ୟୁକ୍ରେନ୍ ସେନାଙ୍କ ଗଡ ମାରିଉପୋଲ ଉପରେ କବଜା କଲା ରୁଷିଆ ସେନା!

କ୍ୱିଭ,୧୭ ।୫: ମାସ ମାସ ଧରି ରୁଷିଆ-ୟୁକ୍ରେନ୍ ଯୁଦ୍ଧ ଲାଗି ରହିଥିବା ବେଳେ ଏବେବି ରୁଷିଆ ସେନା ୟୁକ୍ରେନ ଉପରେ ଆକ୍ରମଣ କରି ଚାଲିଛନ୍ତି । ତେବେ ମଙ୍ଗଳବାର ୟୁକ୍ରେନ୍ ସେନାଙ୍କ ଗଡ କୁହାଯାଉଥିବା ମାରିଉପୋଲକୁ ରୁଷିଆ ସେନା କବଜା କରି ନେଇଥିବା ଦାବି କରାଯାଇଛି । ରୁଷିଆ ସେନା କହିଛି ମାରିଉପୋଲ ଏବେ ଆମ କବଜାରେ । ଏଥିରୁ ଅନୁମାନ କରାଯାଉଛି କି ଏହା ୟୁକ୍ରେନର ସବୁଠାରୁ ବଡ ପରାଜୟ । ଏହାସହ ଯୁଦ୍ଧ ନିକଟରେ ଶେଷ ହୋଇପାରେ ବୋଲି ବି ଅନୁମାନ କରାଯାଉଛି । ତେବେ ବେଶ କିଛି ଦିନ ହେବ ମାରିଉପୋଲକୁ ନିଜ କବଜାକୁ ଆଣିବାକୁ ଚେଷ୍ଟା କରୁଥିବା ରୁଷିଆ ସେନା ଶେଷରେ ଏହାକୁ ହାସଲ କରିଛି । ଆଉ ସେଠାରେ ଥିବା ୟୁକ୍ରେନ ସେନାଙ୍କୁ ରୁଷିଆ ଅଧିକୃତ ସ୍ଥାନକୁ ପଠାଇ ଦିଆଯାଇଛି । ତେବେ ମାରିଉପୋଲ କବଜା କରିବା ସମୟରେ ସହରର ହଜାର ହଜାର ଜନତା ରୁଷିଆ ଆକ୍ରମଣରେ ପ୍ରାଣ ହରାଇଥିବା କୁହାଯାଉଛି । ଇତିମଧ୍ୟରେ ଜର୍ମାନୀ ଚାନସଲର ଓଲାଫ ଶୁଲ୍‌ଜ ୟୁକ୍ରେନର ରାଷ୍ଟ୍ରପତି ଭୋଲେଡେମିର ଜେଲେନସ୍କିଙ୍କ ସହ କଥା ହୋଇଛନ୍ତି । ସେ ଫୋନ ଯୋଗେ ୟୁକ୍ରେନ୍ ସେନା ଓ ମାନବୀୟ ସ୍ଥିତି ସମ୍ପର୍କରେ ପଚାରି ବୁଝିଛନ୍ତି ।

Share