ସରୁନି ଗ୍ରାମ୍ୟ ସଂଯୋଗୀକରଣ ରାସ୍ତା କାର୍ଯ୍ୟ

କେନ୍ଦ୍ରାପଡ଼ା ଅଫିସ,୧୪ା୩: କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ବ୍ଲକ ଅଳପୁଆ ସ୍ବାସ୍ଥ୍ୟକେନ୍ଦ୍ରଠାରୁ ନନ୍ଦଲାଲପାଟଣା ତାରିଣୀ ଛକ ପର୍ଯ୍ୟନ୍ତ ମାଟି ମୋରମ ରାସ୍ତା ଆବଶ୍ୟକ। ଏହି ରାସ୍ତା ପାଇଁ ୨୦୧୬-୧୭ ଆର୍ଥିକ ବର୍ଷରେ ପ୍ରସ୍ତାବ ଆଗତ ହୋଇଛି। ଏହି ପ୍ରସ୍ତାବକୁ ଇତିମଧ୍ୟରେ ୫ ବର୍ଷ ବିତିଛି। ଅଦ୍ୟାବଧି ଏହି ପ୍ରସ୍ତାବ ମଞ୍ଜୁରୀ ଅପେକ୍ଷାରେ ଅଛି। ଅଳପୁଆର ଅଷ୍ଟଶମ୍ଭୁ ମନ୍ଦିରରୁ ଶାସନ ପ୍ରାଇମେରି ସ୍କୁଲ ପର୍ଯ୍ୟନ୍ତ ଟାଇଲ ରାସ୍ତା ନିର୍ମାଣର ଆବଶ୍ୟକତା ଅଛି। ଏଥିପାଇଁ ଚଳିତ ଆର୍ଥିକ ବର୍ଷରେ ପ୍ରସ୍ତାବ ଆଗତ ହୋଇଥିଲେ ମଧ୍ୟ ପ୍ରକଳ୍ପ ପାଇଁ ତପତ୍ରତା ପ୍ରକାଶ ପାଇନାହିଁ। ଏହିପରି ୬୫ଟି ପ୍ରକଳ୍ପ କେବଳ ଅଳପୁଆ ପଞ୍ଚାୟତରେ ମଞ୍ଜୁରୀ ପାଇ ନ ଥିବା ବେଳେ ସମଗ୍ର କେନ୍ଦ୍ରାପଡ଼ା ଜିଲାରେ ୫,୪୨୭ଟି ପ୍ରକଳ୍ପର ମଞ୍ଜୁରୀକୁ ସ୍ଥାନୀୟ ଅଧିବାସୀ ଅପେକ୍ଷା କରିଛନ୍ତି। ଚଳିତ ଆର୍ଥିକ ବର୍ଷରେ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା (ଏମ୍‌ଜିଏନ୍‌ଆରଇଜିଏସ୍‌)ରେ ଥିବା ଗ୍ରାମ୍ୟ ସଂଯୋଗୀକରଣ ରାସ୍ତାର ୬,୨୧୩ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ସରିନାହିଁ। ଏହି ରାସ୍ତା ପ୍ରକଳ୍ପ ସରି ନ ଥିବାରୁ ଆପତ୍‌କାଳୀନ ସମୟରେ ଅଞ୍ଚଳବାସୀ ହୀନସ୍ଥା ହେଉଛନ୍ତି। ଆଗାମୀ ବର୍ଷାଦିନ ପୂର୍ବରୁ ଗ୍ରାମାଞ୍ଚଳକୁ ସଂଯୋଗୀକରଣ ପ୍ରକଳ୍ପ ସାରିବାକୁ ସାଧାରଣରେ ଦାବି ହେଉଛି।
