୯ ମହଲା ଆପାଣ୍ଟମେଣ୍ଟ ଉପରେ କ୍ଷେପଣାସ୍ତ୍ର ମାଡ କଲା ରୁଷିଆ

କ୍ୱିଭ୍‌,୧୪।୩: ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଥମିବାର ନାଁ ଧରୁନି। ୟୁକ୍ରେନ୍‌ର ରାଜଧାନୀ କ୍ୱିଭ୍‌କୁ ଦଖଲ କରିବା ପାଇଁ ରୁଷିଆ ସେନା ଲଗାତର ସେଠାରେ ସମାରିକ ଆକ୍ରମଣ କରୁଛନ୍ତି। ସୋମବାର ଭୋରୁ କ୍ୱିଭ୍‌ର ଏକ ୯ ମହଲା ଆପାଣ୍ଟମେଣ୍ଟ ଉପରେ ରୁଷିଆ କ୍ଷେପଣାସ୍ତ୍ର ମାଡ କରିଛି। ଫଳରେ ଆପାର୍ଟମେଣ୍ଟରେ ଭୟଙ୍କର ନିଆଁ ଲାଗିଛି। କ୍ୱିଭ ଇଣ୍ଡିପେଡେଣ୍ଟ ପକ୍ଷରୁ ଭିଡିଓ ସହ ଟୁଇଟ୍‌ କରାଯାଇଛି । ତେବେ ଏହି ଆକ୍ରମଣରେ କୌଣସି ମୃତାହତର ସୂଚନା ମିଳି ନାହିଁ। ସୂଚନାଯୋଗ୍ୟ, ୟୁକ୍ରେନ-ରୁଷ ଯୁଦ୍ଧ ୧୯ ଦିନରେ ପହଞ୍ଚିଛି। କ୍ୱିଭ୍‌କୁ ଦଖଲ କରିବା ପାଇଁ ରୁଷିଆ ସୈନ୍ୟମାନେ ଚାରିପଟୁ ଘେରି ରହିଛନ୍ତି।

Share