ୟୁକ୍ରେନ୍‌ର ଶକ୍ତି ଭିତ୍ତିଭୂମି ବିଧ୍ୱସ୍ତ

କିଭ୍‌/ମସ୍କୋ,୧୯ା୧୦: ୟୁକ୍ରେନ୍‌ ଆକାଶରେ ଘୂରୁଛି ଆମତ୍ଘାତୀ ଡ୍ରୋନ୍‌। ରୁଷିଆ ଦ୍ୱାରା ବ୍ୟବହୃତ ଏହି ଅତ୍ୟାଧୁନିକ ବିଦେଶୀ ଅସ୍ତ୍ର ୟୁକ୍ରେନୀୟ ଭୂଖଣ୍ଡର ଶକ୍ତି ଓ ଜଳ ଭିତ୍ତିଭୂମିକୁ ନଷ୍ଟ କରିବା ପାଇଁ ଯଥେଷ୍ଟ। ମସ୍କୋ ଏଥିରେ ଅନେକାଂଶରେ ସଫଳ ମଧ୍ୟ ହୋଇଛି। ଶୀତଋତୁର ଆଗମନ ବେଳେ ଆକାଶମାର୍ଗରୁ ରୁଷୀୟ ସୈନ୍ୟଙ୍କ ସଦ୍ୟ ଘାତକ ଆକ୍ରମଣରେ ୟୁକ୍ରେନ୍‌ର ପ୍ରାୟ ଏକତୃତୀୟାଂଶ ପାଓ୍ବାର ଷ୍ଟେଶନ ଧ୍ୱସ୍ତବିଧ୍ୱସ୍ତ ହୋଇଯାଇଛି। ଫଳରେ ୟୁକ୍ରେନ୍‌ର ଅନେକ ସହରକୁ ବିଦ୍ୟୁତ୍‌ ସରବରାହ ବିଚ୍ଛିନ୍ନ ହୋଇଛି। ଏଥିରେ ଲକ୍ଷାଧିକ ୟୁକ୍ରେନ୍‌ବାସୀ ପ୍ରଭାବିତ ହୋଇଛନ୍ତି। ଏହା ପରେ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ଙ୍କ ସହ ଆଲୋଚନାର ସବୁ ବାଟ ବନ୍ଦ ହୋଇଯାଇଛି ବୋଲି ମଙ୍ଗଳବାର ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କି ଟୁଇଟ୍‌ କରିଛନ୍ତି।
ରୁଷିଆ-ୟୁକ୍ରେନ୍‌ ଯୁଦ୍ଧର ୮ ମାସ ମଧ୍ୟରେ ଏଭଳି ଅବସ୍ଥା କେବେ ଦେଖିବାକୁ ମିଳି ନ ଥିଲା। ୟୁକ୍ରେନ୍‌ ସମେତ ୟୁରୋପୀୟ ରାଷ୍ଟ୍ରଗୁଡ଼ିକରେ ଶୀତଋତୁ ଆସିଯାଇଛି। ଏପରି ସମୟରେ ୟୁକ୍ରେନୀୟମାନଙ୍କୁ ଜଳ, ଶକ୍ତି, ତାପଜ ବିଦ୍ୟୁତ୍‌ ଓ ଅନ୍ୟ ମୌଳିକ ସୁବିଧାରୁ ବଞ୍ଚତ୍ତ କରିବା ପାଇଁ ପୁଟିନ୍‌ ଯେଉଁ ପନ୍ଥା ଆପଣାଇଛନ୍ତି ତାକୁ ବିଶ୍ୱବ୍ୟାପୀ ନିନ୍ଦା କରାଯାଇଛି। ରୁଷିଆର ଡ୍ରୋନ୍‌ ଆକ୍ରମଣରେ ସବୁଠୁ ଅଧିକ କ୍ଷତିଗ୍ରସ୍ତ ହୋଇଛି ଝିଟୋମିର। ରାଜଧାନୀ କିଭ୍‌ରୁ ୧୪୦ କି.