ଏ ସମ୍ପର୍କରେ ବୁଦ୍ଧିଜୀବୀ ପ୍ରମୋଦ କୁମାର ସ୍ବାଇଁ, ପ୍ରଭାତ କୁମାର ତ୍ରିପାଠୀ, ପ୍ରତାପ ଚନ୍ଦ୍ର ପାଢ଼ୀ, କ୍ଷିତୀଶ କୁମାର ସିଂହ, ପ୍ରଭାତ ରଞ୍ଜନ ଜେନା ପ୍ରମୁଖ କହିଛନ୍ତି, ସୁଦୃଢ଼ ଯୋଗାଯୋଗ ପଥ ଦେଶକୁ ସମୃଦ୍ଧିଶାଳୀ କରିଥାଏ। ଏଥିପାଇଁ ରାଜ୍ୟ ଓ କେନ୍ଦ୍ର ସରକାର ରାସ୍ତା ଉନ୍ନତୀକରଣ ଉପରେ ଜୋର୍‌ ଦେଉଛନ୍ତି। ମାତ୍ର ବହୁ ସମୟରେ ପ୍ରଶାସନିକ ଅଧିକାରୀ ଓ ବିଭାଗୀୟ ଅଧିକାରୀଙ୍କ ଅବହେଳା ଯୋଗୁ ଏସବୁର ଲାଭ ହିତାଧିକାରୀଙ୍କ ନିକଟରେ ପହଞ୍ଚତ୍ ପାରୁନାହିଁ। ଏହାର ଉଦାହରଣ ପଟ୍ଟାମୁଣ୍ଡାଇ ବ୍ଲକ ସିଂହଗଁା ପଞ୍ଚାୟତଠାରୁ ଆରମ୍ଭ କରି ଏକମାଣିଆ, ପଦନୀପାଳ, ବତୀଘର ଆଦି ୧୭ ପଞ୍ଚାୟତରେ ଦେଖିବାକୁ ମିଳିବ। ଏହି ୧୭ ପଞ୍ଚାୟତକୁ ସେତୁ ନିର୍ମାଣ ହୋଇ ନ ଥିବା ଯୋଗୁ ସଡ଼କ ଯୋଗାଯୋଗ ପଥ ବନ୍ଦ ରହିଛି। ବର୍ଷାଦିନେ ଡଙ୍ଗା ଏକମାତ୍ର ଭରସା। ପ୍ରସୂତି, ଅପପୁଷ୍ଟିର ଶିକାର ଶିଶୁଙ୍କୁ ଟିକାକରଣରେ ବିଫଳତା ଦେଖିବାକୁ ମିଳୁଛି। ସେହିପରି ଗ୍ରାମାଞ୍ଚଳରେ ଅଗ୍ନିକାଣ୍ଡ, ଆଇନଶୃଙ୍ଖଳା ପରିସ୍ଥିତି, ସ୍ବାସ୍ଥ୍ୟସେବା, ପାନୀୟଜଳ, ବିଦ୍ୟୁତ୍‌ ସେବା ଆଦି କ୍ଷେତ୍ରରେ ସହାୟତା ଯୋଗାଇ ଦିଆଯାଇପାରୁନାହିଁ। ସିଂହଗଁା ପଞ୍ଚାୟତ ପାଇଁ ୨୦୧୪ରେ, ବତୀଘର ପାଇଁ ୨୦୧୬ରେ, ସିଓପଡ଼ା ବାମଣ୍ଡା ପାଇଁ ୨୦୦୩ରେ ପ୍ରକଳ୍ପ ଆରମ୍ଭ ହୋଇଥିଲେ ମଧ୍ୟ ଅଦ୍ୟାବଧି ସଡ଼କ ପଥ ସମ୍ଭବ ହୋଇପାରିନାହିଁ। ଚଳିତ ଆର୍ଥିକ ବର୍ଷରେ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ରେ ମୋଟ ୬,୪୪୯ଟି ଗ୍ରାମାଞ୍ଚଳ ସଡ଼କର ଉନ୍ନତୀକରଣ କାର୍ଯ୍ୟ ଜାରି ରହିଥିଲା। ଏଥିମଧ୍ୟରୁ ୬,୨୧୩ ପ୍ରକଳ୍ପ କାର୍ଯ୍ୟ ଶେଷ ହୋଇପାରିନାହିଁ। ମାତ୍ର ୨୩୬ଟି