କଟକଣା ଲଗାଇଲା ରୁଷିଆ: ବ୍ରିଟିଶ ଏୟାରଲାଇନ୍ସକୁ ଦେଲାନି ଅନୁମତି

ମସ୍କୋ,୨୫।୨: ବ୍ରିଟିଶ ଏୟାରଲାଇନ୍ସକୁ ରୁଷିଆ ବିମାନବନ୍ଦରରେ ଅବତରଣ କିମ୍ବା ଏହାର ବାୟୁସୀମା ବ୍ୟବହାରକୁ ମସ୍କୋ ଅନୁମତି ଦେଇନାହିଁ। ରୁଷିଆର ୟୁକ୍ରେନ୍‌ ଆକ୍ରମଣ ପରେ ଏହାର ବିମାନକୁ ବ୍ରିଟେନ ଏହାର ବାୟୁସୀମା ନିଷେଧ କରିଥିଲା। ଯେସାକୁ ତେସା ନୀତି ସ୍ବରୂପ ବ୍ରିଟେନ ସହ ସମ୍ପୃକ୍ତ କିମ୍ବା ସେଠାରେ ପଞ୍ଜୀକୃତ ବିମାନଗୁଡ଼ିକ ରୁଷିଆ ବାୟୀସୀମାରେ ପ୍ରବେଶ କରିପାରିବ ନାହିଁ ବୋଲି ରୋସାଭିଏତ୍‌ସିଆ ଆଭିଏଶନ ଅଥରିଟି ପକ୍ଷରୁ କୁହାଯାଇଛି। ମସ୍କୋର ଏଭଳି ପଦକ୍ଷେପ ଯୋଗୁ ବ୍ରିଟେନ ଏହାର କେତେକ ବିମାନ ସେବା ବାତିଲ କରିଛି ଏବଂ ଗ୍ରାହକମାନଙ୍କୁ ସମ୍ପୂର୍ଣ୍ଣ ଭଡ଼ା ଫେରାଇ ଦେଇଛି।

Share