ଋଷି ବନାମ ଲିଜ୍‌

ଲଣ୍ଡନ,୨୧ା୭: ବ୍ରିଟେନ ଇତିହାସରୁ ସବୁଠୁ ଉତ୍ତପ୍ତ ଦିବସ ହୁଏତ ଉଭେଇଯାଇପାରେ। କିନ୍ତୁ ଶାସକ କଞ୍ଜରଭେଟିଭ୍‌ ପାର୍ଟିରେ ଚାଲିଥିବା ତୀବ୍ର କ୍ଷମତାଯୁଦ୍ଧର ତାତି ଆଗକୁ ଆହୁରି ଅଧିକ ଅନୁଭୂତ ହେବ। ପ୍ରଧାନମନ୍ତ୍ରୀ ବୋରିସ୍‌ ଜନ୍‌ସନଙ୍କ ଉତ୍ତରାଧିକାରୀ ହେବା ପାଇଁ ପ୍ରତିଦ୍ୱନ୍ଦ୍ୱିତା ବୁଧବାର ଏକ ନିର୍ଣ୍ଣାୟକ ସ୍ଥିତିରେ ପହଞ୍ଚିଛି। ପଞ୍ଚମ ତଥା ଚୂଡ଼ାନ୍ତ ପର୍ଯ୍ୟାୟକୁ ପୂର୍ବତନ ଅର୍ଥମନ୍ତ୍ରୀ ଋଷି ସୁନକ ଓ ବହିର୍ବ୍ୟାପାର ମନ୍ତ୍ରୀ ଲିଜ୍‌ ଟ୍ରୁସ୍‌ ଉନ୍ନିୀତ ହୋଇଛନ୍ତି। ୪୨ ବର୍ଷୀୟ ଋଷିଙ୍କୁ କଞ୍ଜରଭେଟିଭ୍‌ ପାର୍ଟିର ୧୩୭ ଏମ୍‌ପି ସମର୍ଥନ କରିଥିବାବେଳେ ୪୬ ବର୍ଷୀୟା ଲିଜ୍‌ ୧୧୩ ସଦସ୍ୟଙ୍କ ଭୋଟ ପାଇ ଦ୍ୱିତୀୟ ସ୍ଥାନରେ ରହିଛନ୍ତି। ଦିନକ ପୂର୍ବରୁ ଦ୍ୱିତୀୟ ସ୍ଥାନରେ ଥିବା ୪୯ ବର୍ଷୀୟା ବାଣିଜ୍ୟ ରାଷ୍ଟ୍ରମନ୍ତ୍ରୀ ତଥା ପୂର୍ବତନ ପ୍ରତିରକ୍ଷା ସଚିବ ପେନି ମୋର୍ଡଣ୍ଟ ୧୦୫ ଭୋଟ ପାଇ ପ୍ରତିଦ୍ୱନ୍ଦ୍ୱିତାରୁ ଓହରିଯାଇଛନ୍ତି। ତେବେ ଟୋରି ପାର୍ଟି ନେତା ତଥା ବ୍ରିଟେନ ପ୍ରଧାନମନ୍ତ୍ରୀ କିଏ ହେବେ ସେହି ନିଷ୍ପତ୍ତି ସେପ୍ଟେମ୍ବର ୫ରେ ହେବ।
ପଦରୁ ଇସ୍ତଫା ଦେଇ ପ୍ରଧାନମନ୍ତ୍ରୀ ପଦ ଛାଡ଼ିବା ପାଇଁ ବୋରିସ୍‌ ଜନ୍‌ସନଙ୍କୁ ବାଧ୍ୟ କରିଥିବା

