ନଭେମ୍ବରରେ ଭାରତରେ କରୋନା ଟିକା ଦେବ ରୁଷିଆ

ମସ୍କୋ,୧୨ା୮: କରୋନା ଭୂତାଣୁ ପାଇଁ ଏକ ସଫଳ ଟିକା ପ୍ରସ୍ତୁତ କରିଥିବା ରୁଷିଆ ମଙ୍ଗଳବାର ଘୋଷଣା କରିଛି। ଏହି ଟିକା ଅନୁସନ୍ଧାନ ପାଇଁ ପାଣ୍ଠି ଯୋଗାଉଥିବା ଗୋଷ୍ଠୀର ମୁଖ୍ୟ କିରିଲ ଡିମିଟ୍ରିଏଭ୍‌ କହିଛନ୍ତି ଯେ ନଭେମ୍ବର ସୁଦ୍ଧା ରୁଷିଆ ଅନ୍ୟ ଦେଶକୁ ଏହି ଟିକା ଯୋଗାଇ ପାରିବ। ଏହାପୂର୍ବରୁ ରୁଷିଆ କହିଛି ଯେ, ଭାରତ ସମେତ ୨୦ଟି ଦେଶ ତାଙ୍କ ଟିକା କିଣିବାକୁ ଆଗ୍ରହ ପ୍ରକାଶ କରିଛନ୍ତି।

ରୁଷିଆ କହିଛି ଯେ, ଅକ୍ଟୋବରରେ ଏହା ନିଜ ଦେଶରେ ବହୁ ପରିମାଣରେ ଲୋକଙ୍କୁ ଟିକା ଦେବା ପାଇଁ ଏକ କାର୍ଯ୍ୟକ୍ରମ ଆରମ୍ଭ କରିବ। ତଥାପି, ରୁଷିଆର ଟିକାର ପର୍ଯ୍ୟାୟ-୩ ପରୀକ୍ଷା ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ହୋଇନାହିଁ । ତେଣୁ ବିଶ୍ୱର ବିଶେଷଜ୍ଞମାନେ ଏହି ଟିକାକୁ ସଫଳ ବୋଲି କହୁ ନାହାନ୍ତି। ପର୍ଯ୍ୟାୟ -୩ ପରୀକ୍ଷଣର ଫଳାଫଳ ପରେ ହିଁ ଟିକା ବିଷୟରେ ଦୃଢ଼ ସୂଚନା ପ୍ରକାଶ ପାଇବ।

ଏକ ରିପୋର୍ଟ ଅନୁଯାୟୀ, ରୁଷିଆ ପ୍ରତ୍ୟକ୍ଷ ନିବେଶ ପାଣ୍ଠି (ଆରଡିଏଫ୍‌)ର ମୁଖ୍ୟ କିରିଲ ଦାମିତ୍ରୀବ ବୁଧବାର କହିଛନ୍ତି ଯେ, ଏହି ଟିକା ସୁରକ୍ଷିତ ଅଛି। ସେ କହିଛନ୍ତି ଯେ, ଏହାକୁ ପ୍ରମାଣ କରିବା ପାଇଁ ଆମେ ଅଗଷ୍ଟ ଏବଂ ସେପ୍ଟେମ୍ବରରେ ତଥ୍ୟ ପ୍ରକାଶ କରିବୁ।

Share