ୟୁକ୍ରେନରେ ଫସ୍‌ଫରସ୍‌ ବୋମା ପକାଇଲା ରୁଷିଆ

କିଭ୍‌,୨୪ା୩: ସାଧାରଣ ନାଗରିକଙ୍କୁ ଟାର୍ଗେଟ କରି ରୁଷିଆ ଗୁରୁବାର ଫସ୍‌ଫରସ୍‌ ବୋମା ପକାଇଥିବା ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କି ଅଭିଯୋଗ କରିଛନ୍ତି। ରୁଷିଆ ପୂର୍ବ ୟୁକ୍ରେନ୍‌ର ଲୁହାନ୍‌ସ୍କ ଅଞ୍ଚଳରେ ହ୍ବାଇଟ୍‌ ଫସଫରସ୍‌ ବୋମା ବ୍ୟବହାର କରିଛି। ସ୍ଥାନୀୟ ଗଭର୍ନର ସେର୍‌ହି ହାଇଦାଇଙ୍କ ସୂଚନା ଅନୁସାରେ, ରୁଷିଆ ଲୁହାନ୍‌ସ୍କର ବିଭିନ୍ନ ସହରରେ ମିଶାଇଲ ସହ ଫସଫରସ୍‌ ବୋମା ପକାଇଛି। ୟୁକ୍ରେନ୍‌ ସୈନ୍ୟଙ୍କ ସହ ମୁକାବିଲା କରିପାରୁ ନ ଥିବାରୁ ମସ୍କୋ ଏଭଳି ଘାତକ ଅସ୍ତ୍ର ବ୍ୟବହାର କରିଛି। ଏହା ପୂର୍ବରୁ ଡୋନ୍‌ବାସ୍‌ ଅଞ୍ଚଳରେ ମଧ୍ୟ ରୁଷିଆ ଫସ୍‌ଫରସ୍‌ ବୋମା ପକାଇଥିଲା।

Share