କିଭ୍‌ ଉପରେ ପୁଣି ଆକ୍ରମଣ କଲା ରୁଷିଆ

କିଭ୍‌,୨୩।୧୧: ରୁଷିଆ ୟୁକ୍ରେନ ଉପରେ ପୁଣି କ୍ଷେପଣାସ୍ତ୍ର ମାଡ କରିଛି। ରାଜଧାନୀ କିଭ୍‌ ଉପରେ ଏହି ଆକ୍ରମଣ ହୋଇଛି। କିଭ୍‌ ପ୍ରଶାସନ ଅନୁଯାୟୀ ବୁଧବାର ରୁଷିଆ ଆକ୍ରମଣରେ ତିନି ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ତିନି ଜଣ ଗୁରୁତର ଆହତ ହୋଇଛନ୍ତି। ଏଥର ରୁଷିଆ ଅନେକ ଗୁରୁତ୍ୱପୂର୍ଣ୍ଣ ଅଟ୍ଟାଳିକାକୁ ଟାର୍ଗେଟ କରିଛି। ଏଥିରେ ଅନେକ ଅଟ୍ଟାଳିକା ଧ୍ୱଂସ ହୋଇଛି। କିଭ୍‌ ଉପରେ ଆକ୍ରମଣ ପରେ ପଶ୍ଚିମ ୟୁକ୍ରେନର ଲିଭ୍‌ ସହରର ମେୟର କହିଛନ୍ତି, ଲିଭ୍‌ରେ ସମ୍ପୂର୍ଣ୍ଣ ବିଦ୍ୟୁତ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି।

Share