ୟୁକ୍ରେନ୍‌ର ଶକ୍ତି ଭିତ୍ତିଭୂମି ବିଧ୍ୱସ୍ତ

କିଭ୍‌/ମସ୍କୋ,୧୯ା୧୦: ୟୁକ୍ରେନ୍‌ ଆକାଶରେ ଘୂରୁଛି ଆମତ୍ଘାତୀ ଡ୍ରୋନ୍‌। ରୁଷିଆ ଦ୍ୱାରା ବ୍ୟବହୃତ ଏହି ଅତ୍ୟାଧୁନିକ ବିଦେଶୀ ଅସ୍ତ୍ର ୟୁକ୍ରେନୀୟ ଭୂଖଣ୍ଡର ଶକ୍ତି ଓ ଜଳ ଭିତ୍ତିଭୂମିକୁ ନଷ୍ଟ କରିବା ପାଇଁ ଯଥେଷ୍ଟ। ମସ୍କୋ ଏଥିରେ ଅନେକାଂଶରେ ସଫଳ ମଧ୍ୟ ହୋଇଛି। ଶୀତଋତୁର ଆଗମନ ବେଳେ ଆକାଶମାର୍ଗରୁ ରୁଷୀୟ ସୈନ୍ୟଙ୍କ ସଦ୍ୟ ଘାତକ ଆକ୍ରମଣରେ ୟୁକ୍ରେନ୍‌ର ପ୍ରାୟ ଏକତୃତୀୟାଂଶ ପାଓ୍ବାର ଷ୍ଟେଶନ ଧ୍ୱସ୍ତବିଧ୍ୱସ୍ତ ହୋଇଯାଇଛି। ଫଳରେ ୟୁକ୍ରେନ୍‌ର ଅନେକ ସହରକୁ ବିଦ୍ୟୁତ୍‌ ସରବରାହ ବିଚ୍ଛିନ୍ନ ହୋଇଛି। ଏଥିରେ ଲକ୍ଷାଧିକ ୟୁକ୍ରେନ୍‌ବାସୀ ପ୍ରଭାବିତ ହୋଇଛନ୍ତି। ଏହା ପରେ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ଙ୍କ ସହ ଆଲୋଚନାର ସବୁ ବାଟ ବନ୍ଦ ହୋଇଯାଇଛି ବୋଲି ମଙ୍ଗଳବାର ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କି ଟୁଇଟ୍‌ କରିଛନ୍ତି।
ରୁଷିଆ-ୟୁକ୍ରେନ୍‌ ଯୁଦ୍ଧର ୮ ମାସ ମଧ୍ୟରେ ଏଭଳି ଅବସ୍ଥା କେବେ ଦେଖିବାକୁ ମିଳି ନ ଥିଲା। ୟୁକ୍ରେନ୍‌ ସମେତ ୟୁରୋପୀୟ ରାଷ୍ଟ୍ରଗୁଡ଼ିକରେ ଶୀତଋତୁ ଆସିଯାଇଛି। ଏପରି ସମୟରେ ୟୁକ୍ରେନୀୟମାନଙ୍କୁ ଜଳ, ଶକ୍ତି, ତାପଜ ବିଦ୍ୟୁତ୍‌ ଓ ଅନ୍ୟ ମୌଳିକ ସୁବିଧାରୁ ବଞ୍ଚତ୍ତ କରିବା ପାଇଁ ପୁଟିନ୍‌ ଯେଉଁ ପନ୍ଥା ଆପଣାଇଛନ୍ତି ତାକୁ ବିଶ୍ୱବ୍ୟାପୀ ନିନ୍ଦା କରାଯାଇଛି। ରୁଷିଆର ଡ୍ରୋନ୍‌ ଆକ୍ରମଣରେ ସବୁଠୁ ଅଧିକ କ୍ଷତିଗ୍ରସ୍ତ ହୋଇଛି ଝିଟୋମିର। ରାଜଧାନୀ କିଭ୍‌ରୁ ୧୪୦ କି.