ଯୁଦ୍ଧ ବିରତି ଘୋଷଣା କଲା ରୁଷିଆ

ମସ୍କୋ,୭।୩: ଦୀର୍ଘ ୧୨ ଦିନର ଯୁଦ୍ଧ ପରେ ରୁଷିଆ ସାମୟିକ ଯୁଦ୍ଧ ବିରତି ଘୋଷଣା କରିଛି। ଭାରତୀୟ ସମୟ ଅନୁସାରେ ମଧ୍ୟାହ୍ନ ୧୨.୩୦ରୁ ଏହି ବିରତି ଘୋଷଣା କରିଛି ରୁଷିଆ। ୟୁକ୍ରେନରେ ଫସିଥିବା ଲୋକଙ୍କୁ ଉଦ୍ଧାର ପାଇଁ ରୁଷିଆ ଏପରି କରିଥିବା ଜଣାପଡିଛି। ୟୁକ୍ରେନର ୪ ସହର କ୍ୱିଭ୍‌, ସୁମି, ମାରିୟୁପୋଲ, ଖାରକିଭ୍‌ ପାଇଁ ସାମୟିକ ଯୁଦ୍ଧ ବିରତି ଘୋଷଣା କରାଯାଇଥିବା ସୂଚନା ମିଳିଛି।
ସୂଚନାଯୋଗ୍ୟ, ଉଭୟ ଦେଶ ମଧ୍ୟରେ ତୃତୀୟ ରାଉଣ୍ଡ ବୈଠକ ପୂର୍ବରୁ ଏଭଳି ନିଷ୍ପତ୍ତି ନିଆଯାଇଛି। ସୁମି ସହରରେ ବହୁ ସଂଖ୍ୟକ ଭାରତୀୟ ଫସି ରହିଛନ୍ତି। ଏବେ ଯୁଦ୍ଧ ବିରତି ଯୋଗୁ ସେଠାରୁ ଲୋକଙ୍କ ଉଦ୍ଧାର କରିବା ସହଜ ହେବ। ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରୁଷିଆ ରାଷ୍ଟ୍ରପତିଭ୍ଲଦିମିର ପୁଟିନ ଏବଂ ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲୋଦିମିର୍‌ ଜେଲେନସ୍କିଙ୍କ ସହ ଫୋନ୍‌ରେ ଯୁଦ୍ଧ ପରିସ୍ଥିତି ନେଇ ଆଲୋଚନା କରିବେ। ୟୁକ୍ରେନରେ ଫସିଥିବା ଭାରତୀୟ ଛାତ୍ରୀଛାତ୍ର ସୁରକ୍ଷିତ ଭାବେ ସ୍ବଦେଶ ଫେରାଇ ଆଣିବା ହେଉଛି ଏହି ଆଲୋଚନାର ମୁଖ୍ୟ ଏଜେଣ୍ଡା।

Share