ୟୁକ୍ରେନ ଉପରେ ରୁଷିଆର ପୁଣି ଆକ୍ରମଣ: ୫ ମୃତ, ୩୫ ଆହତ

କିଭ୍‌,୨୪ା୧୨: ରୁଷିଆ ପୁଣି ୟୁକ୍ରେନ ଉପରେ ଶନିବାର ଆକ୍ରମଣ କରିଛି। ଅଧିକାରୀମାନେ କହିଛନ୍ତି, ନିକଟରେ ମୁକ୍ତ ହୋଇଥିବା ୟୁକ୍ରେନ ସହର ଖେର୍ସନ ଉପରେ ରୁଷିଆ ଆଜି ଆକ୍ରମଣ କରିବାରୁ ୫ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୩୫ ଜଣ ଆହତ ହୋଇଛନ୍ତି। ରାଷ୍ଟ୍ରପତି ଜେଲେନ୍‌ସ୍କି ଏହି ଆକ୍ରମଣକୁ ନିନ୍ଦା କରିଛନ୍ତି।

ରାଷ୍ଟ୍ରପତି ଜେଲେନ୍‌ସ୍କିଙ୍କ ଟେଲିଗ୍ରାମ ଆକାଉଣ୍ଟରେ ଥିବା ଫଟୋଗୁଡ଼ିକରେ କାର୍‌ ଜଳୁଥିବା ଦେଖିବାକୁ ମିଳିଛି। ଏଥିସହିତ ଝରକା ଭାଙ୍ଗି ଯାଇଥିଲା ଏବଂ ରାସ୍ତା ଉପରେ ମୃତଦେହ ଏଣେତେଣେ ପଡ଼ିଥିବା ଦେଖିବାକୁ ମିଳିଛି। ସେ ଲେଖିଛନ୍ତି, ସୋସିଆଲ ମିଡିଆରେ ଫଟୋଗୁଡ଼ିକୁ ‘ସମ୍ବେଦନଶୀଳ ସାମଗ୍ରୀ’ ଭାବରେ ଚିହ୍ନଟ କରିବ, କିନ୍ତୁ ଏହା ସମ୍ବେଦନଶୀଳ କଥା ନୁହେଁ। ଏହା ହେଉଛି ୟୁକ୍ରେନ ଏବଂ ୟୁକ୍ରେନୀୟମାନଙ୍କର ପ୍ରକୃତ ଜୀବନ।

Share