ବୁଚା ନରସଂହାର ପୂର୍ବ ନିର୍ଦ୍ଧାରିତ ଯୋଜନା: ରୁଷିଆ

ମସ୍କୋ,୮ ।୪: ରୁଷିଆ-ୟୁକ୍ରେନ ଯୁଦ୍ଧ ମଧ୍ୟରେ ଏବେ ବୁଚା ନରସଂହାରକୁ ନେଇ ସବୁଠି ଚର୍ଚ୍ଚା ଚାଲିଛି । ଏହି ନରସଂହାର ସାରା ବିଶ୍ୱକୁ ସ୍ତବ୍ଧ କରିଦେଇଛି । ଫଳରେ ଗୁରୁବାର ରୁଷିଆକୁ ଜାତିସଂଘରୁ ନିଲମ୍ବିତ କରାଯାଇଛି । ମିଳିତ ଜାତିସଂଘର ମାନବ ଅଧିକାର ପରିଷଦ(ୟୁଏନ୍‌ଏଚ୍‌ଆର୍‌ସି)ରେ ଅନୁଷ୍ଠିତ ହୋଇଥିବା ଭୋଟିଂ ପ୍ରକ୍ରିୟାରେ ରୁଷିଆ ବିରୋଧରେ ଏହି ନିଷ୍ପତ୍ତି ନିଆଯାଇଛି । ଏହାକୁ ନେଇ ରୁଷିଆ ସେନାର ପ୍ରବକ୍ତା ଦିମିତ୍ରି ପେସକୋବ କହିଛନ୍ତି, ବୁଚା ନରସଂହାର ଏକ ପୂର୍ବ ନିର୍ଦ୍ଧାରିତ ଯୋଜନା । ସେ କହିଛନ୍ତି ରୁଷିଆ ସେନା ଏଭଳି କୌଣସି କାମ କରି ନାହାନ୍ତି । ଦିମିତ୍ରିଙ୍କ ମତରେ ମୃତ ୟୁକ୍ରେନ ନାଗରିକଙ୍କ ଫଟୋ କେବଳ ରୁଷିଆକୁ ବଦନାମ କରିବାକୁ କରାଯାଇଥିବା ବେଳେ ଏହା ପୂର୍ବ ନିର୍ଦ୍ଧାରିତ ଯୋଜନା । ଏହି ଫଟୋର ସତ୍ୟାସତ୍ୟ ନାହିଁ ବୋଲି ସେ କହିଛନ୍ତି । ସୂଚନାଯାଗ୍ୟ, ବୁଚାରେ ରୁଷିଆ ସେନାଙ୍କ ଦ୍ୱାରା ହୋଇଥିବା ନରସଂହାରର ଫଟୋ ସାମ୍ନାକୁ ଆସିବା ପରେ ସାରା ବିଶ୍ୱ ରୁଷିଆକୁ ନିନ୍ଦା କରିବା ସହ ଏହା ହୃଦୟ ବିଦାରକ ବୋଲି କୁହାଯାଇଛି ।

Share