ୟୁକ୍ରେନ ଉପରେ ପୁଣି କ୍ଷେପଣାସ୍ତ୍ର ମାଡ଼ କଲା ରୁଷିଆ

କିଭ୍‌,୧୮ା୨: ପ୍ରାୟ ଏକ ବର୍ଷ ଧରି ରୁଷିଆ-ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ବନ୍ଦ ହେବାର ନାଁ ନେଉନି। ରୁଷିଆ କ୍ରମାଗତ ଭାବରେ ୟୁକ୍ରେନ ଉପରେ କ୍ଷେପଣାସ୍ତ୍ର ନିକ୍ଷେପ କରୁଛି। ଶନିବାର ୟୁକ୍ରେନର ପଶ୍ଚିମ ଅଞ୍ଚଳରେ ରୁଷିଆ ପୁଣି ଥରେ କ୍ଷେପଣାସ୍ତ୍ର ମାଡ଼ କରିଛି। ସ୍ଥାନୀୟ ସରକାରୀ କର୍ମଚାରୀ କହିଛନ୍ତି, ସତର୍କତା ଦୃଷ୍ଟିରୁ ଅନେକ କ୍ଷେତ୍ରରେ ବିତ୍ୟୁତ ଯୋଗାଣ ସୀମିତ ରହିଥିଲା। କାରଣ ରୁଷିଆ ଏହାର କ୍ଷେପଣାସ୍ତ୍ର ସହିତ ପାଓ୍ବାର ଗ୍ରୀଡକୁ ଟାର୍ଗେଟ କରିଥାଏ।

ୟୁକ୍ରେନ ଗଭର୍ନର କହିଛନ୍ତି, କିଭ୍‌ ଅଞ୍ଚଳର ପଶ୍ଚିମରୁ ୨୭୪ କିଲୋମିଟର ଦୂରରେ ଥିବା ଖେଲମନିଟସ୍କି ସହରରେ ଦୁଇଟି ବିସ୍ଫୋରଣ ଘଟିଛି। ରୁଷିଆର କ୍ଷେପଣାସ୍ତ୍ର ଆକ୍ରମଣ ପରେ ଶନିବାର ସାରା ଦେଶରେ ସତର୍କ ସୂଚନା ଜାରି କରାଯାଇଛି। ୟୁକ୍ରେନର ଦକ୍ଷିଣ ଏବଂ ପୂର୍ବ କର୍ତ୍ତୃପକ୍ଷ ୟୁକ୍ରେନର ଅନେକ ସମ୍ଭାବ୍ୟ ଅଞ୍ଚଳରେ ସତର୍କତା ଭାବରେ ବିଦ୍ୟୁତ୍‌ ଗ୍ରୀଡ଼୍‌ ଆକ୍ରମଣରୁ ରକ୍ଷା କରିବା ପାଇଁ ବିଦ୍ୟୁତ୍‌ ସୀମିତ କରିବାକୁ ଚେତାବନୀ ଦେଇଛନ୍ତି।

Share