ରାତି ସାରା ୟୁକ୍ରେନ୍‌ରେ ଡ୍ରୋନ ଦ୍ୱାରା ଆକ୍ରମଣ କଲା ରୁଷିଆ…

କିଭ୍‌,୩୧।୧୨ : ରୁଷିଆ ୟୁକ୍ରେନ ଉପରେ ଏବେ ଆକ୍ରମଣ ଜୋରଦାର କରିଛି। ଏହି ସମୟ ମଧ୍ୟରେ ଏହା ସାମ୍ନାକୁ ଆସିଛି ଯେ ରୁଷିଆ ଶୁକ୍ରବାର ରାତି ସାରା ଇରାନର ଡ୍ରୋନ ସହାୟତାରେ ୟୁକ୍ରେନରେ ଆକ୍ରମଣ କରିଛି। ଏନେଇ ୟୁକ୍ରେନ କର୍ତ୍ତୃପକ୍ଷ ଏ ସମ୍ପର୍କରେ ସୂଚନା ଦେଇଛନ୍ତି।ରୁଷିଆ ଇରାନରେ ନିର୍ମିତ ୧୬ ଟି ଡ୍ରୋନ ଦ୍ୱାରା ରାତିସାରା ୟୁକ୍ରେନ ଉପରେ ବୋମା ବିସ୍ଫୋରଣ କରିଥିଲା।

ନ୍ୟୁଜ ଏଜେନ୍ସି ରଏଟର୍ସ ଅନୁଯାୟୀ, କିଭ୍‌ର ଦକ୍ଷିଣ ଭାଗରେ ବୋମା ମାଡ଼ କରିଥିଲା। ୟୁକ୍ରେନ ସୈନ୍ୟବାହିନୀ ଏହା ମଧ୍ୟ କହିଛି ଯେ ଗତ ୨୪ ଘଣ୍ଟା ମଧ୍ୟରେ ରୁଷିଆ ୮୫ ଟି ମିସାଇଲ ଷ୍ଟ୍ରାଇକ, ୩୫ ଟି ଏୟାର ଷ୍ଟ୍ରାଇକ ଏବଂ ଏକାଧିକ ରକେଟ ଲଞ୍ଚର ସିଷ୍ଟମରୁ ୬୩ ଟି ଆକ୍ରମଣ କରିଛି।
ଏଥି ସହିତ ୟୁକ୍ରେନର ରାଷ୍ଟ୍ରପତି ଭୋଲଡିମିର ଜେଲେନସ୍କି କହିଛନ୍ତି ଯେ ରୁଷିଆ ୟୁକ୍ରେନ୍‌ର ଶକ୍ତି ଉତ୍ପାଦନ କେନ୍ଦ୍ର ଭିତ୍ତିଭୂମିକୁ ଟାର୍ଗେଟ କରି ଏହି ଆକ୍ରମଣ କରିଛି। ଶକ୍ତି ଭିତ୍ତିଭୂମିରେ ସମ୍ଭାବ୍ୟ କ୍ଷତି ହ୍ରାସ କରିବାକୁ ଲକ୍ଷ୍ୟ ରଖିଥିବା ଓଡେସା ଏବଂ ଡିନିପ୍ରୋପେଟ୍ରୋଭସ୍କ ଅଞ୍ଚଳରେ ବିଦ୍ୟୁତ କାଟ ଘୋଷଣା କରାଯାଇଛି।

Share