ବ୍ରିଟିଶ୍‌-ଇଣ୍ଡିଆନ୍‌ ପୂର୍ବତନ ଚାନ୍‌ସେଲର ଋଷି ସୁନକ ପ୍ରତ୍ୟେକ ପର୍ଯ୍ୟାୟରେ ଅଧିକରୁ ଅଧିକ ଭୋଟ ହାସଲ କରି ଦୌଡ଼ରେ ଆଗୁଆ ରହିଆସିଛନ୍ତି। ମଙ୍ଗଳବାର ଚତୁର୍ଥ ପର୍ଯ୍ୟାୟରେ ଋଷି ୧୧୮ ଭୋଟ ପାଇ ମ୍ୟାଜିକ୍‌ ନମ୍ବର ୧୨୦ର ନିକଟତର ହୋଇଥିବାବେଳେ ଗୁରୁବାର ତାଙ୍କୁ ଆଉ ୧୯ ଏମ୍‌ପିଙ୍କ ସମର୍ଥନ ମିଳିଛି। ସେହିପରି ପୂର୍ବତନ ପ୍ରତିରକ୍ଷା ମନ୍ତ୍ରୀ ଲିଜ୍‌ ଟ୍ରୁସ୍‌ଙ୍କୁ ମଙ୍ଗଳବାର ୮୬ ଭୋଟ ମିଳିଥିବାବେଳେ ସେ ଆଉ ୨୭ ଏମ୍‌ପିଙ୍କ ସମର୍ଥନ ହାସଲ କରିବା ତାତ୍ପର୍ଯ୍ୟପୂର୍ଣ୍ଣ ବୋଲି ୧୯୨୨ କମିଟି ଅଧ୍ୟକ୍ଷ ଗ୍ରାହାମ ବ୍ରାଡି ପ୍ରକାଶ କରିଛନ୍ତି। ଆସନ୍ତା ସୋମବାର ଋଷି ଓ ଲିଜ୍‌ ବିବିସିରେ ହେବାକୁ ଥିବା ସିଧା ପ୍ରସାରଣରେ ପରସ୍ପର ସହ ମୁହଁ।ମୁହିଁ ହେବେ।
ସୁନକଙ୍କ ପୂର୍ବପୁରୁଷ ପଞ୍ଜାବର ଗୁଜରନଓ୍ବାଲା (ଅଧୁନା ପାକିସ୍ତାନ) ନିବାସୀ ଥିଲେ। ହିନ୍ଦୁ-ମୁସଲିମ୍‌ ସମ୍ପର୍କରେ ତିକ୍ତତା ବଢ଼ିବାରୁ ତାଙ୍କ ଜେଜେବାପା ରାମଦାସ ସୁନକ ୧୯୩୫ରେ ନାଇରୋବି ଯାଇ କିରାଣି ଭାବେ କାର୍ଯ୍ୟ କରିଥିଲେ। ରାମଦାସଙ୍କ ସ୍ତ୍ରୀ ସୁହାଗରାଣୀ ସୁନକ ୧୯୩୭ରେ କେନିଆ ଯିବା ପୂର୍ବରୁ ଗୁଜରନଓ୍ବାଲାରୁ ନିଜ ଶାଶୁଙ୍କ ସହ ଦିଲ୍ଲୀ ଆସି ରହୁଥିଲେ।

୧୯୪୯ରେ ନାଇରୋବିରେ ଋଷିଙ୍କ ବାପା ଯଶବୀର ଜନ୍ମ ଗ୍ରହଣ କରିଥିଲେ। ସେ ପାଠ ପଢ଼ିବା ପାଇଁ ବ୍ରିଟେନ ଯାଇଥିଲେ। ୧୯୭୭ରେ ଯଶବୀର ଲିସେଷ୍ଟରରେ ଊଷାଙ୍କୁ ବିବାହ କରିଥିଲେ। ୧୯୮୦ ମେ’ ୧୨ରେ ଜନ୍ମିତ ଋଷି ୨୦୦୯ରେ ଇନ୍‌ଫୋସିସ୍‌ ସହପ୍ରତିଷ୍ଠାତା ଏନ୍‌.ଆର. ନାରାୟଣମୂର୍ତ୍ତିଙ୍କ ଝିଅ ଅକ୍ଷତା ମୂର୍ତ୍ତିଙ୍କୁ ବିବାହ କରିଥିଲେ। ୨୦୧୯ରେ ଋଷି ଥେରେସା ମେ’ଙ୍କ କ୍ୟାବିନେଟରେ ସ୍ଥାନ ପାଇବା ପରେ ୨୦୨୦ ଫେବୃୟାରୀରେ ବୋରିସ୍‌ ଜନ୍‌ସନ ତାଙ୍କୁ ଅର୍ଥମନ୍ତ୍ରୀ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଦମଦାର ବିଜୟ ସହ ସିଜିନ୍‌ ଆରମ୍ଭ କଲା ରାଜସ୍ଥାନ ରୟାଲ

ଗୁଆହାଟୀ,୩୦।୩: ରାଜସ୍ଥାନ ରୟାଲ୍ସ ଏକ ଦମଦାର ବିଜୟ ସହିତ IPL 2026 ସିଜିନ ଆରମ୍ଭ କରିଛି। ଗୁଆହାଟୀରେ ଖେଳାଯାଇଥିବା ସେମାନଙ୍କର ପ୍ରଥମ ମ୍ୟାଚରେ ରାଜସ୍ଥାନ ରୟାଲ୍ସ ସମ୍ପୂର୍ଣ୍ଣ…

୧୫ କିଲୋ ଗଞ୍ଜେଇ ସହ ଯୁବକଙ୍କୁ ବାନ୍ଧିଲା ପୋଲିସ

ନନ୍ଦପୁର,୩୦।୩( ତୁଷାର କାନ୍ତ ମହାନ୍ତି): ନନ୍ଦପୁର ଅବକାରୀ ଦଳ ସୋମବାର ଜଣେ ଯୁବକଙ୍କୁ ୧୫ କିଲୋ ୨୦୦ ଗ୍ରାମ ଗଞ୍ଜେଇ ସହ ଗିରଫ କରିଛି। ନନ୍ଦପୁର ଅଞ୍ଚଳରୁ…

ଡାକ୍ତରଙ୍କ ପାଖକୁ ଯାଆନ୍ତୁ ନିଶିକାନ୍ତ ଦୁବେ: ବର୍ଷିଲେ ନବୀନ

ଭୁବନେଶ୍ୱର, ୩୦।୩: ଏମ୍‌ପି ନିଶିକାନ୍ତ ଦୁବେଙ୍କ ଦ୍ୱାରା ବିଜୁ ବାବୁଙ୍କ ବାବଦରେ ରବିବାର ରଖାଯାଇଥିବା ବିବୃତ୍ତି ଶୁଣି ଆଶ୍ଚର୍ଯ୍ୟ ହେଲି। ତାଙ୍କର ଏଭଳି ମନ୍ତବ୍ୟକୁ ନିନ୍ଦା କରୁଛି।…

ବିଜୁ ପଟ୍ଟନାୟକଙ୍କ ଉପରେ ଅସମ୍ମାନଜନକ ମନ୍ତବ୍ୟକୁ ନେଇ ମୁହଁ ଖୋଲିଲେ ବୈଜୟନ୍ତ ପଣ୍ଡା: କହୁ କହୁ କହିଦେଲେ…

ଭୁବନେଶ୍ୱର,୩୦।୩: ଭାଜପା ଏମ୍‌ପି ନିଶିକାନ୍ତ ଦୁବେ ସ୍ବର୍ଗତଃ ବିଜୁ ପଟ୍ଟନାୟକଙ୍କୁ ଉପରେ ଦେଇଥିବା ମନ୍ତବ୍ୟକୁ ନେଇ ରାଜନୀତି ଜୋର ଧରିଛି। ବିଜୁ ବାବୁଙ୍କ ପ୍ରତି ମନ୍ତବ୍ୟ ନେଇ…

ନାବାଳିକାଙ୍କୁ ଅପହରଣ କରିନେଇଥିଲେ ଶୁଭମ, ବଳାତ୍କାର ପରେ…

ଦିଗପହଣ୍ଡି,୩୦।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଧିନ ଏକ ଗାଁରୁ ଆକସ୍ମିକ ଭାବେ ନିଖୋଜ ହୋଇଯାଇଥିବା ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ ପାଟପୁର ପୋଲିସ…

ଇରାନ-ଆମେରିକା ଯୁଦ୍ଧ ଭିତରେ ପଶିଲା ଚାଇନା, କହିଦେଲା ଏତେ ବଡ଼ କଥା, ଟ୍ରମ୍ପ ଛାନିଆ

ନୂଆଦିଲ୍ଲୀ,୩୦।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଚାଇନା ଇରାନ ବିରୁଦ୍ଧରେ ଆମେରିକାର ଆକ୍ରମଣକୁ ନିନ୍ଦା କରିଛି। ଚାଇନା ସ୍ପଷ୍ଟ ଭାବରେ କହିଛି ଯେ ଇରାନ ବିରୁଦ୍ଧରେ ସାମରିକ…

ମୋଦିଙ୍କୁ ନେଇ ଏମିତି କହିଦେଲେ ଓମାର ଅବଦୁଲ୍ଲା: ରାଜନୀତିରେ ହଲଚଲ

ଶ୍ରୀନଗର,୩୦।୩: ଜମ୍ମୁ ଏବଂ କଶ୍ମୀର ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ଯୁଦ୍ଧକୁ ନେଇ ନିଜ ମତ ରଖିଛନ୍ତି। ସେ କହିଛନ୍ତି, ଆମେ ନିଶ୍ଚିତ ଭାବରେ ଆଶା କରୁଛୁ ଯେ…

ଜରୁରୀକାଳୀନ ପରିସ୍ଥିତି, ସ୍ମାର୍ଟ ଲକଡାଉନ୍‌… ଇରାନ ଯୁଦ୍ଧ ଯୋଗୁ ଘୋର ସଙ୍କଟରେ ଏହି ସବୁ ଦେଶ

ନୂଆଦିଲ୍ଲୀ,୩୦।୩: ଇରାନ, ଆମେରିକା ଏବଂ ଇସ୍ରାଏଲ ମଧ୍ୟରେ ଚାଲିଥିବା ସଂଘର୍ଷ ଆଉ ଏହି ତିନୋଟି ଦେଶ ମଧ୍ୟରେ ସୀମିତ ନାହିଁ। ତେଲ ଏବଂ ଗ୍ୟାସ ଯୋଗାଣରେ ବାଧା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri