ରାତିଅଧିଆ ଚାଲିଛି ଗ୍ରାମ୍ୟ ଉନ୍ନୟନ ରାସ୍ତା କାମ

କୋରେଇ,୨୧ା୨(ଡି.ଏନ.ଏ):ଯାଜପୁର ଜିଲା କୋରେଇ ବ୍ଲକ ଅଧୀନ ବିଭିନ୍ନ ଗ୍ରାମ ତଥା ପଞ୍ଚାୟତକୁ ସଂଯୋଗୀକରଣ ନିମନ୍ତେ ସମୁଦାୟ ୧୩ଟି ରାସ୍ତାର ମରାମତି ଓ ପ୍ରଶସ୍ତିକରଣ ଆରମ୍ଭ ହୋଇଛି । ହେଲେ ବିଭାଗୀୟ ଅଧିକାରୀଙ୍କ ଅନୁପସ୍ଥିତରେ କେତେକ କାର୍ଯ୍ୟ ରାତିଅଧିଆ ଚାଲିଥିବା ଦେଖିବାକୁ ମିଳିଛି। ଏଥିରୁ ୧୦ଟି ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା(ପିଏମ୍‌ଜିଏସ୍‌ୱାଇ) ହୋଇଥିବାବେଳେ ୩ଟି ମୁଖ୍ୟମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା(ଏମ୍‌ଏମ୍‌ଏସ୍‌ୱାଇ) ରହିଛି। ତେବେ ଆସନ୍ତା ନିର୍ବାଚନ ଖର୍ଚ୍ଚ ପାଇଁ କେଉଁ ବିଭାଗରୁ କେତେ ଅର୍ଥ ଆଦାୟ ହୋଇପାରିବ ସେଥିପାଇଁ ତଳିଆ ନେତାଙ୍କଠାରୁ ଆରମ୍ଭ କରି ଉପରିସ୍ଥ ଜନପ୍ରତିନିଧିମାନେ ଲାଗିପଡିଛନ୍ତି। ଏଥିସହିତ ବିଭାଗୀୟ ଅଧିକାରୀମାନେ ପ୍ରଶାସନକୁ ଆଖିଠାର ମାରି ଜନପ୍ରତିନିଧି ମାନଙ୍କୁ ଅର୍ଥ ଆଦାୟ କରି ଦେବାରେ ସହଯୋଗ କରୁଥିବା ଚର୍ଚ୍ଚା ହେଉଛି। ନେତା, ଠିକାଦାର ଓ ଅଧିକାରୀ ମେଣ୍ଟ କରି ଲୁଟୁଥିବାରୁ ରାସ୍ତା କାର୍ଯ୍ୟ ନିମ୍ନମାନର ହେଉଛି, ଯାହାକି ନିର୍ଦ୍ଧାରିତ ସମୟ ସୀମା ପୂର୍ବରୁ ନଷ୍ଟ ହୋଇଯାଉଛି।
କୋରେଇ ବ୍ଲକ ଅନ୍ତର୍ଗତ ତାରାକୋଟଠାରୁ ପୂର୍ବକୋଟ ୬.୪୯୦ କି.ମି. ରାସ୍ତା ନିର୍ମାଣ କାର୍ଯ୍ୟ ପାଇଁ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ୪.୮ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ତେବେ ନିର୍ମାଣ କାର୍ଯ୍ୟ ନିମ୍ନମାନର ଚାଲିଥିବା ଗ୍ରାମବାସୀ ଅଭିଯୋଗ କରୁଛନ୍ତି। ଅଭିଯୋଗ ଅନୁଯାୟୀ, ୭୨୭.୪୩ ଘନ ମିଟର ଚିପ୍ସ ବ୍ୟବହାର କରିବାକୁ ଚିଠାରେ ଉଲ୍ଲେଖ ରହିଛି। ହେଲେ ଏହାର ଅଧାଭାଗ ଚିପ୍ସ ମଧ୍ୟ ବ୍ୟବହାର ହେଉନାହିଁ। ୨୦,୪୪୦.୩ ଘନମିଟର ମାଟି କାମରେ ମଧ୍ୟ ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଛି। ୨,୮୭୮.୭୧ ଘନମିଟର ମେଟାଲ ବ୍ୟବହାର ହେବାକୁ ଚିଠାରେ ଲେଖାଯାଇଛି। କିନ୍ତୁ ଏଥିରେ ମଧ୍ୟ ବଡ଼ଧରଣର ସଲାସୁତୁରା ସହ ମେଟାଲଗୁଡ଼ିକ ନିମ୍ନମାନର ବୋଲି ଅଭିଯୋଗ ହୋଇଛି। ସେହିପରି ଏଷ୍ଟିମେଟ୍‌ ଅନୁଯାୟୀ ପ୍ରାଇମର ଓ ପିଚୁ ନ ଦେଇ ଏକାଥରେ ରାତିଅଧିଆ ରନ୍ଧାପିଚୁ ଢାଳି କାର୍ଯ୍ୟ କରାଯାଉଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ରାତିରେ କାମ ହେଉଥିବାରୁ କୌଣସି ବିଭାଗୀୟ ଅଧିକାରୀ ଉପସ୍ଥିତ ରହୁ ନ ଥିବା କୁହାଯାଉଛି।
ସେହିପରି ମୁଖ୍ୟମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାରେ ନିର୍ମାଣ ହେଉଥିବା ପାଣିକୋଇଲି ରଗଡ଼ି ପୂର୍ତ୍ତ ବିଭାଗଠାରୁ କେନ୍ଦୁଝର ସୀମା ଭାୟା କଡ଼ମା ରାସ୍ତାରେ ମଧ୍ୟ ସମାନ ସ୍ଥିତି ଦେଖିବାକୁ ମିଳିଛି। ୧୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ବ୍ୟୟରେ ନିର୍ମାଣ ହେଉଥିବା ଏହି କାମରେ ସାଇଡ୍‌ ଫିଲିଂ କାର୍ଯ୍ୟ ଚାଲୁରହିଛି। ତେବେ ସାମାନ୍ୟ ବଜୁରୀ ଦେଇ କେବଳ ଡଷ୍ଟ ଦ୍ୱାରା ଫିଲିଂ କରାଯାଉଛି। ରାସ୍ତାକଡ଼ରେ ଥିବା ଚାଷଜମିରୁ ମାଟି ତାଡ଼ି ଦୁଇ ସାଇଡ୍‌କୁ ପୋତା ଯାଉଛି। ଫଳରେ ଓଭରହେଡ୍‌ ପାଣିଟାଙ୍କିରୁ ଜଳଯୋଗାଣ ପାଇଁ ରାସ୍ତାକଡ଼ରେ ବିଛାଯାଇଥିବା ପାଇପ୍‌ଗୁଡ଼ିକ ନଷ୍ଟ ହୋଇଯାଇଛି। ଫଳରେ ୩ ଗ୍ରାମକୁ ଜଳ ଯୋଗାଣ ପ୍ରାୟ ଦେଢ ମାସ ହେବ ସମ୍ପୂର୍ଣ୍ଣ ଭାବେ ବ୍ୟାହତ ଘଟିଛି। ଏନେଇ ଗ୍ରାମବାସୀମାନେ କୋରେଇ ବ୍ଲକ ଉନ୍ନୟନ ଅଧିକାରୀଙ୍କ ନିକଟରେ ଅଭିଯୋଗ କରିଥିଲେ ମଧ୍ୟ କିଛି ସୁଫଳ ମିଳିପାରିନାହିଁ । ଏନେଇ କନିଷ୍ଠ ଯନ୍ତ୍ରୀ ରଞ୍ଜନ କୁମାର ବେହେରାଙ୍କୁ ପଚାରିବାରେ ନିଜେ ଉପସ୍ଥିତ ରହିବା ସହ କାମ ସମ୍ପୂର୍ଣ୍ଣ ଠିକ ଚାଲୁଥିବା ସେ କହିଛନ୍ତି। ତେବେ ଗ୍ରାମବାସୀଙ୍କ ବିରୋଧ ପାଇଁ ଗୋଟିଏ ଦିନ ରାତିରେ କାମ ହୋଇଥିବା ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନଦୀରେ ଗାଧୋଉଥିବାବେଳେ ଆକ୍ରମଣ କଲା କୁମ୍ଭୀର, ଆଉ ତା’ ପରେ…

କଳିଙ୍ଗନଗର,୧ା୪(ଶୁଭାଶିଷ ରାଉତ): ଯୋକଡିଆ ପାଟିଆ ନଈରେ କୁମ୍ଭୀର ଆକ୍ରମଣରେ ଜଣେ ଶ୍ରମଜୀବୀ ଗୁରୁତର ଆହତ ହୋଇଛନ୍ତି। ସୌଭାଗ୍ୟ କ୍ରମେ ଅଳ୍ପକେ ବର୍ତ୍ତିଯାଇଛି ତାଙ୍କ ଜୀବନ। ଯାଜପୁର ଜିଲା…

କେନ୍ଦ୍ରୀୟ ମଣ୍ଡି ଖୋଲି ଆଜି ହିଁ ଧାନ କିଣନ୍ତୁ….ଦଣ୍ଡ ମାରି ଯାଜପୁର ଜିଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଚାଷୀଙ୍କ ପ୍ରତିବାଦ

ଯାଜପୁର,୩୦ା୩(ହର୍ଷବର୍ଦ୍ଧନ ବେହେରା): ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ଅଭିନବ ପ୍ରତିବାଦ କରାଯାଇଛି ।ଶତାଧିକ ଚାଷୀ ଟ୍ରାକ୍ଟର, ଅଟୋ ଇତ୍ୟାଦିରେ ଧାନ ବସ୍ତା ଲଦି ମେଡିକାଲ ଛକରୁ…

ଯାଜପୁରର ଆକର୍ଷଣ ପାଲଟିବ ୧୨୩ ଫୁଟ ଉଚ୍ଚର ଧ୍ୟାନମଗ୍ନ ଶିବ ମୂର୍ତ୍ତି

ଧର୍ମଶାଳା,୨୯ା୩(ଶିବପ୍ରସାଦ ମହାନ୍ତି): ଯାଜପୁର ଜିଲାର ପବିତ୍ର ବୈତରଣୀ ନଦୀକୂଳରେ ସୁଉଚ୍ଚ ଧ୍ୟାନମଗ୍ନ ଶିବ ମୂର୍ତ୍ତି ନିର୍ମାଣ କାର୍ଯ୍ୟ କେବେ ଶେଷ ହେବ ତାକୁ ନେଇ ପ୍ରଶ୍ନ ଉଠିଛି।…

ତାରିଣୀ ଛକ ମାର୍କେଟରେ ଅଗ୍ନିକାଣ୍ଡ: ଜଳିଗଲା ୭ଦୋକାନର ଲକ୍ଷାଧିକ…

ଧର୍ମଶାଳା/ବ୍ରହ୍ମବରଦା,୨୯।୩ (ଶିବ ପ୍ରସାଦ ମହାନ୍ତି/ଯଯାତି କେଶରୀ ବେହେରା): ଯାଜପୁର ଜିଲା ବ୍ରହ୍ମବରଦା ଥାନା ତାରିଣୀ ଛକ ମାର୍କେଟରେ ବିଳମ୍ବିତ ରାତିରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ପାଖାପାଖି ୭…

ବ୍ରହ୍ମବରଦା ଥାନାରୁ ଅଭିଯୁକ୍ତ ଚମ୍ପଟ ଘଟଣା: ଏଏସ୍‌ଆଇଙ୍କ ସମେତ ୩ ପୋଲିସ କର୍ମଚାରୀ ସସ୍‌ପେଣ୍ଡ

ଧର୍ମଶାଳା, ୨୮।୩(ଶିିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ବ୍ରହ୍ମବରଦା ଥାନାରୁ ଜଣେ ଅଭିଯୁକ୍ତ ଚମ୍ପଟ ମାରିବା ଘଟଣାରେ ଜିଲା ଆରକ୍ଷୀ ଅଧୀକ୍ଷକ (ଏସ୍‌ପି) କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ…

ଚୋରକୁ ଧରି ହାଜତରେ ପୂରାଇଥିଲା ପୋଲିସ, ଫେରାର ହୋଇଯିବା ପରେ…

ଧର୍ମଶାଳା/ବ୍ରହ୍ମବରଦା,୨୮ା୩(ଶିବପ୍ରସାଦ ମହାନ୍ତି/ଯଯାତି କେଶରୀ ବେହେରା): ଯାଜପୁର ଜିଲା ବ୍ରହ୍ମବରଦା ଥାନାରେ ଘଟିଛି ଏକ ଅଭାବନୀୟ ଘଟଣା। ପୋଲିସ ଚୋରକୁ ଧରି ହାଜତରେ ରଖିଥିବା ବେଳେ ରାତି ପ୍ରାୟ…

ପୋତି ହୋଇଯାଉଛି ବିରୂପା ନଦୀଶଯ୍ୟା, ଜଳପଥ ନିର୍ମାଣ ପ୍ରସ୍ତାବ ସନ୍ଦୀହାନ

ଚଣ୍ଡିଖୋଲ,୨୭ା୩(ପ୍ରଦୀପ୍ତ କୁମାର ପୃଷ୍ଟି): ମହାନଦୀର ଶାଖା ନଦୀ ହେଉଛି ବିରୂପା ଓ ଗେଙ୍ଗୁଟି। ଦୀର୍ଘ ବର୍ଷ ହେବ ଏହି ନଦୀଖନନ ନ ହେବା ଦ୍ବାରା ନଦୀ ଶଯ୍ୟା…

ଇଞ୍ଜିନିୟରିଂ ଛାଡ଼ି ଷ୍ଟ୍ରବେରି ଚାଷକୁ ଆପଣାଇଛନ୍ତି ସଫଳଚାଷୀ ଭାଗୀରଥି

କାଳିଆପାଣି,୨୬ା୩(ଅସିତ ମହାନ୍ତ): ଯାଜପୁର ଜିଲା ସୁକିନ୍ଦା ବ୍ଲକ ପିଙ୍ଗଲ ପଞ୍ଚାୟତ ଅନ୍ତର୍ଗତ ରାଇଟିକର ଗ୍ରାମର ଭାଗୀରଥି ସ୍ବାଇଁ ଇଞ୍ଜିନିୟରିଂ ବୃତ୍ତି ଛାଡ଼ି ଷ୍ଟ୍ରବେରି ଚାଷ କରି ସଫଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri