ଲୁହାନସ୍କରେ ରୁଷିଆର ବିସ୍ଫୋରଣ: ୪ ମୃତ, ୬ ଗୁରୁତର

କ୍ୱିଭ୍‌,୨୪ା୩: ରୁଷିଆ-ୟୁକ୍ରେନ ଯୁଦ୍ଧ ୨୯ ଦିନରେ ପହଞ୍ଚିଛି। ମାତ୍ର କୌଣସି ପରିସ୍ଥିତିରେ ଯୁଦ୍ଧ ବନ୍ଦ ହେବା ପରି ମନେ ହେଉନାହିଁ। ରୁଷିଆ ଏହାର ଆକ୍ରମଣକୁ ତୀବ୍ର କରିଛି। ୟୁକ୍ରେନକୁ ଭୟଙ୍କର ପରିଣାମ ବିଷୟରେ ରୁଷିଆ ଚେତାବନୀ ଦେଇଛି। ଏଥିସହ ଲୁହାନସ୍କ ନିକଟରେ ରୁଷିଆର ବିସ୍ଫୋରଣରେ ୪ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୬ ଜଣ ଗୁରୁତର ହୋଇଛନ୍ତି।

ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି ରୁଷିଆକୁ ବିରୋଧ କରିବାକୁ ଏକ ବିଶ୍ୱସ୍ତରୀୟ ପ୍ରଦର୍ଶନ କରିବାକୁ ଅନୁରୋଧ କରିଛନ୍ତି। ସେ ଏକ ଭିଡିଓ ଜାରି କରିଛନ୍ତି। ଯାହାକି ବିଶ୍ୱର ଲୋକଙ୍କୁ ନିଜ ସହର କିମ୍ବା ଅଞ୍ଚଳରୁ ୟୁକ୍ରେନକୁ ସମର୍ଥନ କରିବାକୁ ଅନୁରୋଧ କରୁଛନ୍ତି।

Share