ପ୍ରକଳ୍ପ ସରିଛି। ଅପରପକ୍ଷେ ଜିଲାର ୨୯୬୦ ପ୍ରକଳ୍ପ ମଞ୍ଜୁରୀ ପାଇଥିଲେ ମଧ୍ୟ କାର୍ଯ୍ୟ ଆରମ୍ଭ ହୋଇନାହିଁ। ୫,୪୨୭ ପ୍ରକଳ୍ପ ମଞ୍ଜୁରୀ ଅପେକ୍ଷାରେ ଅଛି। ପ୍ରକଳ୍ପ କାର୍ଯ୍ୟକାରୀ କ୍ଷେତ୍ରରେ ପଟ୍ଟାମୁଣ୍ଡାଇ ବ୍ଲକ ସର୍ବାପେକ୍ଷା ପଛରେ ପଡିଛି। ଏହି ବ୍ଲକ ଅଞ୍ଚଳରେ ୧୦୭୫ ରାସ୍ତା ସଂଯୋଗୀକରଣ ପ୍ରକଳ୍ପ କାର୍ଯ୍ୟ ଚାଲିଥିବା ବେଳେ ୮୫୩ଟି ପ୍ରକଳ୍ପ କାର୍ଯ୍ୟକାରୀ ପାଇଁ ମଞ୍ଜୁରୀ ପାଇଛି। ଏହି ବ୍ଲକ ଅଞ୍ଚଳରେ ବହୁ ଧୋୟାଞ୍ଚଳ ଥିଲେ ମଧ୍ୟ ଜିଲା ପ୍ରଶାସନ ପକ୍ଷରୁ ୧୧୧୭ଟି ପ୍ରକଳ୍ପ କାର୍ଯ୍ୟ ପାଇଁ ଅଦ୍ୟାବଧି ମଞ୍ଜୁରୀ ମିଳିନାହିଁି। ଆର୍ଥିକ ବର୍ଷ ଶେଷହେବାକୁ ମାତ୍ର ୧୮ ଦିନ ଥିବା ବେଳେ ବର୍ଷାଦିନ ପୂର୍ବରୁ ଗ୍ରାମାଞ୍ଚଳ ରାସ୍ତାର ଉନ୍ନତୀକରଣ ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି। ଏ ସମ୍ପର୍କରେ ପିଡି ରାଜେନ୍ଦ୍ର କୁମାର ପଣ୍ଡାଙ୍କୁ ପଚାରିବାରେ ସମସ୍ତ ପ୍ରକଳ୍ପର ଡାଟା ଅଦ୍ୟାବଧି ପହଞ୍ଚତ୍ ପାରିନାହିଁ। ତେବେ ପ୍ରକଳ୍ପ କାର୍ଯ୍ୟ ଦ୍ରୁତଗତିର ଚାଲିଛି। କେତେକ ରାସ୍ତାର ନିର୍ମାଣ ସମୟରେ ଜମିଜମାକୁ ନେଇ ବିବାଦ ଉଠିଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସଞ୍ଜୁ ସାମସନଙ୍କୁ ଭୁରି ଭୁରି ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ମୋଦି, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୩।୪: ଟିମ ଇଣ୍ଡିଆ ନିକଟରେ ICC ଟି୨୦ ବିଶ୍ୱକପ ୨୦୨୬ ଜିତି ଇତିହାସ ରଚିଛି। ଷ୍ଟାର ଭାରତୀୟ ଉଇକେଟ୍‌କିପର-ବ୍ୟାଟ୍ସମ୍ୟାନ ସଞ୍ଜୁ ସାମସନ ଏହି ଟାଇଟଲ ବିଜୟର ହିରୋ…

ମାମୁଁ ଘରକୁ ଆସିଥିଲେ: କେନାଲରୁ ମିଳିଲା ନାବାଳିକାଙ୍କ ମୃତଦେହ

ରାଜନଗର,୩।୪: କେନ୍ଦ୍ରପଡ଼ା ଜିଲା ରାଜନଗର ଥାନା ଚାନ୍ଦିବାଉଁଶମୂଳ ପଞ୍ଚାୟତ ଅଞ୍ଚଳରୁ ଶୁକ୍ରବାର ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଏକ କେନାଲରୁ ଜଣେ ନାବାଳିକାଙ୍କ ମୃତଦେହ ଉଦ୍ଧାର…

୮ ତାରିଖ ଯାଏ ଛେଚିବ: ଆସନ୍ତାକାଲି ପାଇଁ ଏହି ୧୨ ଜିଲାରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା! ୱାର୍ନିଂ ଜାରି କଲା…

ଭୁବନେଶ୍ୱର,୩।୪: ରାଜ୍ୟରେ ୮ ତାରିଖ ଯାଏ ବର୍ଷା ନେଇ ପାଣିପାଗ ବିଭାଗ ଚେତାବନୀ ଜାରି କରିଛି। ବିଜୁଳି, ଘଡ଼ଘଡ଼ି ସହ ବର୍ଷା ନେଇ ଆସନ୍ତାକାଲି ପାଇଁ ୧୨…

‘ଟ୍ରମ୍ପଙ୍କ ଦ୍ୱାରା ହୋଇପାରୁନି, ନିଜେ ଶେଷ କର ଯୁଦ୍ଧ’, କିଏ ସେହି ଜରିଫ ଯିଏ ସାରା ବିଶ୍ୱର ହିତରେ ଇରାନକୁ ଦେଲେ ବଡ଼ ଉପଦେଶ!

ତେହରାନ,୩।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ କମିବାର କୌଣସି ଲକ୍ଷଣ ଦେଖାଯାଉନାହିଁ। ଗୋଟିଏ ପଟେ ଇରାନ ଏବଂ ଅନ୍ୟ ପଟେ ଆମେରିକା ଏବଂ ଇସ୍ରାଏଲ ମଧ୍ୟରେ ଏହି ଗତିରୋଧରେ,…

IPL ନିଲାମରେ ମୁହଁମୋଡ଼ି ଦେଇଥିଲେ ସବୁ ଦଳ: ବଦଳ ଭାବେ ଆସି ଚମତ୍କାର କଲେ ଏହି କ୍ରିକେଟର୍‌

କୋଲକାତା,୩।୪: IPL 2026ର ଷଷ୍ଠ ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦ ଇଡେନ ଗାର୍ଡେନରେ ଏକ ଧମାକାଦାର ବ୍ୟାଟିଂ ପ୍ରଦର୍ଶନ କରି ୨୦ ଓଭରରେ ୨୨୬ ରନର ବିଶାଳ ସ୍କୋର…

ସାଙ୍ଗମାନଙ୍କ ସହ ନଦୀକୁ ଯାଇଥିଲେ ଗାଧୋଇବାକୁ, ଖସିଗଲା ଗୋଡ, ଘଟଣାସ୍ଥଳରେ…

ଧର୍ମଶାଳା,୩।୪(ଶିବପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ଥାନା ଅନ୍ତର୍ଗତ ମିର୍ଜାପୁର ନିକଟରେ କେଲୁଅ ନଦୀରେ ବୁଡ଼ି ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମିଳିଥିବା ସୂଚନା ଅନୁସାରେ କୁଆଖିଆ…

ବାଣ ତିଆରି ବେଳେ ଭୟଙ୍କର ବିସ୍ଫୋରଣ: ୬ ଗୁରୁତର

ନୟାଗଡ଼/ନୂଆଗାଁ,(ଲୋକନାଥ ମିଶ୍ର/ଧନେଶ୍ୱର ସାହୁ): ନୟାଗଡ଼ ଜିଲା ନୂଆଗାଁ ଥାନା ଅଞ୍ଚଳରେ ବାଣ ତିଆରି କରୁଥିବା ବେଳେ ଶୁକ୍ରବାର ଏକ ଭୟଙ୍କର ବିସ୍ଫୋରଣ ଘଟିଛି। ବିସ୍ଫୋରଣ ଜଣ ୬…

‘ସକାରାତ୍ମକ ଚିନ୍ତାଧାରା ପ୍ରତି ସମସ୍ତେ ଗୁରୁତ୍ୱ ଦେବା ଆବଶ୍ୟକ’

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଗ୍ରାମସ୍ଥିତ ବିଶ୍ୱାସ ରାୟ ବିଜ୍ଞାନ କଲେଜ ପ୍ରାଣୀ ବିଜ୍ଞାନ ବିଭାଗ ପକ୍ଷରୁ ସ୍ବାସ୍ଥ୍ୟ ଜନିତ ବିପଦ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri