ଡଲାର ତୁଳନାରେ ୯୦ ଟପିଲା ଟଙ୍କା, ସର୍ବକାଳୀନ ନିମ୍ନ ସ୍ତରକୁ ଖସିଲା

ମୁମ୍ବାଇ,୩ା୧୨: ଭାରତୀୟ ଟଙ୍କା ବୁଧବାର ଆମେରିକୀୟ ଡଲାର ତୁଳନାରେ ପ୍ରଥମ ଥର ପାଇଁ ୯୦ ଟଙ୍କା ସ୍ତର ଅତିକ୍ରମ କରିଛି। ଟଙ୍କାର ମୂଲ୍ୟ ଖସିଯାଇ ଡଲାର୍ ପିଛା ରେକର୍ଡ ସର୍ବନିମ୍ନ ୯୦.୧୩ରେ ପହଞ୍ଚିଛି। ଏହା ପୂର୍ବରୁ ମଙ୍ଗଳବାର ଏହି ମୂଲ୍ୟ ୮୯.୯୪୭୫ ଥିଲା। ଅନିଶ୍ଚିତ ବାଣିଜ୍ୟ ଏବଂ ପୋର୍ଟଫୋଲିଓ ପ୍ରବାହ ସହିତ ଭାରତ-ଆମେରିକା ବାଣିଜ୍ୟ ଚୁକ୍ତିକୁ ନେଇ ବଢୁଥିବା ଦ୍ୱନ୍ଦ୍ୱ ଯୋଗୁଁ ଟଙ୍କା ଉପରେ ଚାପ ପଡ଼ିଥିଲା।

ଟଙ୍କାର ଏହି ତୀବ୍ର ହ୍ରାସ ଘରୋଇ ଶେୟାର ବଜାରକୁ ମଧ୍ୟ ପ୍ରଭାବିତ କରିଥିଲା। ନିବେଶକଙ୍କ ମଧ୍ୟରେ ସତର୍କତା ଭାବନା ଦେଖାଦେବାରୁ ନିଫ୍ଟି ସୂଚକାଙ୍କ ୨୬,୦୦୦ ତଳକୁ ଖସି ଯାଇଥିଲା। ଦୁର୍ବଳ ମୁଦ୍ରା ମୁଦ୍ରାସ୍ଫୀତି ଓ ବିଦେଶୀ ନିବେଶକଙ୍କ କାର୍ଯ୍ୟକଳାପ ଉପରେ ଚିନ୍ତା ସୃଷ୍ଟି କରିବାରୁ ସେନସେକ୍ସ ଆରମ୍ଭ ବାଣିଜ୍ୟରେ ପ୍ରାୟ ୨୦୦ ପଏଣ୍ଟ ହ୍ରାସ ପାଇଥିଲା।

ବିଶ୍ଳେଷକମାନେ କହିଛନ୍ତି ଯେ ଭାରତ-ଆମେରିକା ବାଣିଜ୍ୟ ଚୁକ୍ତି ହେଲେ ଟଙ୍କାର ମୂଲ୍ୟ ହ୍ରାସ ବନ୍ଦ ହୋଇପାରେ ଏବଂ ଏଥିରେ ପରିବର୍ତ୍ତନ ମଧ୍ୟ ଆସିପାରେ। ବୁଧବାର ଶେୟାର ବଜାର ଶାନ୍ତ ରହିଥିଲା। ସେନସେକ୍ସ ମାତ୍ର ୧୨ ପଏଣ୍ଟ ବୃଦ୍ଧି ପାଇ ୮୫,୧୫୧ରେ ଏବଂ ନିଫ୍ଟି ୧୮ ପଏଣ୍ଟ ଖସି ୨୬,୦୧୪ରେ ବନ୍ଦ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଜାମିନ୍‌ରୁ ଆସି ପିତା ଷ୍ଟାଲିନଙ୍କୁ ଭେଟିଲେ ଉଦୟନିଧି, କହିଲେ- ‘ମୋ ସହ ଆତଙ୍କବାଦୀଙ୍କ ଭଳି…’

ନୂଆଦିଲ୍ଲୀ,୫।୮: ତାମିଲନାଡୁର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ଉଦୟନିଧି ଷ୍ଟାଲିନଙ୍କୁ ମଙ୍ଗଳବାର ପୋଲିସ ହେପାଜତକୁ ନେଇଥିଲା। ସେହି ଦିନ ତାଙ୍କୁ ମୁକ୍ତ ମଧ୍ୟ କରାଯାଇଥିଲା। ମୁକ୍ତି ପାଇବା ପରେ ଉଦୟନିଧି…

‘ଆପଣ ପୁରୁଷ ହୋଇଥିଲେ…’ ତ୍ରିଶାଙ୍କୁ ନେଇ ଷ୍ଟାଲିନଙ୍କ ବିବାଦୀୟ ମନ୍ତବ୍ୟ ପରେ ଏମିତି କହିଲେ ଭାଜପା ନେତ୍ରୀ

ନୂଆଦିଲ୍ଲୀ,୫।୮: ଡିଏମକେ (DMK) ନେତା ଉଦୟନିଧି ଷ୍ଟାଲିନ ଅଭିନେତ୍ରୀ ତ୍ରିଶା କୃଷ୍ଣନଙ୍କୁ ନେଇ କରିଥିବା ବିବାଦୀୟ ମନ୍ତବ୍ୟ ପରେ ଭାରି ବିବାଦରେ ଫସିଯାଇଛନ୍ତି। ମଙ୍ଗଳବାର ପୋଲିସ ତାଙ୍କୁ…

ଚାପରୁ ବର୍ଷା

ଯୁଦ୍ଧ, ଅନ୍ତର୍ଜାତୀୟ ରାଜନୀତି ଓ ଅର୍ଥନୈତିକ ଅସ୍ଥିରତା ପୃଥିବୀକୁ ଯେତିକି ଆକ୍ତାମାକ୍ତା କରୁଛି, ତା’ଠାରୁ ଅଧିକ କ୍ଷତାକ୍ତ କଲାଣି ଜଳବାୟୁ ପରିବର୍ତ୍ତନଜନିତ ଅସ୍ବାଭାବିକତା। ଥଣ୍ଡା ଜଳବାୟୁରେ ବଢ଼ି…

ଗ୍ରାହକଙ୍କ ପାଇଁ ଖୁସି ଖବର: ଶସ୍ତା ହୋଇଯିବ ପେଟ୍ରୋଲ-ଡିଜେଲ! ହ୍ରାସ ପାଇଲା…

ନୂଆଦିଲ୍ଲୀ,୫।୮: ଆଜି ବିଶ୍ୱ ବଜାରରେ ଅଶୋଧିତ ତୈଳ (କ୍ରୁଡ ଅଏଲ) ଦରରେ ବଡ଼ ଧରଣର ହ୍ରାସ ଦେଖାଯାଇଛି। ଆମେରିକା ଓ ଇରାନ ମଧ୍ୟରେ ଚାଲିଥିବା କୂଟନୈତିକ ଆଲୋଚନା…

ରାଜନୈତିକ ଦଳ ନୁହେଁ, ଏହି ରୂପରେ ମଇଦାନକୁ ଆସିବ CJP: ବଡ଼ ଖୁଲାସା କଲେ ସିଜେପି ପ୍ରବକ୍ତା

ନୂଆଦିଲ୍ଲୀ,୫।୮: ଜନ୍ତର-ମନ୍ତରରେ ଛାତ୍ରୀଛାତ୍ରଙ୍କ ଆନ୍ଦୋଳନ ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ସହ ସଫଳ ହୋଇଥିଲା। ଏହି ଆନ୍ଦୋଳନର ଆରମ୍ଭ କରିଥିବା କକରୋଚ ଜନତା ପାର୍ଟି (CJP) ଏବେ…

ବଲିଉଡରୁ ଆସିଲା ଦୁଃଖଦ ଖବର: ପରଲୋକରେ ଲୋକପ୍ରିୟ ଅଭିନେତା

ମୁମ୍ବାଇ: ଲୋକପ୍ରିୟ ଅଭିନେତା ପ୍ରଦୀପ ରାୱତଙ୍କର ୭୪ ବର୍ଷ ବୟସରେ ପରଲୋକ ଘଟିଛି। ତାଙ୍କ ଦେହାନ୍ତ ସମ୍ବନ୍ଧୀୟ ସୂଚନା ଅଭିନେତା ଯଶପାଳ ଶର୍ମା ସୋସିଆଲ ମିଡିଆରେ ପୋଷ୍ଟ…

ଦ୍ୱିଅର୍ଥବୋଧକ ମନ୍ତବ୍ୟ: ଉଦୟନିଧି ଷ୍ଟାଲିନ୍‌ଙ୍କୁ ଗିରଫ ପରେ ଜାମିନ

ଚେନ୍ନାଇ,୫ା୮: ଲୋକପ୍ରିୟ ଅଭିନେତ୍ରୀ ତ୍ରିଶାଙ୍କୁ ଇଙ୍ଗିତ କରି ଓ ତାଙ୍କ ସମ୍ମାନ ଏବଂ ନାରୀତ୍ୱକୁ ଅପମାନିତ କରି ଦ୍ୱିଅର୍ଥବୋଧକ ମନ୍ତବ୍ୟ ଦେବା ଅଭିଯୋଗରେ ତାମିଲନାଡୁର ପୂର୍ବତନ ଉପମୁଖ୍ୟମନ୍ତ୍ରୀ…

ସୁୁପ୍ରିମକୋର୍ଟଙ୍କ କଡ଼ା ନିର୍ଦ୍ଦେଶ, ଏମାନଙ୍କୁ ଆଉ ମିଳିବନି ପେଟ୍ରୋଲ…

ନୂଆଦିଲ୍ଲୀ,୪।୮: ବିନା ଥାର୍ଡ ପାର୍ଟି ବୀମାରେ ଚାଲୁଥିବା ଗାଡ଼ିକୁ ନେଇ କଠୋର ହେଲେ ସୁପ୍ରିମକୋର୍ଟ। ଅଦାଲତ କହିଛନ୍ତି ଯେଉଁ ଗାଡ଼ିଗୁଡ଼ିକର ବୈଧ ଥାର୍ଡ ପାର୍ଟି ବୀମା ନାହିଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri