ୍ତ ଉପରେ ସମସ୍ତଙ୍କ ନଜର

ନୂଆଦିଲ୍ଲୀ,୧ ।୪: ରୁଷିଆ-ୟୁକ୍ରେନ୍ ଯୁଦ୍ଧ ମଧ୍ୟରେ ରୁଷିଆ ବୈଦେଶିକ ମନ୍ତ୍ରୀ ସର୍ଗେଇ ଲାୱରୋବ ଭାରତ ଗସ୍ତ କରିଛନ୍ତି । ଶୁକ୍ରବାର ସେ ଭାରତର ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କରଙ୍କ ସହ ସାକ୍ଷାତ କରିବେ । ହେଲେ ଏପଟେ ରୁଷିଆ ବୈଦେଶିକ ମନ୍ତ୍ରୀଙ୍କ ଭାରତ ଗସ୍ତ ଉପରେ ସାରା ବିଶ୍ୱର ନଜର ରହିଛି । ଇତିମଧ୍ୟରେ ଆମେରିକା କହିଛି ରୁଷିଆ ସବୁଦେଶ ସହ ସ୍ୱତନ୍ତ୍ର ସମ୍ପର୍କ ରହିଛି । ତେବେ ଭାରତ ଚାହିଁଲେ ରୁଷିଆ-ୟୁକ୍ରେନ୍ ଯୁଦ୍ଧ ଶେଷ ହୋଇଯିବ ବୋଲି ଅନେକେ ମତ ଦେଉଥିବା ବେଳେ ଭାରତ କିନ୍ତୁ ଶାନ୍ତି ପ୍ରକ୍ରିୟା ଦ୍ୱାରା ଏହାର ସମାଧାନ କରାଯାଉ ବୋଲି ଚାହୁଁଛି ।
ଆମେରିକା କହିଛି ରୁଷିଆ ପ୍ରି ପ୍ଲାନିଂ କରି ୟୁକ୍ରେନ ଉପରେ ଆକ୍ରମଣ ଆରମ୍ଭ କରି ଦେଇଛି । ଭାରତ ସହ ଆଉ କିଛି ଦେଶର ସହଯୋଗରେ ଏହି ଯୁଦ୍ଧକୁ ବନ୍ଦ କରିଦିଆଯାଇ ପାରିବ ବୋଲି ସାରା ବିଶ୍ୱ ଅନୁମାନ କରିଛି । ସେପଟେ ରୁଷିଆ ବୈଦେଶିକ ମନ୍ତ୍ରୀ ସର୍ଗେଇ ଲାବରୋବ କହିଛନ୍ତି ୟୁକ୍ରେନରେ ଚାଲିଥିବା ଯୁଦ୍ଧକୁ ଶେଷ କରିବାକୁ ପଡିବ ।

Share