ମି. ଦୂରରେ ଅବସ୍ଥିତ ଏହି ସବୁଜିମାପୂର୍ଣ୍ଣ ସହରରେ ଅନେକ ସେନା ଶିବିର, ଶିଳ୍ପ ରହିଛି, ଯାହାର ଜନସଂଖ୍ୟା ପ୍ରାୟ ଅଢ଼େଇ ଲକ୍ଷ। କିଭ୍‌ରେ ୨ଟି ମିଶାଇଲ ମାଡ଼ ହୋଇଛି। ଏଥିରେ ବିଦ୍ୟୁତ୍‌ ଭିତ୍ତିଭୂମି ନଷ୍ଟ ହେବା ସହ କେତେଜଣ ବ୍ୟକ୍ତି ନିହତ ହୋଇଛନ୍ତି। ଦକ୍ଷିଣ କେନ୍ଦ୍ରୀୟ ସହର ଡିନିପ୍ରୋର ଶକ୍ତି ପ୍ରକଳ୍ପ ମଧ୍ୟ ଧ୍ୱଂସ ହୋଇଯାଇଛି। ରୁଷିଆ ଦଖଲରେ ଥିବା ଜାପୋରିଝିଆର କେତେକ ଇନ୍‌ଫ୍ରାଷ୍ଟକ୍ଚରକୁ ମଧ୍ୟ ରୁଷୀୟ ସୈନ୍ୟ ଟାର୍ଗେଟ କରିଛନ୍ତି। ଏହି ସହରରେ ଥିବା ୟୁରୋପର ସବୁଠୁ ବଡ଼ ଆଣବିକ ଶକ୍ତି କେନ୍ଦ୍ରକୁ ରୁଷିଆ ଟାର୍ଗେଟ କଲେ ଏହା ହେବ ସବୁଠୁ ବିପଜ୍ଜନକ ଆକ୍ରମଣ। କାରଣ ଏଇଠୁ ନିର୍ଗତ ବିଷାକ୍ତ ଗ୍ୟାସ୍‌ କେବଳ ୟୁକ୍ରେନ୍‌ ନୁହେଁ, ବରଂ ଏହି ପୂର୍ବ ୟୁରୋପୀୟ ରାଷ୍ଟ୍ର ସଂଲଗ୍ନ ଅନେକ ପାଶ୍ଚାତ୍ୟ ଦେଶର ବହୁ ସଂଖ୍ୟକ ଲୋକଙ୍କ ମୃତ୍ୟୁର କାରଣ ସାଜିବ। ରୁଷିଆ ଇରାନଠାରୁ ଲକ୍ଷାଧିକ ଡ୍ରୋନ୍‌ ନେଇଥିବା ୟୁକ୍ରେନ୍‌ କହିଛି। ଇରାନ ନିର୍ମିତ ଶହୀଦ ଡ୍ରୋନ୍‌କୁ କିଭ୍‌ ସମେତ ଅନ୍ୟ ସହରଗୁଡ଼ିକରେ ରୁଷୀୟ ସୈନ୍ୟ ବ୍ୟବହାର କରୁଛନ୍ତି। ସେମାନଙ୍କୁ ତାଲିମ ଦେବା ପାଇଁ ଇରାନରୁ ବହୁ ସୈନ୍ୟ ରୁଷିଆ ସୀମାରେ ମୁତୟନ ହୋଇଛନ୍ତି। ବିଗତ ସପ୍ତାହେ ମଧ୍ୟରେ ଶତାଧିକ ଇରାନୀୟ ଡ୍ରୋନ୍‌କୁ ୟୁକ୍ରେନ୍‌ ବିରୋଧରେ ବ୍ୟବହାର କରିଛି ରୁଷିଆ। କେହି କେହି ଏହାକୁ କାମିକାଜି ଡ୍ରୋନ୍‌ କହୁଥିବାବେଳେ ଆଉ କେତେଜଣଙ୍କ ମତରେ ଏହାର ନାମ ଶହୀଦ। ଇରାନ ରୁଷିଆକୁ ଏଭଳି କୌଣସି ଡ୍ରୋନ୍‌ ଯୋଗାଇ ଦେଇନାହିଁ ବୋଲି ସ୍ପଷ୍ଟ କରିଛି। ଏହାସତ୍ତ୍ୱେ ୟୁକ୍ରେନ୍‌ ଇରାନ ସହ ସମସ୍ତ ପ୍ରକାର କୂଟନୈତିକ ସମ୍ପର୍କ ଛିନ୍ନ କରିଛି।

ରୁଷିଆକୁ ଇରାନ ଦେଇଛି ଶହୀଦ ଡ୍ରୋନ୍‌

ଇରାନ ନିର୍ମିତ ‘ଶହୀଦ-୧୩୬’ ହେଉଛି ଆଧୁନିକ ସମୟର ସବୁଠୁ ଘାତକ ଡ୍ରୋନ୍‌। ୨୦୧୯ରେ ଇରାନ ସମର୍ଥତ୍ତ ହୋଉଥି ବିଦ୍ରୋହୀମାନେ ଏହି ଅସ୍ତ୍ର ପ୍ରୟୋଗ କରି ସାଉଦି ଆରବର ତୈଳ ଉତ୍ସଗୁଡ଼ିକୁ ନଷ୍ଟ କରିଦେଇଥିଲେ। ରୁଷିଆ ଏବେ ଏହି ଡ୍ରୋନ୍‌ ପ୍ରୟୋଗ କରି ୟୁକ୍ରେନୀୟ ସୈନ୍ୟଙ୍କ ମନୋବଳ ଦୁର୍ବଳ କରିବାକୁ ସବୁ ପ୍ରକାର ଉଦ୍ୟମ ଚଳାଇଛି। ମସ୍କୋ ଇରାନଠାରୁ ଲକ୍ଷାଧିକ ଶହୀଦ ଡ୍ରୋନ୍‌ ନେଇ ‘ଗେରାନ୍‌-୨’ ଭାବେ ଏହାର ନୂଆ ନାମକରଣ କରିଥିବା କୁହାଯାଉଛି। ଶହୀଦ-୧୩୬ରେ ଥିବା ଗ୍ଲୋବାଲ ପଜିଶନିଂ ସିଷ୍ଟମ୍‌ (ଜିପିଏସ୍‌) ବ୍ୟବସ୍ଥା ଏହାର ଅନ୍ୟତମ ବିଶେଷତ୍ୱ। ମାତ୍ର ୩.୫ ମିଟର ଲମ୍ବ ଓ ୨.୫ ମିଟର ଉଚ୍ଚତା ବିଶିଷ୍ଟ ଏହି ଡ୍ରୋନ୍‌ ଏକକାଳୀନ ୨୦୦ କେ.ଜି. ପର୍ଯ୍ୟନ୍ତ ବିସ୍ଫୋରକ ନେଇ ଲକ୍ଷ୍ୟସ୍ଥଳକୁ ଭେଦ କରିପାରେ। ସୋମବାର ରାତିରେ କିଭ୍‌ ମେୟରଙ୍କ ବାସଭବନକୁ ରୁଷୀୟ ସୈନ୍ୟ ଏହି ଡ୍ରୋନ୍‌ ମାଡ଼କରି ଧ୍ୱସ୍ତବିଧ୍ୱସ୍ତ କରିଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆକ୍ସନରେ ନୟନତାରା: ନୂଆବର୍ଷରେ କରିବେ ଧମାଲ୍‌

ପ୍ରଶଂସକମାନେ ୟଶଙ୍କ ଫିଲ୍ମ ‘ଟକ୍ସିକ’ର ମୁକ୍ତିଲାଭ ପାଇଁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ନୂଆବର୍ଷ ପୂର୍ବରୁ ପ୍ରଶଂସକଙ୍କୁ ବଡ଼ ଉପହାର ଦେଇଛନ୍ତି ଏହି ଫିଲ୍ମର ନିର୍ମାତା।...

ବିଜେଡି ଅସନ୍ତୁଷ୍ଟଙ୍କ ଉପରେ ମୋକିମଙ୍କ ନଜର, ନୂଆ ସମୀକରଣକୁ ନେଇ କହିଲେ…

ଭୁବନେଶ୍ୱର,୩୧ା୧୨: ନୂଆଦଳ ଓ ସମୀକରଣକୁ ନେଇ କଂଗ୍ରେସର ପୂର୍ବତନ ବିଧାୟକ ମହମ୍ମଦ ମୋକିମ ଏକ ବଡ଼ ବୟାନ ଦେଇଛନ୍ତି। ମୁଖ୍ୟତଃ ଭାଜପା, ବିଜେଡି ଏବଂ କଂଗ୍ରେସକୁ...

PEOଙ୍କୁ ପଚରାଉଚରା କରୁଛି ଭିଜିଲାନ୍ସ: ଚଢାଉବେଳେ ମିଳିଥିଲା ପୁଳାପୁଳା ଟଙ୍କା

ହାଟଡିହୀ,୩୧l୧୨(ଶୁଭକାନ୍ତ ନାୟକ):କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ପିଇଓ ଜିତେନ୍ଦ୍ର ଜେନାଙ୍କ ଘର, ବ୍ୟବସାୟ ପ୍ରତିଷ୍ଠାନ ଏବଂ କାର୍ଯ୍ୟରତ ପଞ୍ଚାୟତ କାର୍ଯ୍ୟାଳୟ ଉପରେ ଗତ ମଙ୍ଗଳବାରରୁ ଭିଜିଲାନ୍ସ...

ଭଦ୍ରକ ଏସପି ଅଫିସକୁ ନୂଆ ବର୍ଷରେ ଫୁଲତୋଡ଼ା ମନା: ଲାଗିଲା ନୋଟିସ

ଭଦ୍ରକ,୩୧।୧୨(ସନାତନ ରାଉତ): ଭଦ୍ରକ ଏସ୍‌ପି ଅଫିସକୁ ନୂଆବର୍ଷରେ ଫୁଲ ତୋଡ଼ା ନେଇ ଯିବାକୁ ବାରଣ କରାଯାଇଛି। ନୂଆ ବର୍ଷରେ ଶୁଭେଚ୍ଛା ଜଣାଇବା ପାଇଁ ବହୁ ବହୁ...

ଭିତରେ ମିଟିଂ କରୁଥିଲେ ସିଏସଓ: ଅଫିସ ଭିତରେ ଧାରଣା ଦେଲେ ଚାଷୀ, ଧାନ ନ ଉଠିବାରୁ…

ବଲାଙ୍ଗୀର, ୩୧।୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ଲୋଇସିଂହା ବ୍ଳକ କୁସମେଲ ପ୍ୟାକ୍ସରେ ଚାଷୀମାନଙ୍କ ଧାନ କିଣା ନ ଥିବାରୁ ଏହି ପ୍ୟାକ୍ସ ଅନ୍ତର୍ଗତ ବିଭିନ୍ନ...

ଆଜି ସରୁଛି ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ, ତାଙ୍କ ସ୍ଥାନ ନେବେ…

ଭୁବନେଶ୍ୱର,୩୧ା୧୨: ଆଜି ଅର୍ଥାତ୍‌ ବୁଧବାର ସରୁଛି ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ। ୨୦୨୪ ଜୁଲାଇରୁ ମୁଖ୍ୟ ଶାସନ ସଚିବ ଦାୟିତ୍ୱରେ ସେ ରହି...

ଗାଡ଼ି ଧକ୍କାକୁ ତୁମୁଳ କାଣ୍ଡ: ଆହତ ହେଲେ ବାଇଁଆ

ଭୁବନେଶ୍ୱର,୩୧।୧୨: ଗାଡ଼ି ଧକ୍କାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ। ୪୫ ନଂ କର୍ପୋରେଟର ଅମରେଶ ଜେନା ଓରଫ ବାଇଁଆ ଭାଇ ଆହତ ହୋଇଛନ୍ତି। ଲକ୍ଷ୍ମୀସାଗର...

ପୁଣି ହେବାକୁ ଯାଉଛି ଯୁଦ୍ଧ? ଭାରତ କଲା ବଡ଼ ଡିଲ୍‌

ନୂଆଦିଲ୍‌ଲୀ,୩୧।୧୨: ଦେଶର ସୁରକ୍ଷାକୁ ଆହୁରି ସୁଦୃଢ଼ କରିବା ପାଇଁ ସରକାର ବର୍ଷ ଶେଷରେ ଏକ ବଡ଼ ପଦକ୍ଷେପ ନେଇଥିଲେ। ଡିସେମ୍ୱର 30, 2025 ରେ, ପ୍ରତିରକ୍ଷା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri