ବାଟବଣା ରୁର୍ବାନ ମିଶନ

ଯାଜପୁର ଅଫିସ,୧୭ା୧: ଦୀର୍ଘ ସ୍ଥାୟୀ ସୁରକ୍ଷିତ ଜୀବିକା, ଆୟ ବୃଦ୍ଧିକାରୀ ସମ୍ପତ୍ତି ସୃଷ୍ଟି, ମୁଣ୍ଡପିଛା ଆୟ ବୃଦ୍ଧି ଇତ୍ୟାଦି ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ମୂଳ ଲକ୍ଷ୍ୟ। ତାହା ପୂରଣ କରିବା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ଅନେକ ଜନକଲ୍ୟାଣକାରୀ ଯୋଜନା ପ୍ରଣୟନ ହୋଇଆସୁଛି। କିନ୍ତୁ ଅଧିକାଂଶ ଯୋଜନା ଗ୍ରାମାଞ୍ଚଳରେ ଠିକ୍‌ ଭାବେ କାର୍ଯ୍ୟକାରୀ ହୋଇପାରୁନାହିଁ। ଲୋକେ ସୁଫଳ ପାଇପାରୁନାହାନ୍ତି। ଏହାର ପ୍ରମୁଖ କାରଣ ହେଉଛି ସରକାରୀ ଅଧିକାରୀଙ୍କ ଅନାଗ୍ରହ, ଠିକାଦାରି ରାଜନୀତି, ନିଷ୍କ୍ରିୟ ଲୋକ ପ୍ରତିନିଧି ଏବଂ ଦୁର୍ନୀତି। ଏଠାରେ ଶ୍ୟାମାପ୍ରସାଦ ମୁଖାର୍ଜୀ ରୁର୍ବାନ ମିଶନ (ଏସ୍‌ପିଏମ୍‌ଆର୍‌ଏମ୍‌)କୁ ଉଦାହରଣ ଭାବେ ନିଆଯାଇପାରେ। ୫ ବର୍ଷ ମଧ୍ୟରେ ରାଜ୍ୟର ୧୪ ଜିଲାର ୬୩ ପଞ୍ଚାୟତରେ ଏହି ଯୋଜନା ପାଇଁ ୩୦୦ କୋଟି ଟଙ୍କା ଅନୁମୋଦିତ ହୋଇଛି। ସେଥିରୁ ୧୫୩ କୋଟି ଟଙ୍କା ମିଳିଥିବାବେଳେ ଖର୍ଚ୍ଚ ହୋଇଛି ୧୮.୪ କୋଟି ଟଙ୍କା। ଶତ ପ୍ରତିଶତ ଖର୍ଚ୍ଚ ହୋଇ ନ ଥିବା କାରଣରୁ ଅନୁମୋଦିତ ବଳକା ଟଙ୍କା ମିଳୁନାହିଁ। ଗତ ବିଧାନସଭାରେ ଏକ ପ୍ରଶ୍ନୋତ୍ତରରୁ ଏହି ତଥ୍ୟ ଜଣାପଡ଼ିଛି। ଏଥିରୁ ରୁର୍ବାନ ମିଶନ ବାଟବଣା ହେବା ସହ ଗ୍ରାମାଞ୍ଚଳରେ କେତେ ମୌଳିକ ସୁବିଧା ଯୋଗାଇ ଦିଆଯାଇଛି ତାହା ଜଳଜଳ ହୋଇ ଦିଶୁଛି ବୋଲି ମତପ୍ରକାଶ ପାଇଛି।

ଗ୍ରାମାଞ୍ଚଳରେ ବାସ କରୁଥିବା ପରିବାରଙ୍କ ଜୀବନ ଧାରଣ ମାନରେ ବୃଦ୍ଧି କରିବା ପାଇଁ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରଣୀତ ଆବାସ ଯୋଜନା, ରାସ୍ତାଘାଟ ନିର୍ମାଣ, ଗାଁ ପୋଖରୀ ଖନନ, ସରକାରୀ ଗୃହ ନିର୍ମାଣ, ବିଶୁଦ୍ଧ ପାନୀୟ ଜଳ ଯୋଗାଣ, ଆଲୋକୀକରଣ ଆଦି କାର୍ଯ୍ୟକ୍ରମ ଚାଲିଛି। ଏଥିପାଇଁ ହାରାହାରି ଗ୍ରାମ ପିଛା ୫୦ ଲକ୍ଷରୁ ସର୍ବାଧିକ ୨ କୋଟି ଟଙ୍କା ପର୍ଯ୍ୟନ୍ତ ବାର୍ଷିକ ବ୍ୟୟ ହେଉଛି। ତେବେ ଏହିସବୁ ଯୋଜନାରେ ଯେଉଁ ପ୍ରକାର ଦୁର୍ନୀତି ହେଉଛି, ତାହା କାହାରି ପାଖରେ ଅଛପା ହୋଇ ରହିନାହିଁ। ଗ୍ରାମାଞ୍ଚଳରେ ଅର୍ଥନୈତିକ କାର୍ଯ୍ୟକଳାପ, ସାମାଜିକ ବିକାଶ ଓ କୃଷି ଭିତ୍ତିକ ଉନ୍ନତି ସହିତ ସର୍ବାଙ୍ଗୀନ ଉନ୍ନତୀକରଣ ପାଇଁ ଏସ୍‌ପିଏମ୍‌ଆର୍‌ଏମ୍‌ରେ ଗୁରୁତ୍ୱ ଦିଆଯାଇଛି। ଏହି ଯୋଜନାରେ କଟକ ଜିଲାର ତାଳବସ୍ତ ରୁର୍ବାନ କ୍ଲଷ୍ଟର ପାଇଁ ମଞ୍ଜୁର ୧୮ କୋଟି ଟଙ୍କାରୁ ୧୭.୯ କୋଟି ଟଙ୍କା, ଝାରସୁଗୁଡା ଜିଲାର ସାମସିଂଘା କ୍ଲଷ୍ଟରେ ମଞ୍ଜୁର ୧୮ କୋଟିରୁ ୧୫.୨୫ କୋଟି ଟଙ୍କା, ଖୋର୍ଦ୍ଧା ଜିଲାର ରାଣୀପଡ଼ା କ୍ଲଷ୍ଟରରେ ୧୮ କୋଟିରୁ ୧୪.୬ କୋଟି ଟଙ୍କା, କଳାହାଣ୍ଡି ଜିଲାର ଉତ୍‌କେଲା କ୍ଲଷ୍ଟରରେ ମଞ୍ଜୁର ୯ କୋଟିରୁ ୮.୬୫ କୋଟି, ମୟୂରଭଞ୍ଜ ଜିଲାର ଠାକୁରମୁଣ୍ଡା କ୍ଲଷ୍ଟରରେ ୯ କୋଟିରୁ ୮.