ମି. ଦୂରରେ ଅବସ୍ଥିତ ଏହି ସବୁଜିମାପୂର୍ଣ୍ଣ ସହରରେ ଅନେକ ସେନା ଶିବିର, ଶିଳ୍ପ ରହିଛି, ଯାହାର ଜନସଂଖ୍ୟା ପ୍ରାୟ ଅଢ଼େଇ ଲକ୍ଷ। କିଭ୍‌ରେ ୨ଟି ମିଶାଇଲ ମାଡ଼ ହୋଇଛି। ଏଥିରେ ବିଦ୍ୟୁତ୍‌ ଭିତ୍ତିଭୂମି ନଷ୍ଟ ହେବା ସହ କେତେଜଣ ବ୍ୟକ୍ତି ନିହତ ହୋଇଛନ୍ତି। ଦକ୍ଷିଣ କେନ୍ଦ୍ରୀୟ ସହର ଡିନିପ୍ରୋର ଶକ୍ତି ପ୍ରକଳ୍ପ ମଧ୍ୟ ଧ୍ୱଂସ ହୋଇଯାଇଛି। ରୁଷିଆ ଦଖଲରେ ଥିବା ଜାପୋରିଝିଆର କେତେକ ଇନ୍‌ଫ୍ରାଷ୍ଟକ୍ଚରକୁ ମଧ୍ୟ ରୁଷୀୟ ସୈନ୍ୟ ଟାର୍ଗେଟ କରିଛନ୍ତି। ଏହି ସହରରେ ଥିବା ୟୁରୋପର ସବୁଠୁ ବଡ଼ ଆଣବିକ ଶକ୍ତି କେନ୍ଦ୍ରକୁ ରୁଷିଆ ଟାର୍ଗେଟ କଲେ ଏହା ହେବ ସବୁଠୁ ବିପଜ୍ଜନକ ଆକ୍ରମଣ। କାରଣ ଏଇଠୁ ନିର୍ଗତ ବିଷାକ୍ତ ଗ୍ୟାସ୍‌ କେବଳ ୟୁକ୍ରେନ୍‌ ନୁହେଁ, ବରଂ ଏହି ପୂର୍ବ ୟୁରୋପୀୟ ରାଷ୍ଟ୍ର ସଂଲଗ୍ନ ଅନେକ ପାଶ୍ଚାତ୍ୟ ଦେଶର ବହୁ ସଂଖ୍ୟକ ଲୋକଙ୍କ ମୃତ୍ୟୁର କାରଣ ସାଜିବ। ରୁଷିଆ ଇରାନଠାରୁ ଲକ୍ଷାଧିକ ଡ୍ରୋନ୍‌ ନେଇଥିବା ୟୁକ୍ରେନ୍‌ କହିଛି। ଇରାନ ନିର୍ମିତ ଶହୀଦ ଡ୍ରୋନ୍‌କୁ କିଭ୍‌ ସମେତ ଅନ୍ୟ ସହରଗୁଡ଼ିକରେ ରୁଷୀୟ ସୈନ୍ୟ ବ୍ୟବହାର କରୁଛନ୍ତି। ସେମାନଙ୍କୁ ତାଲିମ ଦେବା ପାଇଁ ଇରାନରୁ ବହୁ ସୈନ୍ୟ ରୁଷିଆ ସୀମାରେ ମୁତୟନ ହୋଇଛନ୍ତି। ବିଗତ ସପ୍ତାହେ ମଧ୍ୟରେ ଶତାଧିକ ଇରାନୀୟ ଡ୍ରୋନ୍‌କୁ ୟୁକ୍ରେନ୍‌ ବିରୋଧରେ ବ୍ୟବହାର କରିଛି ରୁଷିଆ। କେହି କେହି ଏହାକୁ କାମିକାଜି ଡ୍ରୋନ୍‌ କହୁଥିବାବେଳେ ଆଉ କେତେଜଣଙ୍କ ମତରେ ଏହାର ନାମ ଶହୀଦ। ଇରାନ ରୁଷିଆକୁ ଏଭଳି କୌଣସି ଡ୍ରୋନ୍‌ ଯୋଗାଇ ଦେଇନାହିଁ ବୋଲି ସ୍ପଷ୍ଟ କରିଛି। ଏହାସତ୍ତ୍ୱେ ୟୁକ୍ରେନ୍‌ ଇରାନ ସହ ସମସ୍ତ ପ୍ରକାର କୂଟନୈତିକ ସମ୍ପର୍କ ଛିନ୍ନ କରିଛି।

ରୁଷିଆକୁ ଇରାନ ଦେଇଛି ଶହୀଦ ଡ୍ରୋନ୍‌

ଇରାନ ନିର୍ମିତ ‘ଶହୀଦ-୧୩୬’ ହେଉଛି ଆଧୁନିକ ସମୟର ସବୁଠୁ ଘାତକ ଡ୍ରୋନ୍‌। ୨୦୧୯ରେ ଇରାନ ସମର୍ଥତ୍ତ ହୋଉଥି ବିଦ୍ରୋହୀମାନେ ଏହି ଅସ୍ତ୍ର ପ୍ରୟୋଗ କରି ସାଉଦି ଆରବର ତୈଳ ଉତ୍ସଗୁଡ଼ିକୁ ନଷ୍ଟ କରିଦେଇଥିଲେ। ରୁଷିଆ ଏବେ ଏହି ଡ୍ରୋନ୍‌ ପ୍ରୟୋଗ କରି ୟୁକ୍ରେନୀୟ ସୈନ୍ୟଙ୍କ ମନୋବଳ ଦୁର୍ବଳ କରିବାକୁ ସବୁ ପ୍ରକାର ଉଦ୍ୟମ ଚଳାଇଛି। ମସ୍କୋ ଇରାନଠାରୁ ଲକ୍ଷାଧିକ ଶହୀଦ ଡ୍ରୋନ୍‌ ନେଇ ‘ଗେରାନ୍‌-୨’ ଭାବେ ଏହାର ନୂଆ ନାମକରଣ କରିଥିବା କୁହାଯାଉଛି। ଶହୀଦ-୧୩୬ରେ ଥିବା ଗ୍ଲୋବାଲ ପଜିଶନିଂ ସିଷ୍ଟମ୍‌ (ଜିପିଏସ୍‌) ବ୍ୟବସ୍ଥା ଏହାର ଅନ୍ୟତମ ବିଶେଷତ୍ୱ। ମାତ୍ର ୩.୫ ମିଟର ଲମ୍ବ ଓ ୨.୫ ମିଟର ଉଚ୍ଚତା ବିଶିଷ୍ଟ ଏହି ଡ୍ରୋନ୍‌ ଏକକାଳୀନ ୨୦୦ କେ.ଜି. ପର୍ଯ୍ୟନ୍ତ ବିସ୍ଫୋରକ ନେଇ ଲକ୍ଷ୍ୟସ୍ଥଳକୁ ଭେଦ କରିପାରେ। ସୋମବାର ରାତିରେ କିଭ୍‌ ମେୟରଙ୍କ ବାସଭବନକୁ ରୁଷୀୟ ସୈନ୍ୟ ଏହି ଡ୍ରୋନ୍‌ ମାଡ଼କରି ଧ୍ୱସ୍ତବିଧ୍ୱସ୍ତ କରିଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ହେଉଥିଲେ ଚାଲାଣ: ଟ୍ରେନ୍‌ରୁ ୧୬୩ ନାବାଳକ ଉଦ୍ଧାର

ଭୋପାଳ,୧୨ା୪: ବିହାର ଏବଂ ମହାରାଷ୍ଟ୍ରରୁ ଚାଲାଣ ହେଉଥିବା ୧୬୩ଜଣ ନାବାଳକଙ୍କୁ ମଧ୍ୟପ୍ରଦେଶର କାଟ୍‌ନି ଜିଲାରେ ଏକ ଏକ୍ସପ୍ରେସ୍‌ ଟ୍ରେନ୍‌ରୁ ରେଲ୍‌ଓ୍ବେ ପୋଲିସ ଉଦ୍ଧାର କରିଛି। ପିଲାମାନଙ୍କ ବୟସ…

ହର୍ମୁଜକୁ ବନ୍ଦ କରିବ ଆମେରିକା! ଟ୍ରମ୍ପଙ୍କ ଘୋଷଣା ପରେ ବିଶ୍ବରେ ହଲଚଲ

ଓ୍ବାଶିଂଟନ,୧୨ା୪: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଡ଼ ଘୋଷଣା କରିଛନ୍ତି । ବଢ଼ିପାରେ ତୈଳ ସଙ୍କଟ । ବିଶେଷକରି, ଟ୍ରମ୍ପ କହିଛନ୍ତି ଯେ ଆମେରିକା ନୌସେନା…

କିଏ ହେବେ ବିହାରର ନୂଆ ମୁଖ୍ୟମନ୍ତ୍ରୀ, ଦୌଡ଼ରେ ଏହି ପ୍ରମୁଖ ନେତା

ନୂଆଦିଲ୍ଲୀ,୧୨ା୪: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ରାଜ୍ୟ ସଭାକୁ ଯିବା ପରେ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ କିଏ ହେବେ, ତାହାକୁ ନେଇ କଳ୍ପନାଜଳ୍ପନା ବଢ଼ିବାରେ ଲାଗିଛି। ଅନ୍ୟପକ୍ଷେ ଭାଜପା…

ପୋଖରୀରୁ ମିଳିଲା ଯୁବକଙ୍କ ମୃତଦେହ

ଦାରିଙ୍ଗବାଡ଼ି,୧୨।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଅଗ୍ନିଶମ କର୍ମଚାରୀ ରବିବାର ଏକ ପୋଖରୀରୁ ଜଣେ ଯୁବକଙ୍କ ମୃତହେଦ ଉଦ୍ଧାର କରିଛନ୍ତି। ମୃତକ ହେଲେ କୋଟଗଡ଼ ବ୍ଲକ ପକାରୀ…

ଇନଷ୍ଟାଗ୍ରାମରୁ ପ୍ରେମ; ବିବାହର ପ୍ରତିଶ୍ରୁତି ଦେଇ ବଳାତ୍କାର ପରେ ପ୍ରତାରଣା, ଅଭିଯୁକ୍ତଙ୍କୁ ବାନ୍ଧିଲା ଦିଗପହଣ୍ଡି ପୋଲିସ

ଦିଗପହଣ୍ଡି,୧୨ା୪(ଅଶେଷ ନାଥ ମିଶ୍ର): ଇନଷ୍ଟାରୁ ପ୍ରେମ ପରେ ବିବାହର ପ୍ରତିଶୃତି ଦେଇ ବଳାତ୍କାର । ଗଞ୍ଜାମ ଜିଲା ଦିଗପହଣ୍ଡି ସହରର ଅରୁଣ ଘଡ଼େଇ(୨୫) ନାମକ ଯୁବକ ବ୍ରହ୍ମପୁରର…

ଟଙ୍କା ଧରି ଘରକୁ ଫେରୁଥିଲେ ଗୁଡ଼ାରି ରେଞ୍ଜର, ରାସ୍ତାରେ ମାଡ଼ିବସିଲା ଭିଜିଲାନ୍ସ

ଗୁଡାରି,୧୨ା୪(ପ୍ରମୋଦ କୁମାର ପତି): ଧରାପଡ଼ିଲେ ଗୁଡ଼ାରି ରେଞ୍ଜର । ଗୁଡାରି ରେଞ୍ଜର ସୁକୁମାର ଦୁଖୁ ଓଡ଼ିଶା ଭିଜିଲାନ୍ସ ଦ୍ୱାରା ଅଟକ ରହିଛନ୍ତି । ତାଙ୍କ ନିକଟରୁ ୨…

ଜଙ୍ଗଲରେ ଲୁଚାଇ ରଖିଥିଲେ ଗଞ୍ଜେଇ, ମାଡ଼ି ବସିଲା ପୋଲିସ

ମୋହନା,୧୨।୪(ମନ୍ମଥ ମିଶ୍ର): ଘଞ୍ଚ ଜଙ୍ଗଲରେ ଲୁଚାଇ ରଖିଥିବା ବିପୁଳ ପରିମାଣର ଗଞ୍ଜେଇକୁ ଅଡ଼ବା ପୋଲିସ ରବିବାର ଜବତ କରିଛି । ଏକ ବିଶେଷ ସୂତ୍ରରୁ ଖବର ପାଇ…

ତାନ୍ତ୍ରିକର ଅମାନବୀୟ କାଣ୍ଡ, ଝଡା ଫୁଙ୍କା କରିବା ବାହାନରେ ମହିଳାଙ୍କୁ ବାରମ୍ବାର ବଳାତ୍କାର

ଲକ୍ଷ୍ନୌ,୧୨ା୪: ଉତ୍ତରପ୍ରଦେଶର ସୋନଭଦ୍ରା ଜିଲାରୁ ଏକ ଅତ୍ୟନ୍ତ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି । ଝଡାଫୁଙ୍କା ନାଁରେ ଜଣେ ତାନ୍ତ୍ରିକ ଜଣେ ମହିଳାଙ୍କୁ ବଳାତ୍କାର କରିଥିବା ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri