Advertisement
Posted inଖେଳ

ମର୍ସିଡିଜ୍‌ ସହ ପ୍ରଥମ ଫର୍ମୁଲା ଓ୍ବାନ୍‌ ରେସ୍‌ ଜିତିଲେ ରସେଲ

ସାଓ ପାଓଲୋ, ୧୫ା୧୧: ବ୍ରାଜିଲିଆନ ଗ୍ରାଁ ପ୍ରିରେ ଜର୍ଜ ରସେଲ ମର୍ସିଡିଜ୍‌ ଟିମ୍‌ ସହ ପ୍ରଥମ ଫର୍ମୁଲା ଓ୍ବାନ୍‌ ରେସ୍‌ ଜିତିଛନ୍ତି। ସେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ଟିମ୍‌ମେଟ୍‌ ଲୁଇସ୍‌ ହାମିଲଟନ୍‌ଙ୍କୁ ୧.୫ ସେକେଣ୍ଡ ପଛରେ ପକାଇ ଦେଇଥିଲେ। ଏହି ସିଜନରେ ହାମିଲଟନ୍‌ଙ୍କ ନୈରାଶ୍ୟଜନ ପ୍ରଦର୍ଶନ ପରେ ମର୍ସିଡିଜ୍‌ର ମଧ୍ୟ ଏହା ପ୍ରଥମ ଗ୍ରାଁ ପ୍ରି ବିଜୟ। ଫେରାରିର କାର୍ଲୋସ ସେଞ୍ଜ୍‌ ଜୁନିୟର ତୃତୀୟ ସ୍ଥାନ ଅଧିକାର କରିଥିଲେ। ସାଓ ପାଓଲୋଠାରେ ୨୪ ବର୍ଷୀୟ ରସେଲ ରେସ୍‌ ଆରମ୍ଭରୁ ପ୍ରାଧାନ୍ୟ ବିସ୍ତାର କରିଥିଲେ। ରବିବାର ବିଜୟ ପୂର୍ବରୁ ଏହା ଥିଲା ତାଙ୍କର ୭ମ ପୋଡିୟମ ଫିନିଶ। ଏହା ତାଙ୍କର ଆରମ୍ଭ ମାତ୍ର ବୋଲି ସେ କହିଛନ୍ତି। ୭ମ ଲାପ୍‌ରେ ଦ୍ୱିତୀୟ ସ୍ଥାନରୁ ରେସ୍‌ ଆରମ୍ଭ କରିଥିବା ହାମିଲଟନଙ୍କ କାର୍‌ ରେଡ୍‌ବୁଲ୍‌ର ମାକ୍ସ ଭର୍ଷ୍ଟାପେନ୍‌ଙ୍କ ସଂସ୍ପର୍ଶରେ ଆସିବାରୁ ୮ମ ସ୍ଥାନକୁ ଖସିଆସିଥିଲେ। କିନ୍ତୁ ଡଚ୍‌ ଡ୍ରାଇଭର ଭର୍ଷ୍ଟାପେନ୍‌ଙ୍କୁ ଏଥିପାଇଁ ୫ ସେକେଣ୍ଡ ପେନାଲ୍ଟି ହୋଇଥିଲା, ଯାହାଫଳରେ ସେ ରେସ୍‌ରେ ୬ଷ୍ଠ ସ୍ଥାନ ଅଧିକାର କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଏରର୍‌ ୪୦୪; ଆଉଜଣେ ଧୋନୀ କେବେ ବି ମିଳିବେ ନାହିଁ: କୈଫ୍‌

ନୂଆଦିଲ୍ଲୀ,୭।୭: ଭାରତୀୟ କ୍ରିକେଟ୍‌ ଟିମ୍‌ର ସବୁଠାରୁ ସଫଳ ଅଧିନାୟକ ହେଉଛନ୍ତି ମହେନ୍ଦ୍ର ସିଂ ଧୋନୀ। ମଙ୍ଗଳବାର ସେ ୩୯ ବର୍ଷରେ ପଦାର୍ପଣ କରିଛନ୍ତି। ଏହି ଅବସରରେ...

ବ୍ୟାଟିଂରେ ବି ଜଲଓ୍ବା ଦେଖାଉଛନ୍ତି ବିଶ୍ୱର ଏହି ଶ୍ରେଷ୍ଠ ବୋଲର୍‌: ବଡ ବଡ ବ୍ୟାଟ୍ସମ୍ୟାନ୍‌ଙ୍କୁ ଦେଉଛନ୍ତି ଚ୍ୟାଲେଞ୍ଜ୍‌

ସାଉଥାମ୍ପଟନ୍‌,୨୩।୬: ନ୍ୟୁଜିଲାଣ୍ଡ ଦଳର ଏବେକାର ସବୁଠାରୁ ସଫଳ ବୋଲର ଟିମ ସାଉଥ। ତାଙ୍କର ସ୍ବିଙ୍ଗ ବୋଲିଂ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ (ଡବ୍ଲୁଟିସି ଫାଇନାଲ) ର ଫାଇନାଲରେ...

ବିରାଟ କୋହଲିଙ୍କ ପାଇଁ ବ୍ରତ ରଖିଲେ ୧୧ ବର୍ଷୀୟା ଆଥଲେଟ୍‌

ନୂଆଦିଲ୍ଲୀ,୧୮।୭: ଆଜିକାଲି ଭାରତୀୟ ବ୍ୟାଟ୍ସମ୍ୟାନ୍‌ ବିରାଟ କୋହଲି ନିଜ ଫର୍ମକୁ ନେଇ ସଂଘର୍ଷ କରୁଛନ୍ତି। ସେ ପ୍ରାୟ ଅଢେଇ ବର୍ଷ ଧରି କୌଣସି ଫର୍ମାଟରେ ଶତକ...

କ୍ରିକେଟର ଏହି ବିରଳ ରେକର୍ଡ, ଯାହା ଆଜି ବି ରହିଛି ଅତୁଟ

କ୍ରିକେଟରେ ଅନେକ ବଡ ରେକର୍ଡ କରାଯାଇଥିଲା। କିନ୍ତୁ କିଛି ଖେଳାଳିଙ୍କ ଏମିତି ରେକର୍ଡ କରିଛନ୍ତି ଯାହା ଭାଙ୍ଗିବା କଷ୍ଟକର। ଇଂଲଣ୍ଡର ବାମହାତୀ ସ୍ପିନ ବୋଲର ହେଡଲି...

ଟସ୍‌ ଜିତିଲା ଭାରତ, ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି…

ଡବଲିନ୍‌, ୨୮।୬ : ଭାରତ ଏବଂ ଆୟର୍ଲାଣ୍ଡ ମଧ୍ୟରେ ଚାଲିଥିବା ଦୁଇ ଟି -୨୦ ମ୍ୟାଚ ସିରିଜର ଦ୍ୱିତୀୟ ତଥା ଶେଷ ମ୍ୟାଚ ମଙ୍ଗଳବାର ଡବଲିନ୍‌ରେ...

ଅସ୍ତ୍ରୋପଚାର ବେଳେ ହାର୍ଦ୍ଦିକ ପିନ୍ଧିଥିଲେ ୮୦ ଲକ୍ଷ ଟଙ୍କାର ଘଣ୍ଟା

ନୂଆଦିଲ୍ଲୀ,୭।୧୦: ବିଶ୍ୱକପ୍‌ରୁ ଭାରତୀୟ ଦଳ ବିଦାୟ ନେବା ପରେ ଅଲ୍‌ରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା କେବଳ ଦୁଇଟି ମ୍ୟାଚ୍‌ ଖେଳିଛନ୍ତି। ନିକଟରେ ତାଙ୍କ ଅଣ୍ଟାର ନିମ୍ନ ଭାଗରେ...

ବିନା ଦର୍ଶକରେ କଳିଙ୍ଗ ଷ୍ଟାଡିୟମରେ ଖେଳାଯିବ ଜୁନିଅର ପୁରୁଷ ହକି ବିଶ୍ୱକପ୍‌

ଭୁବନେଶ୍ୱର,୨୬।୧୦(ବ୍ୟୁରୋ): ଆସନ୍ତା ନଭେମ୍ବର ୨୪ରୁ କଳିଙ୍ଗ ଷ୍ଟାଡିୟମରେ ଆରମ୍ଭ ହେବ ଜୁନିଅର ପୁରୁଷ ହକି ବିଶ୍ୱକପ୍‌। ଡିସେମ୍ବର ୫ ଯାଏ ଏହା ଚାଲିବ। ଏହାପୂର୍ବରୁ ବିନା...

ପ୍ରମୋଦଙ୍କ ପଏଣ୍ଟ ୬୩୦୦ରେ ପହଞ୍ଚିଲା

ଭୁବନେଶ୍ୱର, ୨୧।୧୦(କ୍ରୀଡ଼ା ପ୍ରତିନିଧି)- ଡେନ୍‌ମାର୍କର କୋପେନହାଗେନଠାରେ ଅନୁଷ୍ଠିତ ଅନ୍ତର୍ଜାତୀୟ ପାରା ବ୍ୟାଡ୍‌ମିଣ୍ଟନ ଚାମ୍ପିୟନଶିପ୍‌ରେ ୨ଟି ବ୍ରୋଞ୍ଜ ପଦକ ହାସଲ କରିଛନ୍ତି ଓଡ଼ିଶାର ପ୍ରମୋଦ ଭଗତ। ଏଥି...

Advertisement
Archives

Model This Week