୯୨ କୋଟି, ବରଗଡ ଜିଲା ଦହିତା କ୍ଲଷ୍ଟରରେ ୧୮ କୋଟିରୁ ୧୦.୨ କୋଟି, ଗଞ୍ଜାମ ଜିଲାର କେଶପୁର କ୍ଲଷ୍ଟରରେ ୯ କୋଟିରୁ ୫.୮ କୋଟି, ବଲାଙ୍ଗୀର ଜିଲା ଶିବତଲା କ୍ଲଷ୍ଟରରେ ୪.୫ କୋଟିରୁ ୪.୫ କୋଟି, କନ୍ଧମାଳ ଜିଲାର କୋଟଗଡ଼ କ୍ଲଷ୍ଟରରେ ୯ କୋଟିରୁ ୬.୭୫ କୋଟି, ନବରଙ୍ଗପୁର ଜିଲାର ମୁରତମା କ୍ଲଷ୍ଟରରେ ୯ କୋଟିରୁ ୪.୫ କୋଟି, ବାଲେଶ୍ୱର ଜିଲା ରାଇବଣିଆ କ୍ଲଷ୍ଟରରେ ୧୩.୫ କୋଟିରୁ ୧୦.୨ କୋଟି, ସୁନ୍ଦରଗଡ ଜିଲା କୁଆଁରମୁଣ୍ଡା କ୍ଲଷ୍ଟରରେ ୬.୭୫ କୋଟିରୁ ୪.୩୭ କୋଟି, ରାୟଗଡ଼ା ଜିଲା ପୁଟାସିଙ୍ଗ କ୍ଲଷ୍ଟରରେ ୬.୭୫ କୋଟିରୁ ୩.୫୧ କୋଟି ଏବଂ କୋରାପୁଟ ଜିଲା ମରିଚପାଳ କ୍ଲଷ୍ଟରରେ ମଞ୍ଜୁର ୪.୫ କୋଟିରୁ ୩.୨୫ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ଏହି ଯୋଜନାରେ ବିଭିନ୍ନ ପ୍ରକଳ୍ପରେ ମଞ୍ଜୁର ଆବଶ୍ୟକ ଅର୍ଥ ଖର୍ଚ୍ଚ ହୋଇପାରି ନଥିବାରୁ ଅନୁମୋଦିତ ଅର୍ଥର ପ୍ରାୟ ୫୦ ପ୍ରତିଶତ ପରବର୍ତ୍ତୀ କିସ୍ତି ପ୍ରଦାନ ହୋଇ ନ ଥିବା ଜଣାପଡ଼ିଛି।
ଯାଜପୁର ଡିଆର୍‌ଡିଏର ପ୍ରକଳ୍ପ ନିର୍ଦ୍ଦେଶକ ଅଶୋକ କୁମାର ବେହୁରାଙ୍କୁ ପଚାରିବାରେ ସେ କହିଛନ୍ତି, ଏଯାଏ ଜିଲାରେ ରୁର୍ବାନ ମିଶନ କାର୍ଯ୍ୟକାରୀ ହୋଇନାହିଁ। ଆଦର୍ଶ ଗ୍ରାମ ଯୋଜନାରେ ବିକାଶ କାର୍ଯ୍ୟକ୍ରମ ଚାଲିଛି।

ରୁର୍ବାନ ମିଶନ କ’ଣ

ଭାରତ ଜନସଂଖ୍ୟାର ପ୍ରାୟ ୬୮% ଲୋକ ଗ୍ରାମାଞ୍ଚଳରେ ରହୁଛନ୍ତି। ହେଲେ ଦେଶର ବିଭିନ୍ନ ଅଞ୍ଚଳରେ ଗାଁଗୁଡ଼ିକ ପ୍ରାୟତଃ ପାଖାପାଖି ରହିଛି ଏବଂ ସେହି ଗାଁଗୁଡ଼ିକର ବାସିନ୍ଦା ପରସ୍ପର ସହ ବିଭିନ୍ନ ଆବଶ୍ୟକତାକୁ ନେଇ ଯୋଡ଼ି ହୋଇରହୁଛନ୍ତି। ଗ୍ରାମାଞ୍ଚଳ ଜୀବନୀର ମୌଳିକତାକୁ ସଂରକ୍ଷଣ ରଖି ଗାଁଗୁଡ଼ିକରେ ସହରାଞ୍ଚଳ ଭଳି ସୁବିଧା ଯୋଗାଇଦେବା ନିମନ୍ତେ କେନ୍ଦ୍ର ସରକାରଙ୍କ ଦ୍ୱାରା ୨୦୧୬ ଫେବୃୟାରୀରୁ ପ୍ରଣୀତ ହୋଇଛି ଶ୍ୟାମାପ୍ରସାଦ ମୁଖାର୍ଜୀ ରୁର୍ବାନ ମିଶନ (ଏସ୍‌ପିଏମ୍‌ଆର୍‌ଏମ୍‌)। ଗାଁଗୁଡ଼ିକର ସମୂହ ତଥା କ୍ଲଷ୍ଟର ସୃଷ୍ଟି କରି ସ୍ଥାନୀୟ ଆର୍ଥିକ ବିକାଶକୁ ପ୍ରୋତ୍ସାହିତ କରିବା ଏବଂ ମୌଳିକ ସେବାରେ ଉନ୍ନତି ଆଣିବା ହେଉଛି ଏହି ମିଶନର ଲକ୍ଷ୍ୟ, ଯଦ୍ଦ୍ବାରା ଗ୍ରାମାଞ୍ଚଳରେ ଦାରିଦ୍ର୍ୟ ଏବଂ ବେକାରି ହ୍ରାସ ହୋଇପାରିବ। ଅନ୍ୟ ଅର୍ଥରେ କହିଲେ ‘ଆତ୍ମା ଗାଁର, ସୁବିଧା ସହରର’। ଏହି ଉଦ୍ଦେଶ୍ୟରେ ଗ୍ରାମୀଣ ବିକାଶ ମନ୍ତ୍ରଣାଳୟ ଅଧୀନରେ କାର୍ଯ୍ୟ କରୁଛି ରିର୍ବାନ ମିଶନ।


Enter your email to get our daily news in your inbox.

All Right Reserved By Dharitri.Com

କୁକୁର ମୁଁହରୁ ହରିଣକୁ ଉଦ୍ଧାରକଲେ ସରପଞ୍ଚ ପ୍ରତିନିଧି, ଚିକିତ୍ସା ପରେ ବନବିଭାଗକୁ କଲେ ହସ୍ତାନ୍ତର

ଗଞ୍ଜାମ,୩୧ା୧୨(ବିଦ୍ୟାଧର ସାହୁ ): କୁକୁର ମୁଁହରୁ ଆହତ ହରିଣକୁ ଉଦ୍ଧାର କଲେ ମଲାଡ଼ ସରପଞ୍ଚ ପ୍ରତିନିଧି ସୁଦାମ ବେହେରା । ମଲାଡ଼ ପଞ୍ଚାୟତ କାର୍ଯ୍ୟାଳୟ ଠାରୁ...

ଭୋଜି ଖାଇ ୧୦୦ରୁ ଊର୍ଦ୍ଧ୍ୱ ଝାଡ଼ାବାନ୍ତିରେ ଆକ୍ରାନ୍ତ, ଡାକ୍ତର କହିଲେ…

କେସିଙ୍ଗା,୩୧ା୧୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକର ବେଲଖଣ୍ଡି ଗ୍ରାମର କଲୋନୀରେ ଏକ ଭୋଜି ଭାତ ଖାଇ ଶତାଧିକ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ କେସିଙ୍ଗା ଗୋଷ୍ଠୀ...

ସୁନ୍ଦରଗଡ଼ରେ ଅଭାବନୀୟ ଘଟଣା, ବାର୍ଷିକ କ୍ରୀଡ଼ାରେ ଦୌଡୁଥିବା ବେଳେ ଟଳିପଡ଼ିଲେ ଛାତ୍ର

ସୁନ୍ଦରଗଡ,୩୧/୧୨(ଜୟ ନାରାୟଣ ମେଣ୍ଡୁଳି): ଆଜି ଅର୍ଥାତ୍ ଡିସେମ୍ବର ୩୧ ତାରିଖ ପୂର୍ବାହ୍ନ ୧୧ଟା ପାଖାପାଖି ସମୟରେ ସୁନ୍ଦରଗଡ ଭବାନୀପୁର ଏକଲବ୍ୟ ମଡେଲ ସ୍କୁଲରେ ଘଟିଛି ଏକ...

ଜରି ଅଖାରେ ଧାନ ନେଲାନି ସୋସାଇଟି, ଚାଷୀ ରାସ୍ତା ଅବରୋଧ କରି…

ବୌଦ୍ଧ,୩୧ା୧୨(ଅଜିତ କୁମାର ବାରିକ): ସୋସାଇଟି ପକ୍ଷରୁ ଜରି ଅଖାରେ ଧାନ ନେବାକୁ ମନା କରାଯିବାରୁ ଏହାର ପ୍ରତିବାଦରେ ଚାଷୀ ରାସ୍ତାରୋକୋ କରିଛନ୍ତି। ସୂଚନା ମୁତାବକ ବୌଦ୍ଧ...

ଆସନ୍ତା ୩ରୁ ୪ ଦିନ ପର୍ଯ୍ୟନ୍ତ କଲବଲ କରିବ କୁହୁଡ଼ି, ୯ ଜିଲ୍ଲାକୁ ଅରେଞ୍ଜ୍‌ ଓ୍ବାର୍ନିଂ

ଭୁବନେଶ୍ୱର, ୩୧ା୧୨: ଗତ କିଛି ଦିନ ହେବ ରାଜ୍ୟରେ ଘନ କୁହୁଡ଼ି ଦେଖାଯାଉଥିବା ବେଳେ ଏପରି ସ୍ଥିତି ଆହୁରି କିଛିଦିନ ଲାଗି ରହିବ । ଏନେଇ...

ଅନ୍ୟ ଧର୍ମର ହୋଇଥିବାରୁ ଗାଁ ଶ୍ମଶାନରେ ସମାଧି ଦେବାକୁ ମନା, ପ୍ରଶାସନ ଉପସ୍ଥିତିରେ…

ପାଟଣା,୩୧ା୧୨(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଡୁମୁରିଆ ପଞ୍ଚାୟତ ବାଇଦବଜାରେ ଡିସେମ୍ବର ୧୬ ତାରିଖ ରାତି ୧୨ଟାରେ ଟିବି ରୋଗରେ ଆକ୍ରାନ୍ତ ହୋଇଥିବା ତଥା...

ପ୍ରକଳ୍ପ କାର୍ଯ୍ୟ ତ୍ୱରାନ୍ବିତ କରିବାକୁ ବିଭାଗୀୟ ଅଧିକାରୀଙ୍କୁ ପରାମର୍ଶ ଦେଇ ଜିଲାପାଳ କହିଲେ…

ଧର୍ମଶାଳା,୩୧ା୧୨(ଶିବ ପ୍ରସାଦ ମହାନ୍ତି): ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ମଙ୍ଗଳବାର ଧର୍ମଶାଳା ବିଧାନସଭା ନିର୍ବାଚନ ମଣ୍ଡଳୀ ଉନ୍ନୟନ କମିଟି ବୈଠକ ବିଳମ୍ବିତ ରାତି ପର୍ଯ୍ୟନ୍ତ ଅନୁଷ୍ଠିତ...

Nimesulide Ban: ପେନ୍ କିଲର ଖାଉଥିଲେ ସାବଧାନ! ଏହି ଔଷଧକୁ ବ୍ୟାନ କଲେ ସରକାର

ନୂଆଦିଲ୍ଲୀ,୩୧।୧୨:  କେନ୍ଦ୍ର ସରକାର ଯନ୍ତ୍ରଣା ନିବାରକ ଔଷଧ ନିମେସୁଲାଇଡ୍ ସମ୍ପର୍କରେ ଏକ ବଡ଼ ପଦକ୍ଷେପ ନେଇଛନ୍ତି। ସ୍ୱାସ୍ଥ୍ୟ ସୁରକ୍ଷା ଦୃଷ୍ଟିରୁ ୧୦୦ ମିଗ୍ରାରୁ ଅଧିକ ଧାରଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri